ETV Bharat / state

ବର୍ଷାରେ ଭାଙ୍ଗିଲା ପୋଲ, ଯାତାୟତ ବାଧାପ୍ରାପ୍ତ

ଗତ କିଛିଦିନ ଧରି ଚାଲିଥିବା ଭୀଷଣ ବର୍ଷା ଯୋଗୁଁ କୋରାପୁଟ ରାୟଗଡ଼ା ଜାତୀୟ ରାଜପଥରେ ବଂଗଲାଗୁଡ଼ା ଓ ଲେନ୍ଦିରି ମାଲିଗୁଡ଼ା ମଧ୍ୟରେ ଥିବା ପୋଲ ଆଜି ସନ୍ଧ୍ୟାରେ ଭୁଶୁଡ଼ି ପଡିଛି । ଫଳରେ ଏହି ରାସ୍ତା ଦେଇ ଯାତାୟାତ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ

author img

By

Published : Aug 16, 2022, 10:06 PM IST

bridge collapsed after heavy rain in koraput
ବର୍ଷାରେ ଭାଙ୍ଗିଲା ପୋଲ, ଯାତାୟତ ବାଧାପ୍ରାପ୍ତ

କୋରାପୁଟ:କିଛିଦିନ ଧରି ଲାଗି ରହିଛି ଭୀଷଣ ବର୍ଷା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଏହି ଭୀଷଣ ବର୍ଷା ଯୋଗୁଁ ରାୟଗଡ଼ା ଜାତୀୟ ରାଜପଥରେ ବଂଗଲାଗୁଡ଼ା ଓ ଲେନ୍ଦିରି ମାଲିଗୁଡ଼ା ମଧ୍ୟରେ ଥିବା ପୋଲ ଭୁଶୁଡି ପଡିଥିବା ଜଣାପଡିଛି । ଫଳରେ ଏହି ରାସ୍ତା ଦେଇ ଯାତାୟାତ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁସାରେ, ବଂଗଲାଗୁଡା ନିକଟରେ ପଚାଶ ବର୍ଷ ପୁରୁଣା ଏହି ପୋଲ । ତେବେ ଏହି ପୋଲ ରାସ୍ତା ସହ ସଂଯୋଗ କରିଥିବା ସ୍ଥାନରେ ମାଟି ଧସିଯିବା ଯୋଗୁଁ ପ୍ରାୟ ୬୦ ଫୁଟ ଲମ୍ବ ଏହି ପୋଲଟି ଏକ ପଟକୁ ଖସିଯାଇଚି । ଏନେଇ ଆଜି ସନ୍ଧ୍ୟାରୁ ଏହି ରାସ୍ତା ଦେଇ ସମସ୍ତ ଯାନବାହନ ଯାତାୟାତକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି । ତେବେ ଅସ୍ଥାୟୀ ବିକଳ୍ପ ରାସ୍ତା ନିର୍ମାଣ କରାଯିବା ସହ ଭାଙ୍ଗି ଯାଇଥିବା ପୋଲର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ବରାନ୍ବତ କରାଯିବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.