ETV Bharat / state

ସୀମା ବିବାଦ ପାଲଟିବ ନିର୍ବାଚନୀ ମୁଦ୍ଦା, ପଟ୍ଟାଙ୍ଗିବାସୀଙ୍କ ମନ କିଏ କିଣିବ ?

ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ପଟ୍ଟାଙ୍ଗି, ସେମିଳିଗୁଡା ଓ ନନ୍ଦପୁର ବ୍ଲକକୁ ନେଇ ରହିଛି । ଏଥର ନିର୍ବାଚନୀ ପ୍ରସଙ୍ଗ ରହିବ ପଟ୍ଟାଙ୍ଗିରେ କୋଟିଆର ବିବାଦୀୟ ୨୧ଟି ଗ୍ରାମ ଓ ନନ୍ଦପୁର ବ୍ଲକର ଅନେକ ସୀମାନ୍ତ ଗ୍ରାମ ସହ ଆନ୍ଧ୍ରପ୍ରଦେଶର ସୀମା ବିବାଦ ।

author img

By

Published : Mar 27, 2019, 4:50 PM IST

Updated : Mar 27, 2019, 7:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଜିଲ୍ଲାର ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରତି ନିର୍ବାଚନରେ କଡା ସଙ୍ଘର୍ଷ ହୋଇଥାଏ । ପ୍ରାର୍ଥୀଙ୍କୁ ଜିତିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ । ଏଥର ମଧ୍ୟ ତିନୋଟି ଦଳର ପ୍ରାର୍ଥୀ ମୈଦାନକୁ ଓହ୍ଲାଇ ଥିବାରୁ ତ୍ରିମୁଖୀ ଫାଇଟହେବାର ଆଶା ଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ପଟ୍ଟାଙ୍ଗି, ସେମିଳିଗୁଡା ଓ ନନ୍ଦପୁର ବ୍ଲକକୁ ନେଇ ରହିଛି । ଏଥର ନିର୍ବାଚନୀ ପ୍ରସଙ୍ଗ ରହିବ ପଟ୍ଟାଙ୍ଗିରେ କୋଟିଆର ବିବାଦୀୟ ୨୧ଟି ଗ୍ରାମ ଓ ନନ୍ଦପୁର ବ୍ଲକର ଅନେକ ସୀମାନ୍ତ ଗ୍ରାମ ସହ ଆନ୍ଧ୍ରପ୍ରଦେଶର ସୀମା ବିବାଦ । ଏହା ସହିତ ଦୋରା, କମାର, ରଣା ଓ ମାଳି ସମାଜର ସ୍ବାଧୀନତା ପରବର୍ତ୍ତୀ କାଳରେ ଆଦିବାସୀ ମାନ୍ୟତା ହରାଇଥିବା ବିଷୟ ଅମୀମାଂସିତ ହୋଇ ରହିଯାଇଛି । ନିର୍ବାଚନ ପରେ ଏବଂ ନିର୍ବାଚନ ସମୟରେ ଚର୍ଚ୍ଚା ଓ ପ୍ରତିଶ୍ରୁତି ମଧ୍ୟରେ ଏହା ସୀମିତ ହୋଇ ରହିଯାଇଛି । ଏହା ମଧ୍ୟ ଏଥରନିର୍ବାଚନୀ ପ୍ରସଙ୍ଗ ପାଲଟିବ ବୋଲି କୁହାଯାଉଛି ।

ଗତଥର ବିଜେଡି ପକ୍ଷରୁ ଏହି ସମସ୍ତ ସମସ୍ୟାସମାଧାନ ଦିଗରେ ପ୍ରୟାସ କରାଯିବ ବୋଲି ଷ୍ଟାମ୍ପ ପେପରରେ ଲିଖିତ ଭାବେ ପ୍ରତିଶ୍ରୁତି ଦେଇ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ଏହି ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ବିଜେଡି ଦଳର ବିଧାୟକ କୌଣସି ପ୍ରଚେଷ୍ଟା କରିନଥିବା ଅଭିଯୋଗ କରି ତାଙ୍କ ବିରୁଦ୍ଧରେ ଏହି ଅଞ୍ଚଳର ଲୋକେ ଆନ୍ଦୋଳନ କରିଥିଲେ । ବର୍ତ୍ତମାନ ତାଙ୍କ ସ୍ଥାନରେ ନୂଆ ମୁହଁ ଭାବେ ପିତମ ପାଢୀଙ୍କୁ ବିଜେଡି ଟିକେଟ ଦେଇଛି । ତେବେ ଏହି ପ୍ରସଙ୍ଗକୁ ସାମନା କରି ସେ କିପରି ନିର୍ବାଚନ ଲଢିବେ ତାହା ବିରାଟ ପ୍ରଶ୍ନ ଭାବେ ଠିଆ ହୋଇଛି।

କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ଏହି ଆସନରୁ ଦୁଇ ଥର ବିଧାୟକ ହୋଇ ସୁନାମ ଅର୍ଜନ କରିଛନ୍ତି । ଉଭୟ ରାମଚନ୍ଦ୍ର ଓ ପିତମଙ୍କ ଘର ସେମିଳିଗୁଡା ବ୍ଲକରେ । ସେହିପରି ବିଜେଡି ଟିକେଟ୍‌ ନପାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ରଣାଙ୍ଗନଙ୍କୁ ଓହ୍ଲାଇଥିବା ଦାସୀ ନନ୍ଦବାଲି ମଧ୍ୟ ଏହି ଅଞ୍ଚଳବାସୀ । ତେଣୁ ଏହି ତିନିଜଣଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ଦେଖାଦେଇଛି । ତେବେ ବିଜେପିର ନୂଆଁ ମୁହଁ ଭାବେ ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପାଙ୍ଗି ନନ୍ଦପୁର ବ୍ଲକ ଅଞ୍ଚଳର ବାସିନ୍ଦା ।

ଏହାସହ ସେହି ଅଞ୍ଚଳରେ ଗତ କିଛି ବର୍ଷ ହେବ ସେ ଲୋକଙ୍କ ସମସ୍ୟା ସହିତ ସଂଗ୍ରାମ ଜାରି ରଖିଥିବା ଯୋଗୁଁ ଅନ୍ୟ ପ୍ରାର୍ଥୀଙ୍କ ଅପେକ୍ଷା ସେ ଲୋକଙ୍କ ଅଧିକ ନିକଟତର । ଏହାସହ ଅଞ୍ଚଳରେ ବହୁବାର ବିଧାୟକ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଜୟରାମ ପାଙ୍ଗି ବର୍ତ୍ତମାନ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀ ହେବା ପରେ ରାମଚନ୍ଦ୍ର ପାଙ୍ଗିଙ୍କୁ ଏହା ଅଧିକ ସହାୟକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଚଳିତ ନିର୍ବାଚନରେ ଜିତିବା ପାଇଁ ସମସ୍ତ ପ୍ରାର୍ଥୀଙ୍କ ଦ୍ୱାରା ପ୍ରତିଶ୍ରୁତି ଦେବା ଓ ପରସ୍ପର ବିରୋଧରେ ଉପଯୁକ୍ତ ଯୁକ୍ତି ବଢାଯାଇଛି । ହେଲେ କୌଣସି ପ୍ରାର୍ଥୀଙ୍କ ଲାଗି ଏହି ସଂଗ୍ରାମ ସହଜ ହେବ ନାହିଁ ବୋଲି ରାଜନୈତିକ ବିଶ୍ଲେଷକ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

sample description
Last Updated : Mar 27, 2019, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.