ETV Bharat / state

କଫି ବଗିଚାରେ ଅଳେଇଚ ଚାଷ, ଉତ୍ସାହିତ ବ୍ରାଉନ ଭ୍ୟାଲିର ଉଦ୍ୟୋଗୀ ଚାଷୀ - cardamom

କୋରାପୁଟରେ ଅଳେଇଚ ଚାଷ । ନୂତନ ସମ୍ଭାବନାକୁ ନେଇ ଆନନ୍ଦିତ ଚାଷୀ । ଅଧିକ ପଢନ୍ତୁ...

cardamom cultivation in coffee orchards: Farmers happy to see expected results in koraphut
କଫି ବଗିଚାରେ ଅଳେଇଚ ଚାଷ: ଆଶାନୁରୂପ ଫଳାଫଳ ଦେଖି ଖୁସ୍ ଚାଷୀ
author img

By

Published : Jan 16, 2021, 10:07 PM IST

କୋରାପୁଟ: ପ୍ରଥମେ କଫି, ତାପରେ ଗୋଲମରିଚ ଆଉ ଏବେ ଅଳେଇଚ ଚାଷ । କୋରାପୁଟ କଫିକୁ ବିଶ୍ବ ସ୍ତରରେ ପହଞ୍ଚାଇବା ପରେ ଅଳେଇଚକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଲାଗିପଡିଛନ୍ତି ବ୍ରାଉନ ଭ୍ୟାଲିର ଉଦ୍ୟୋଗୀ ଚାଷୀ । ଛୋଟାଗୁଡା ଗାଁର ବ୍ରାଉନ ଭ୍ୟାଲି କଫି ବଗିଚାକୁ ପଶିଗଲେ ସବୁଜ ଚାଦରରେ ବିଛେଇ ହୋଇପଡିଥାଏ ଅଳେଇଚ । ଏଗ୍ରୋ କ୍ଳାଇମେଟିକ ସ୍ଥିତି ଅଳେଇଚ ଚାଷ ପାଇଁ ବେଶ ଉପଯୋଗୀ ହୋଇଥିବା ଯୋଗୁଁ ଚାଷୀ ମନରେ ନୂଆ ଉତ୍ସାହ ଭରି ଯାଇଛି । ବେଶ ଦୁଇ ପଇଶା ରୋଜଗାର ନେଇ ଆଶା ବାନ୍ଧିଛି ଚାଷୀ ।

କଫି ବଗିଚାରେ ଅଳେଇଚ ଚାଷ: ଆଶାନୁରୂପ ଫଳାଫଳ ଦେଖି ଖୁସ୍ ଚାଷୀ
ବ୍ରାଉନ ଭ୍ୟାଲିର ଉଦ୍ୟୋଗୀ ଚାଷୀ ସୁଜୟ ପ୍ରଧାନ ଦଶ ବର୍ଷ ପୂର୍ବେ ଅଳେଇଚର କିଛି ଚାରା ଆଣିଥିଲେ । କଫି ଓ ଗୋଲମରିଚ ଚାଷରେ ନିଜକୁ ବ୍ୟସ୍ତ ରଖୁଥିବା ଯୋଗୁଁ ଅଳେଇଚ ଗଛ ଗୁଡିକ ପ୍ରତି ଦୃଷ୍ଟି ହେଉ ନଥିଲେ ।

କିନ୍ତୁ ଗତ ଦୁଇ ବର୍ଷ ଧରି ଉପଯୁକ୍ତ ଯତ୍ନ ନେବା ପରେ ଆଶା ଠାରୁ ଅଧିକ ଭଲ ଚାଷ ହୋଇଛି । ଅଳେଇଚ ଚାରା ରୋପଣର ତିନି ରୁ ଚାରି ବର୍ଷ ମଧ୍ୟରେ 300 ଗ୍ରାମରୁ 1 କିଲୋ ପର୍ଯ୍ୟନ୍ତ ଅଳଇଚ ଉତ୍ପାଦନ ପାଇପାରିବ । ସରକାରଙ୍କ ଉଦ୍ୟାନ ବିଭାଗ, ପଟ୍ଟାଙ୍ଗିର ଗବେଷଣା କେନ୍ଦ୍ର ଓ ବ୍ରାଉନ ଭ୍ୟାଲି କଫି ବଗିଚାରୁ ବର୍ଷାଦିନ ପୂର୍ବରୁ ଚାଷୀ ଚାରା ନେଇପାରିବେ । ଯାହା ଚାଷୀଙ୍କୁ ଆହୁରୀ ଲାଭବାନ କରିପାରିବ ବୋଲି କହିଛନ୍ତି କଫି ବୋର୍ଡ କ୍ଷେତ୍ର ସଂଯୋଗ ଅଧିକାରୀ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.