ETV Bharat / state

ଗୋଷ୍ଠୀ କନ୍ଦଳ ପରେ ବିଏସଏଫର ଫ୍ଲାଗମାର୍ଚ୍ଚ

କୋରାପୁଟ ଜିଲ୍ଲା ଜୟପୁରରେ ହୋଲିକୁ ନେଇ ଗୋଷ୍ଠୀ କନ୍ଦଳ ଦେଖାଯାଇଥିଲା । ପରେ ଏହି କନ୍ଦଳ ଭୟଙ୍କର ରୂପ ନେଇଥିବା ବେଳେ ଶନିବାର ପୋଲିସ ଓ ବିଏସଏଫ ଯବାନ ଫ୍ଲାଗମାର୍ଚ୍ଚ କରି ନିୟନ୍ତ୍ରଣ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି ।

author img

By

Published : Mar 23, 2019, 3:25 PM IST

Updated : Mar 23, 2019, 3:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କୋରାପୁଟ: ହୋଲିରେ ରଙ୍ଗ ଖେଳକୁ ନେଇ ଗୋଷ୍ଠୀ କନ୍ଦଳ ଘଟଣା ଉଗ୍ର ରୂପ ନେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ସମ୍ବେଦନଶୀଳ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରିଛି ।ଶନିବାର ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ପୋଲିସ ସମେତ ବିଏସଏଫ । ସହରର ସମ୍ବେଦନଶୀଳ ସ୍ଥାନରେ ଫ୍ଲାଗମାର୍ଚ୍ଚ କରି ଉତ୍ତେଜନାକୁ ନିୟନ୍ତ୍ରଣ କରିଛନ୍ତି । କେନାଲ ନିକଟରୁଗଣ୍ଡଗୋଳ ଆରମ୍ଭ ହୋଇ ଜାତୀୟ ରାଜପଥ କଡରେ ଥିବା ଶ୍ରମବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଭୀଷଣ ରୂପ ନେଇଥିଲା ।

ଏନେଇ ଶନିବାର କୋରାପୁଟ ଜିଲ୍ଲାଆରକ୍ଷୀ ଅଧିକ୍ଷକ କେ.ଭି. ସିଂ ଓ ଜୟପୁର ଏସଡିପିଓ ସାଗରିକା ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିସ୍ଥିତି ନିୟନ୍ତ୍ରଣାଧୀନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁଯାୟୀ, ଗତକାଲି ଜୟପୁରରେ ପୋଲିସ ଗାଡିର କାଚ ଭାଙ୍ଗିବା ସହ ପୋଲିସ ସମେତ ସାମ୍ବାଦିକ ଓ ସାଧାରଣ ଜନତାଙ୍କ ଉପରେ ପଥର ଫିଙ୍ଗାଳି ଆକ୍ରମଣ କରିଥିଲେ । ତେବେ ଏହି ଗଣ୍ଡଗୋଳରେ କେହି ଆହତ ହୋଇନଥିବା ବେଳେ ରାତିତମାମ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିଲା ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
Last Updated : Mar 23, 2019, 3:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.