ETV Bharat / state

ପାଡୁଆ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ - koraput accident news

କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ପର୍ଯ୍ୟଟନ ସ୍ଥଳୀ ଆରାକୁ ମଧ୍ୟରେ ଦୁଇ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ସଡକ ଦୁର୍ଘଟଣା । ଜଣେ ମହିଳାଙ୍କ ମୃତ୍ୟୁ । ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

ପାଡୁଆ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ

author img

By

Published : Nov 4, 2020, 4:04 AM IST

କୋରାପୁଟ : ଓଡ଼ିଶାର କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ପର୍ଯ୍ୟଟନ ସ୍ଥଳୀ ଆରାକୁ ମଧ୍ୟରେ ଦୁଇ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ସଡକ ଦୁର୍ଘଟଣା । ମଙ୍ଗଳବାର ସନ୍ଧ୍ୟାରେ ପାଡୁଆ ନିକଟରେ ସଡକ ଦୁର୍ଘଟଣାରେ ହୋଇଥିବାବେଳେ ମହିଳାଙ୍କ ମୃତ୍ୟୁ ଘଟିଛି ।

ସୂଚନାଅନୁଯାୟୀ ପାଡୁଆ ଅଞ୍ଚଳର ଦାର୍ଲିପୁଟ ଛକ ନିକଟରେ ଏକ ଅଟୋ ରିକ୍ସା ଓ କାର ସାମନା ସାମନି ହୋଇ ପିଟି ହୋଇଯିବାରୁ ଉଭୟେ ପାତାଳି ନଦୀ ମଧ୍ୟକୁ ଖସିପଡିଥିଲେ । ତେବେ ଅଟୋରେ ଯାଉଥିବା ସମସ୍ତ ଚାରିଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । କିନ୍ତୁ କାରରେ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିବା ଯୋଗୁଁ ସେହି କାରରେ ସମୁଦାୟ କେତେଜଣ ଥିଲେ ତାହା ଜଣାପଡିନାହିଁ । ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଜାରି ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳାଙ୍କ କୌଣସି ପରିଚୟ ମିଳିନାହିଁ ।

କୋରାପୁଟରୁ ସିଏଚ ଶାନ୍ତାକାର ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.