ETV Bharat / state

ପେଶା ଆଇନ ପ୍ରଚଳନ ପାଇଁ ସଂଗ୍ରାମ ଜାରି ରହିବ: ନାଚିକା ଲିଙ୍ଗା - Panchayat extension to scheduled area

ଅବିଭକ୍ତ କୋରାପୁଟ ଜିଲ୍ଲାଏକ ସେଡ୍ୟୁଲ ଏରିଆ । କିନ୍ତୁ ଏଠି ପଞ୍ଚାୟତ ଏକଷ୍ଟେନ୍ସନ ଟୁ ସିଡ୍ୟୁଲ ଏରିଆ ଆକ୍ଟ (Panchayat extension to scheduled areas) ପେଶା ଆଇନ ଲାଗୁ ହୋଇନଥିବା ଯୋଗୁଁ ଏହ ଅଞ୍ଚଳର ପଞ୍ଚାଚାୟତ ଯେଉଁଭଳି ଭାବେ ସ୍ବତନ୍ତ୍ର ଅଧିକାର ପାଇବା କଥା ତାହା ପାଇ ପାରୁନାହାଁ । ଅଧିକ ପଢନ୍ତୁ

ନାଚିକା ଲିଙ୍ଗା
ନାଚିକା ଲିଙ୍ଗା
author img

By

Published : Jan 19, 2022, 9:39 PM IST

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାଏକ ସେଡ୍ୟୁଲ ଏରିଆ । କିନ୍ତୁ ଏଠି ପଞ୍ଚାୟତ ଏକଷ୍ଟେନ୍ସନ ଟୁ ସିଡ୍ୟୁଲ ଏରିଆ ଆକ୍ଟ (Panchayat extension to scheduled areas) ପେଶା ଆଇନ ଲାଗୁ ହୋଇନଥିବା ଯୋଗୁଁ ଏହ ଅଞ୍ଚଳର ପଞ୍ଚାୟତ ଯେଉଁଭଳି ଭାବେ ସ୍ବତନ୍ତ୍ର ଅଧିକାର ପାଇବା କଥା ତାହା ପାଇ ପାରୁନାହାଁ ।

ପେଶା ଆଇନ ପ୍ରଚଳନ ପାଇଁ ସଂଗ୍ରାମ ଜାରି ରହିବ: ନାଚିକା ଲିଙ୍ଗା

ଏହାକୁ ନେଇ ନାରାୟଣପାଟଣା ଅଞ୍ଚଳର ବିଗତ ଦିନରେ ଚାଷୀ ମୂଲିଆ ଆଦିବାସୀ ସଂଘର ସଭାପତି ଭାବେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ନାଚିକା ଲିଙ୍ଗା କ୍ଷୋଭ ପ୍ରକାଶ କରିଛନ୍ତି । ଆଜି ନାରାୟଣପାଟଣା ଜିଲ୍ଲା ପରିଷଦ ଆସନ ପାଇଁ ପୁଅ ରବୀନ୍ଦ୍ର ନାଚିକା ସହ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଆସିଥିବା ବେଳେ ସେ ଏହି ମନ୍ତବ୍ୟ ରଖିଛନ୍ତି । ୨୦୧୭ ପଞ୍ଚାୟତ ନିର୍ବାଚନରେ ଜେଲରେ ରହି ନାଚିକା ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପରେ ଦୌଡରୁ ବାଦ ପଡିଥିଲେ । ଶେଷରେ ତାଙ୍କ ସମର୍ଥିତ ପ୍ରାର୍ଥୀ ସ୍ବାଧିନ ଭାବେ ନିର୍ବାଚନ ଲଢିଥିବା ବେଳେ ଗୋଟି ଚାଳନା କରିଥିଲେ ନାଚିକା । ବିଜେଡି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ହୋଇଥିଲା । ଶେଷରେ ମାତ୍ର ୨୫ ଖଣ୍ଡ ଭୋଟରେ ଜିତିଥିଲା ବିଜେଡି ।

ହେଲେ ଗତ ୫ ବର୍ଷ ପରେ ଅନେକ କିଛି ବଦଳି ଯାଇଛି । ନାରାୟଣପାଟଣା ଅଞ୍ଚଳରେ ପୂର୍ବତନ ସାଂସଦ ଝିନ୍ନ ହିକକା ବର୍ତ୍ତମାନର ବିଧାୟକ ପ୍ରଭୁ ଜାନୀ, କଂଗ୍ରେସ ଛାଡି ବିଜେଡି ଯାଇଥିବା ପୂର୍ବତନ ବିଧାୟକ କୈଳାସ କୁଲେସିକାଙ୍କ ଅଙ୍କକଷାରେ ଗୋଳମାଳ ଥିବାରୁ ସେହି ଗୋଳିଆ ପାଣିର ଫାଇଦା ନେବା ପାଇଁ ଜେଲରୁ ମୁକୁଳିଲା ପରେ ଅଣ୍ଟା ଭିଡିଲେ ନାଚିକା ବାପ ପୁଅ । ଗୋଟିଏ ଜିଲ୍ଲା ପରିଷଦ ପାଇଁ ଉଭୟ ବାପ ପୁଅଙ୍କ ପ୍ରାର୍ଥୀପତ୍ର ଦାଖଲରେ ସୃଷ୍ଟି ହୋଇଛି ଅନ୍ୟଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ । ତେବେ ଅଞ୍ଚଳବାସୀଙ୍କ କହିବା ଅନୁସାରେ ନାଚିକା ଓ ତାଙ୍କ ପୁଅ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତ୍ରିସ୍ତରୀୟ ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ବି ନାଚିକାଙ୍କ ସଂଗଠନର ପ୍ରାର୍ଥୀ ରହିବେ । ସେଡ୍ୟୁଲ ଏରିଆରେ ପେଶା ଆଇନ ପ୍ରଚଳନ ପାଇଁ ନାଚିକା ନେଇଥିବା ସଂକଳ୍ପକୁ ବୁଦ୍ଧିଜୀବୀ ମହଲରେ ବି ସମର୍ଥନ ମିଳିଛି ।

ପେଶା ଆଇନ ଲାଗୁ ହେଲେ ପଞ୍ଚାୟତ ନିଜ ଆବଶ୍ୟକତାକୁ ନିଜେ ବୁଝି ନିଜ ନିଷ୍ପତ୍ତି ନିଜେ ନେଇପାରିବେ ବୋଲି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି। ଏଥି ସହିତ ପେଶା ନିୟମ ଲାଗୁ ହେଲେ କୋରାପୁଟ ଭଳି ସେଡ୍ୟୁଲ ଏରିଆରେ ଖଣି ଖନନ ଉପରେ ମଧ୍ୟ ପଞ୍ଚାୟତର ନିଷ୍ପତ୍ତି ଚୂଡାନ୍ତ ହେଉଥିବା ଯୋଗୁଁ ପ୍ରାକୃତିକ ସମ୍ପଦର ସୁରକ୍ଷା ଦିଗରେ ଅଞ୍ଚଳବାସୀଙ୍କ ଭୂମିକାର ଗୁରୁତ୍ଵ ବୃଦ୍ଧି ପାଇବ ବୋଲି କୋରାପୁଟର ବରିଷ୍ଠ ଆଇନଜୀବୀ ଗୁପ୍ତେଶ୍ଵର ପାଣିଗ୍ରାହୀ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.