କୋରାପୁଟ: ରବିବାର ବିଶ୍ବ ପରିବେଶ ଦିବସରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସହର ପରିକ୍ରମା କରାଯାଇ ପରିବେଶ ସୁରକ୍ଷା ଦିଗରେ ସଚେତନ କରାଯାଇଛି । କୋରାପୁଟ ବନ ବିଭାଗ ତରଫରୁ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଛି ।
ବର୍ତ୍ତମାନ ବିଶ୍ଵର ସନ୍ତୁଳନ ଓ ସୁରକ୍ଷା ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବାରୁ ଏଥିରେ ଶିଶୁମାନଙ୍କ ସହଭାଗିତା ଓ ସଂପୃକ୍ତିକୁ ବ୍ୟାପକ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଛି । ତେବେ କୋରାପୁଟ ବନ ବିଭାଗ ତରଫରୁ ସହରର ଶିଶୁଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା ଓ ରଚନା ଲିଖନ ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ୩୯ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ।
ଇଟିଭି ଭାରତ, କୋରାପୁଟ