ETV Bharat / state

କୋରାପୁଟରେ ଅଳେଇଚ ଚାଷକୁ ନେଇ ନୂଆ ସମ୍ଭାବନା, ଲାଭବାନ ହେବେ ଚାଷୀ

author img

By ETV Bharat Odisha Team

Published : Nov 16, 2023, 3:33 PM IST

କଫି ବଗିଚାରେ ସମନ୍ବିତ ଚାଷ । ଗୋଟିଏ ଜାଗାରେ କଫି ସାଙ୍ଗକୁ ଗୋଲମରିଚ, ଅଳେଇଚ, କମଳା ଏବଂ ହଳଦୀ ଚାଷ ହୋଇଛି। ଅଧିକ ପଢନ୍ତୁ

Cardamom Cultivation
Cardamom Cultivation

Cardamom Cultivation

କୋରାପୁଟ: ବ୍ରାଉନ ଭ୍ୟାଲି କଫି ବଗିଚାରେ ଅଳେଇଚ ଚାଷ । କଫି ବଗିଚାରେ ସବୁଜ ଚାଦରରେ ବିଛେଇ ହୋଇ ପଡିଛି ଅଳେଇଚ । କଫି ବଗିଚାର ଛାଇ ଜାଗାରେ ଅଳେଇଚ ଚାଷ କରି ଲାଭବାନ ହୋଇପାରିଛନ୍ତି ବ୍ରାଉନ ଭ୍ୟାଲିର ଉଦ୍ୟୋଗୀ ଚାଷୀ ସୁଜୟ ପ୍ରଧାନ । ଏହି ଚାଷ କରି କୋରାପୁଟର ଚାଷୀ ମଧ୍ୟ ଲାଭବାନ ହୋଇପାରିବେ ବୋଲି ସେ ମତ ରଖିଛନ୍ତି । କୋରାପୁଟର ଏଗ୍ରୋ କ୍ଳାଇମେଟିକ ସ୍ଥିତି ଅଳେଇଚ ଚାଷ ପାଇଁ ବେଶ ଉପଯୋଗୀ । ଏହି ଗୋଟିଏ ସ୍ଥାନରେ କଫି ସାଙ୍ଗକୁ ଗୋଲମରିଚ, ଅଳେଇଚ, ବତେଇ, ସପୁରୀ, କମଳା ଏବଂ ହଳଦୀ ଚାଷ ହୋଇଛି ।

ଦଶ ବର୍ଷ ପୂର୍ବେ ସୁଜୟ ପ୍ରଧାନ ଅଳେଇଚର କିଛି ଚାରା ଆଣି ଏହାକୁ କଫି ବଗିଚାରେ ରୋପଣ କରିଥିଲେ । କିନ୍ତୁ କଫି ଓ ଗୋଲମରିଚ ଚାଷରେ ନିଜକୁ ବ୍ୟସ୍ତ ରଖୁଥିବା ଯୋଗୁଁ ଅଳେଇଚ ଗଛ ଗୁଡିକ ପ୍ରତି ଅଧିକ ଦୃଷ୍ଟି ଦେବା ସମ୍ଭବ ହେଉନଥିଲା । ଗତ ଚାରି ବର୍ଷ ଧରି ଉପଯୁକ୍ତ ଯତ୍ନ ନେବା ପରେ ଗଛରେ ଅଳେଇଚ ଫଳିଥିବା ସେ ଦେଖିବାକୁ ପାଇଥିଲେ । ଯଦି କୋରାପୁଟରେ ଚାଷୀ ଏହି ଚାଷ କରନ୍ତି ତେବେ ବେଶ ଲାଭବାନ ହୋଇପାରିବେ ବୋଲି ସୁଜୟ କହିଛନ୍ତି । ପ୍ରତି ଗଛ ପିଛା 300 ଗ୍ରାମରୁ 1 କିଲୋ ପର୍ଯ୍ୟନ୍ତ ଅଳେଇଚ ଫଳିବାର ସମ୍ଭାବନା ରହିଛି । ଏହି ଚାଷରେ ଚାରା ରୋପଣର ତିନିରୁ ଚାରି ବର୍ଷ ମଧ୍ୟରେ ଚାଷୀ ଅଳେଇଚ ଉତ୍ପାଦନ କରିପାରିବେ ।

ଏହା ମଧ୍ୟ ପଢନ୍ତୁ-ସ୍ବାବଲମ୍ବୀ ହେବେ କୋରାପୁଟ ଯୁବପିଢି, କଫି ଚାଷ ମିଳୁଛି ପ୍ରୋତ୍ସାହନ

କୋରାପୁଟ କଫିକୁ ବିଶ୍ବ ସ୍ତରରେ ପହଞ୍ଚାଇବା ପରେ ଅଳେଇଚକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଲାଗିପଡିଛନ୍ତି ବ୍ରାଉନ ଭ୍ୟାଲିର ଉଦ୍ୟୋଗୀ ଚାଷୀ ସୁଜୟ ପ୍ରଧାନ । ଛୋଟାଗୁଡା ଗାଁର ବ୍ରାଉନ ଭ୍ୟାଲି କଫି ବଗିଚାକୁ ପଶିଗଲେ ସବୁଜ ଚାଦରରେ ବିଛେଇ ହୋଇପଡିଥାଏ ଅଳେଇଚ । ଏଗ୍ରୋ କ୍ଳାଇମେଟିକ ସ୍ଥିତି ଅଳେଇଚ ଚାଷ ପାଇଁ ବେଶ ଉପଯୋଗୀ ହୋଇଥିବା ଯୋଗୁଁ ଚାଷୀ ମନରେ ନୂଆ ଉତ୍ସାହ ଭରି ଯାଇଛି । ବେଶ ଦୁଇ ପଇଶା ରୋଜଗାର ନେଇ ଆଶା ବାନ୍ଧିଛି ଚାଷୀ ।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ, ପଟ୍ଟାଙ୍ଗିର ଗବେଷଣା କେନ୍ଦ୍ର ଓ ବ୍ରାଉନ ଭ୍ୟାଲି କଫି ବଗିଚାରୁ ବର୍ଷାଦିନ ପୂର୍ବରୁ ଚାଷୀ ଚାରା ନେଇପାରିବେ ବୋଲି ଜଣାଇଛନ୍ତି ସୁଜୟ ପ୍ରଧାନ । କୋରାପୁଟ କଫିକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ପ୍ରଶାସନ ତରଫରୁ ପ୍ରତି କ୍ଷୁଦ୍ର ଚାଷୀକୁ ଶସକ୍ତକରଣ କରାଯାଉଥିବା ବେଳେ ସେହି ବଗିଚାରେ ଅଳେଇଚ ଚାଷ କରାଗଲେ ଚାଷୀ ବହୁମାତ୍ରାରେ ଲାଭବାନ ହୋଇପାରିବେ ବୋଲି ସେ ଜଣାଇଛନ୍ତି ।

ବ୍ରାଉନ ଭ୍ୟାଲି କଫି ବଗିଚାରେ କେବଳ କଫି ନୁହଁ ବରଂ ଗୋଲମରିଚ, ଅଳେଇଚ, ବତେଇ , ସପୁରୀ , କମଳା ଏବଂ ହଳଦୀ ଚାଷ ମଧ୍ୟ କରୁଛନ୍ତି ସୁଜୟ ପ୍ରଧାନ । ଏହି ବଗିଚାରେ ଥିବା ବିବିଧତାକୁ ଦେଖି କଟକର ଜଣେ ପର୍ଯ୍ୟଟକ ଅସୀମ ପଦ୍ମନାଭ ଦାସ କହିଛନ୍ତି ଯେ, ଏହି ବଗିଚାକୁ ଦେଖି ମୁଁ ଅଭିଭୂତ ହୋଇଯାଇଛି । କୋରାପୁଟର ଗ୍ରିନେରି ଏରିଆ ସମସ୍ତଙ୍କୁ ଆକର୍ଷିତ କରୁଛି । ଏପରି ଜାଗା ବୋଧ ହୁଏ ଆଉ କେଉଁଠି ନାହିଁ । ବ୍ରାଉନ ଭ୍ୟାଲି କଫି ବଗିଚାରେ ଗୁଜରାତି, କଫି ଓ ଗୋଲମରିଚ ଚାଷ ହୋଇଛି । ମୁଁ ମୋ ଜୀବନରେ ଏପରି ଜିନିଷ ଦେଖିନଥିଲି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.