ETV Bharat / state

କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

author img

By

Published : Jul 28, 2021, 9:16 PM IST

କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହିତ 5ଟି ସଚିବ ଭି.କେ ପାଣ୍ଡିଆନ । ଅଧିକ ପଢନ୍ତୁ...

କୋରାପୁଟ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

କୋରାପୁଟ: କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5ଟି ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ପ୍ରକଳ୍ପ ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ଆଜି ସକାଳେ ଜୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ନବରଙ୍ଗପୁର ଅଭିମୁଖେ ଯାତ୍ରା କରି ଆମ୍ବାଗୁଡା ଠାରେ ଏକ ବିଦ୍ୟାଳୟରେ ସ୍ମାର୍ଟ କ୍ଳାସର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ ।

ନବରଙ୍ଗପୁର ଜିଲ୍ଲା ଗସ୍ତ ସାରି ଫେରିବା ପରେ ସେମାନେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଠାରେ ନିର୍ମାଣ ହେଉଥିବା 650 ସିଟ୍ ବିଶିଷ୍ଟ ଟିଚିଂ ହସ୍ପିଟାଲ ଓ ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବା ସହ ତଦାରଖ କରିଥିଲେ । ସେହିପରି ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ ଉଭୟ ଅଧିକାରୀ ।

ଏଥିସହ କୋରାପୁଟ ସହରରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ନିର୍ମାଣାଧୀନ ସ୍ମାର୍ଟ କ୍ସାସ ରୁମର ନିର୍ମାଣ କାମ ତଦାରଖ କରିବା ସହ ସ୍କୁଲର ଆଲୁମିନି, ଅଭିଭାବକ ଓ ଛାତ୍ରୀଙ୍କ ସହିତ ଆଲୋଚନା କରିଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜଣାଇଛନ୍ତି । ମେଡିକାଲ କଲେଜରେ 650 ସିଟ୍ ବିଶିଷ୍ଟ ଟିଚିଂ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଅଢେଇ ବର୍ଷ ମଧ୍ୟରେ ସମାପ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ବାଳିକା ବିଦ୍ୟାଳୟରେ ଛାତ୍ରୀଙ୍କ ସହ କଥାବାର୍ତ୍ତାବେଳେ ସେମାନେ ଶିକ୍ଷୟିତ୍ରୀ ହେବାର ସ୍ଵପ୍ନ ପୋଷଣ କରିଥିବା ଜାଣି ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ ପିଲାଙ୍କୁ ସେମାନଙ୍କ ସ୍ଵପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନା କୁମାରୀ ସ୍ଵାଇଁ କହିଛନ୍ତି । ଏହି ଦୁଇ ସଚିବଙ୍କ ସହିତ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅନୁଗର୍ଗ ,ମିଶନ ଶକ୍ତି ଡାଇରେକ୍ଟର ସାଳିନୀ ପଣ୍ଡିତ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରୀଷ୍ଣା ପ୍ରମୁଖ ମଧ୍ୟ ଏହି ଗସ୍ତରେ ସାମିଲ ଥିଲେ ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.