କୋରାପୁଟ: ପ୍ରଶାସନ ରୋକିଲା ବାଲ୍ୟ ବିବାହ । କୋରାପୁଟ ଜିଲ୍ଲାର ମାଳିଗୁଡା ଗ୍ରାମରେ ଏକ ପରିବାର 17 ବର୍ଷୀୟ ଝିଅକୁ ବିବାହ କରାଇବାକୁ ପ୍ରୟାସ କରୁଥିବା ବେଳେ ଠିକ୍ ସମୟରେ ପ୍ରଶାସନ ପହଞ୍ଚି ବିବାହ ରୋକିଛନ୍ତି ।
ସୂଚନା ଅନୁଯାୟୀ, ଶୁକ୍ରବାର ମାଳିଗୁଡା ଗ୍ରାମରେ ଏକ ପରିବାର ନିଜ 17 ବର୍ଷୀୟ ଝିଅର ବିବାହ କରାଇବାକୁ ସମସ୍ତ ଯୋଜନା କରିଥିଲେ । ମାତ୍ର ଖବର ପାଇ ସିଡିପିଓ, କୋରାପୁଟ ଥାନାଧିକାରୀ ଓ ଜିଲ୍ଲା ଶିଶୁ ଅଧିକାରୀ ବିବାହ ବେଦୀ ପାଖେ ପହଞ୍ଚି ଝିଅକୁ ଉଦ୍ଧାର କରିବା ସହ କୋରାପୁଟକୁ ଆଣିଛନ୍ତି ।
ଝିଅଟିକୁ ବର୍ତ୍ତମାନ ଓପନ ସେଲଟର ଗୃହରେ ରଖା ଯାଇଥିବାବେଳେ ଶନିବାର ତାଙ୍କୁ ଶିଶୁ ମଙ୍ଗଳ କମିଟି, ସିଡବ୍ଲ୍ୟୁସି ସମ୍ମୁଖରେ ଉପସ୍ଥାପନ କରାଯିବ ବୋଲି ଡିସିପିଓ ରାଜଶ୍ରୀ ଦାସ ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ