କୋରାପୁଟ: ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଲମତାପାଟ ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି । ଆନ୍ଧ୍ର ପ୍ରଦେଶରୁ କୋରାପୁଟ ଜୟପୁରକୁ ଚାଲାଣ ହେଉଥିଲା ଗଞ୍ଜେଇ ।
ପୋଲିସ ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଜଲାପୁଟ ଅଞ୍ଚଳରୁ ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସୁଥିବା ନେଇ ଲମତାପୁଟ ପୋଲିସ କଡ଼ରି ମାଳିପୁଟ ଛକ ନିକଟରେ ତାକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ କରିବା ପରେ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇ ଥିବାବେଳେ ପୋଲିସ ଡ୍ରାଇଭରକୁ ଅଟକ ରଖିଛି । ତେବେ ଗାଡ଼ିରେ ୬୦୦କେଜି ଗଞ୍ଜେଇ ଥିବା ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ଲକ୍ଷ ଟଙ୍କା । ଅଧିକ ତଦନ୍ତ ପରେ ଡ୍ରାଇଭରକୁ କୋର୍ଟଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ