ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ରଥ କାଠ ପୂଜା ସମ୍ପନ୍ନ - ଶାବର ଶ୍ରୀକ୍ଷେତ୍ରରେ ରଥ କାଠ ପୂଜା ସମ୍ପନ୍ନ

ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ଶାବର ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ତିନୋଟି ରଥର କାଠକୁ ପୂଜାର୍ଚ୍ଚନା କରାଯାଇଛି ।

ଶାବର ଶ୍ରୀକ୍ଷେତ୍ରରେ ରଥ କାଠ ପୂଜା ସମ୍ପନ୍ନ
ଶାବର ଶ୍ରୀକ୍ଷେତ୍ରରେ ରଥ କାଠ ପୂଜା ସମ୍ପନ୍ନ
author img

By

Published : Feb 16, 2021, 3:14 PM IST

କୋରାପୁଟ: ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ଶାବର ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ତିନୋଟି ରଥ କାଠକୁ ପୂଜାର୍ଚ୍ଚନା କରାଯାଇଛି । ବିଗତ ବର୍ଷଠାରୁ ଶାବର ଶ୍ରୀକ୍ଷେତ୍ରରେ ତିନୋଟି ରଥକୁ ନେଇ ଘୋଷଯାତ୍ରା ଆୟୋଜିତ ହେଉଥିବା ବେଳେ ଗତ ବର୍ଷ କୋଭିଡ଼ କଟକଣା ଯୋଗୁଁ ମନ୍ଦିର ପରିସର ମଧ୍ୟରେ ତିନି ଠାକୁରଙ୍କୁ ଗୋଟିଏ ରଥରେ ବସାଇ ରଥଯାତ୍ରା ସମ୍ପନ୍ନ କରାଯାଇଥିଲା ।

ଶାବର ଶ୍ରୀକ୍ଷେତ୍ରରେ ରଥ କାଠ ପୂଜା ସମ୍ପନ୍ନ

ତେବେ ଚଳିତ ବର୍ଷ କୋରାପୁଟ ବଡଦାଣ୍ଡରେ ତିନୋଟି ରଥକୁ ନେଇ ଘୋଷଯାତ୍ରା ଅନୁଷ୍ଠିତ ହେବାର ସମ୍ଭାବନା ଉଜ୍ବଳ ଥିବା ଯୋଗୁଁ ଆଜି ତିନି ରଥର ସିଂହାସନରେ ଲାଗୁଥିବା କାଠକୁ ପୂଜା କରାଯାଇଛି । ଆସନ୍ତା ଅକ୍ଷୟ ତୃତୀୟା ଦିନ ଆରମ୍ଭ ହେବାକୁ ଥିବା ରଥ ନିର୍ମାଣରେ ଏହି କାଠକୁ ବ୍ୟବହାର କରାଯିବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପାଦକ ଗଦାଧର ପରିଡା ସୂଚନା ପ୍ରଦାନ କରିଛନ୍ତି । ଆଜି ମନ୍ଦିର ମଧ୍ୟରେ ତିନି ଠାକୁର ବଣଭୋଜି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

କୋରାପୁଟରୁ ସି.ଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.