ETV Bharat / state

କୋଟିଆ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

author img

By

Published : Feb 27, 2023, 6:27 AM IST

ରାଜ୍ୟ ସରକାରଙ୍କ କୋଟିଆ ଉପରେ ଫୋକସ । କୋରାପୁଟ ଜିଲ୍ଲା କୋଟିଆ ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହପାତ୍ର । ଅଧିକ ପଢନ୍ତୁ

chief secretary suresh mohapatra
chief secretary suresh mohapatra
chief secretary suresh mohapatra

କୋରାପୁଟ: କୋଟିଆ ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହପାତ୍ର । ପ୍ରଥମ ଦିନ ଜୟପୁର ବିମାନ ବନ୍ଦର ଓ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୁପ୍ତେଶ୍ୱର ଶୈବ ପୀଠ, କୋଲାବ ଡ୍ୟାମ ଗସ୍ତ ପରେ କୋରାପୁଟରେ ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ନୂତନ ଅଫିସକୁ ଉଦଘାଟନ କରିଛନ୍ତି । ଏଥିସହ ତାଙ୍କ ଗସ୍ତର ଦ୍ଵିତୀୟ ଦିନରେ କୋଟିଆରେ ଷ୍ଟ୍ରବେରୀ, ମହୁ ଓ ଝାଡୁ ଚାଷ ବୁଲି ଦେଖିଛନ୍ତି । ରାଜ୍ୟ ସରକାର କୋଟିଆ ଉପରେ ବିଶେଷ ଫୋକସ କରିଛନ୍ତି। କୋଟିଆ ବାସୀଙ୍କ ଜୀବନ ଜୀବିକାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି।

ସେହିପରି ମୁଖ୍ୟ ଶାସନ ସଚିବ ଦେଓ ମାଳି ଗସ୍ତ କରିଛନ୍ତି । ଓଡ଼ିଶା ତଥା କୋରାପୁଟ ଜିଲ୍ଲାର ଉଚ୍ଚତମ ପାହାଡ ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦେଓମାଳିର ସୌନ୍ଦର୍ଯ୍ୟକରଣ କରାଯିବ ସେଥି ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଟ୍ରାକିଙ୍ଗ ଟ୍ରାକ ନିର୍ମାଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦେଓ ମାଳି ଠାରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ୧୦ ଗୋଟି ଇକୋ କଟେଜ ନିର୍ମାଣ, ଦେଓମାଳୀ ପର୍ବତମାଳାକୁ ଉପଭୋଗ କରିବା ପାଇଁ ୬ଟି ନୂଆ ୱାଚ ଟାୱାର ସହିତ ପର୍ଯ୍ୟଟକଙ୍କ ପାଇଁ କ୍ୟାମ୍ପର ସୁବିଧା ଓ ୩ କିମି ନୂଆ ଟ୍ରାକ, ଫୁଡ୍ ପାର୍କ, ଶୌଚାଳୟ ନିର୍ମାଣ କରାଯିବାର ଯୋଜନା ରହିଛି।

ଏଥି ସହିତ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରବେଶ ଗେଟ ଶହ ଗାଡି ପାର୍କିଂ ସ୍ଥାନ, ପାନୀୟ ଜଳ ସହ ଦେଓ ମାଳି ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଯେପରି ସମସ୍ତ ଆନୁଷଙ୍ଗିକ ସୁବିଧା ପ୍ରଦାନ କରାଯାଇ ପାରିବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି ବୋଲି ସେ ଜଣାଇଛନ୍ତି । କୋଟିଆ ପଞ୍ଚାୟତରେ ଲୋକ ମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ଫୁଲ ଝାଡୁ, ମହୁ ଚାଷ, ଡ୍ରାଗନ ଫୁଡ ଚାଷକୁ ପ୍ରୋତ୍ସାହନ ଦିଆଯିବ । ଏହା ସହ ଗତ ବର୍ଷ ମାତ୍ର ୨ ଏକର ଷ୍ଟ୍ରବେରି ଚାଷ କରାଯାଇଥିଲା ବେଳେ ଚଳିତ ବର୍ଷ ୨୫ ରୁ ୩୦ ଏକର ଷ୍ଟ୍ରବେରୀ ଚାଷ କରାଯାଇଛି । କୋଟିଆ ଗ୍ରାମପୁଞ୍ଜର ଜାନି ଗୁଡା ଷ୍ଟ୍ରବେରି ଫାର୍ମ ପରିଦର୍ଶନ କରି ଷ୍ଟ୍ରବେରି ଖାଇବା ସହିତ ଏହାର ସ୍ଵାଦ ଖୁବ୍ ଭଲ ବୋଲି ସେ ପ୍ରଶଂସା କରିଥିଲେ।

ଦେଓମାଳିରେ ବିଦ୍ୟୁତ୍, ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି । ଦେଓମାଳିକୁ ଆଖପାଖ ଗ୍ରାମ ଓ ଏସଏଚଜି ମହିଳା ମାନଙ୍କୁ ଦାୟିତ୍ୱ ଦିଆଯିବ । କୋଟିଆର ସମସ୍ତ ଗ୍ରାମକୁ ରାସ୍ତା ପାନୀୟ ଜଳ ଯୋଗାଇ ଦିଆଯିବା ସହ ରାଜ୍ୟ ସରକାରଙ୍କ ତରଫରୁ ଗତ ବର୍ଷ ଆଦର୍ଶ ବିଦ୍ୟାଳୟ ଖୋଲା ଯାଇଛି । ଏହି ଆଦର୍ଶ ବିଦ୍ୟାଳୟରେ ୬୫ ଜଣ ପିଲା ଶିକ୍ଷା ଅଧ୍ୟୟନ କରୁଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରିବା ପାଇଁ ବସର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି କୋଟିଆରେ ନୂତନ ମୋବାଇଲ ନେଟୱର୍କ ସ୍ଥାପନ କରାଯାଉଛି। ଆଗାମୀ ଦିନରେ ସମସ୍ତ ଅଞ୍ଚଳ ବାସୀଙ୍କୁ ମୋବାଇଲ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.