ETV Bharat / state

କୋରାପୁଟ ଗଣଦୁଷ୍କର୍ମ ପ୍ରସଙ୍ଗ: ବିଜେପି କହିଲା ବଜେଡି ଛତ୍ରଛାୟାରେ ଅଭିଯୁକ୍ତ

କୋରାପୁଟ ସଦର ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲା ବିଜେଡି । ଦୁଷ୍କର୍ମକାରୀ ଶାସକ ଦଳ ବିଜେଡିର ଛତ୍ରଛାୟା ତଳେ ଥିବା ନେଇ ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

କୋରାପୁଟ ଗଣଦୁଷ୍କର୍ମ ପ୍ରସଙ୍ଗ: ବିଜେପି କହିଲା ବଜେଡି ଛତ୍ରଛାୟାରେ ଅଭିଯୁକ୍ତ
କୋରାପୁଟ ଗଣଦୁଷ୍କର୍ମ ପ୍ରସଙ୍ଗ: ବିଜେପି କହିଲା ବଜେଡି ଛତ୍ରଛାୟାରେ ଅଭିଯୁକ୍ତ
author img

By

Published : Dec 30, 2021, 8:22 PM IST

ଭୁବନେଶ୍ବର: କୋରାପୁଟ ସଦର ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲା ବିଜେଡି । ଦୁଷ୍କର୍ମକାରୀ ଶାସକ ଦଳ ବିଜେଡିର ଛତ୍ରଛାୟା ତଳେ ଥିବା ନେଇ ଅଭିଯୋଗ କରିଛି ବିଜେପି । ଗତ ଡିସେମ୍ବର ୨୪ ତାରିଖ ରାତିରେ କୋରାପୁଟ ସଦର ଅଞ୍ଚଳରେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିଲା । ହେଲେ ଏଯାଏଁ ଏହି ମାମଲାରେ ଜଣେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ଏହାକୁ ନେଇ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଐଶ୍ବର୍ଯ୍ୟା ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

କୋରାପୁଟ ଗଣଦୁଷ୍କର୍ମ ପ୍ରସଙ୍ଗ: ବିଜେପି କହିଲା ବଜେଡି ଛତ୍ରଛାୟାରେ ଅଭିଯୁକ୍ତ

ବିଜେଡି ଶାସନରେ ରାଜ୍ୟରେ ଅପରାଧ ବଢ଼ିଥିବା ବିଜେପି ଅଭଯୋଗ କରିଛି । ମହିଳାଙ୍କ ସୁରକ୍ଷା ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆ ଯାଉନାହିଁ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗକୁ କୌଣସି ପ୍ରଶ୍ନ କରୁ ନାହାନ୍ତି । ରାଜ୍ୟରେ ଦିବ୍ୟଶଙ୍କର ମିଶ୍ରଙ୍କ ଭଳି ଗୃହ ରାଷ୍ଟ୍ରମନ୍ତ୍ରୀ ଯେତେ ପର୍ଯ୍ୟନ୍ତ ଥିବେ ଏମିତି ମହିଳାଙ୍କ ବିରୋଧରେ ଅପରାଧ ବଢ଼ି ଚାଲିଥିବା ବୋଲି କହିଛନ୍ତି ବିଜେପି ନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ ।

କୋରାପୁଟ ସଦର ଅଞ୍ଚଳରେ କିଛି ଦୁର୍ବୃତ୍ତ ପାଚେରୀ ଡେଇଁ ମହିଳାଙ୍କ ଘର ଭିତରକୁ ପଶିଥିଲେ । 3 ବର୍ଷର ଶିଶୁକୁ ଗଳା ଚିପି ମାଆ ଠାରୁ ଅଲଗା କଲେ । ଏହାପରେ ମହିଳାଙ୍କ ସ୍ୱାମୀଙ୍କୁ ବାନ୍ଧି ମହିଳାଙ୍କୁ ବନ୍ଧୁକ ମୁନରେ ରଖି ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ । ଏହାକୁ ନେଇ ଜୟପୁରରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହୋଇଥିଲା । ହେଲେ ଏହି ଘଟଣା ବର୍ତ୍ତମାନ ସୁଦ୍ଧା ଜଣେ ମଧ୍ୟ ଅଭିଯୁକ୍ତ ଗିରଫ ହୋଇ ପାରିନାହାନ୍ତି । ଏହାକୁ ନେଇ ପୋଲିସ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ କରିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.