ETV Bharat / state

ରାଜ୍ୟରେ ଚାଲିଛି କା‘ ଶାସନ, ସଚିବଙ୍କ ଗସ୍ତରେ ଖର୍ଚ୍ଚ ହେଉଛି ଶହଶହ କୋଟି: ବିଜେପି

author img

By ETV Bharat Odisha Team

Published : Aug 31, 2023, 7:06 PM IST

5ଟି ସଚିବଙ୍କ ଜିଲ୍ଲାୱାରୀ ଗସ୍ତକୁ ନେଇ ସରକାର ଉପରେ ଗର୍ଜିଲା ବିଜେପି । କାହା ପଇସାରେ ଚାଲିଛି ଗସ୍ତ ସରକାରଙ୍କୁ ପ୍ରଶ୍ନ କଲା ବିଜେପି । ଅଧିକ ପଢନ୍ତୁ

5ଟି ସଚିବଙ୍କ ଜିଲ୍ଲାୱାରୀ ଗସ୍ତକୁ ନେଇ ସରକାର ଉପରେ ଗର୍ଜିଲା ବିଜେପି

ଭୁବନେଶ୍ବର: ସରକାରଙ୍କ ଉପରେ ଗର୍ଜିଲା ବିଜେପି । 5ଟି ସଚିବଙ୍କ ଜିଲ୍ଲାୱାରୀ ଗସ୍ତକୁ ନେଇ ସରକାର ଉପରେ ଗର୍ଜିଲା ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି,"ଗତ କିଛି ଦିନ ହେବ ରାଜ୍ୟରେ ଓଲଟା ଗଣତନ୍ତ୍ର ଚାଲିଛି । ଦୀର୍ଘ 23 ବର୍ଷ ଧରି ନବୀନ ପଟ୍ଟନାୟକ ନିଜର ଅଭିଯୋଗ ପ୍ରକୋଷ୍ଠରେ ବସି ନାହାଁନ୍ତି କି ଅଭିଯୋଗ ଗ୍ରହଣ କରି ନାହାନ୍ତି । 23 ବର୍ଷ ପରେ ଜଣେ ବ୍ୟକ୍ତିଗତ ସଚିବଙ୍କୁ ଅଭିଯୋଗ ଆଣିବା ପାଇଁ ପଠାଉଛନ୍ତି । ସଚିବଙ୍କ ଗସ୍ତରେ 300 କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି ।"

ମନୋଜ ମହାପାତ୍ର ଆହୁରି କହିଛନ୍ତି "ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ । ଓଲଟା ଗଣତନ୍ତ୍ର ଚାଲିବା ଓ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ ନକରିବା ଫଳରେ ଅରାଜକତା ବଢ଼ିଛି । ଓଡ଼ିଶାରେ ଆଇନର ଶାସନ ନାହିଁ । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଲାଣି । ମୁଖ୍ୟମନ୍ତ୍ରୀ କା'ରେ ଶାସନ ଟେକି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀଙ୍କ ଦାୟିତ୍ଵ କଣ ? ଯାଜପୁରରେ 5T ଗଞ୍ଜି ପିନ୍ଧି ଆକ୍ରମଣ କରୁଥିଲେ ସେମାନେ କିଏ ? ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଶଙ୍ଖାସୁର ଖୋଳପା ଛାଡି ମୁଖ୍ୟମନ୍ତ୍ରୀ ବାହାରକୁ ଆସନ୍ତୁ । ଜବାବ ରଖନ୍ତୁ ମୁଖ୍ୟମନ୍ତ୍ରୀ ।"

ଅଧିକ ପଢନ୍ତୁ:'ସଚିବ ରାଜୁତି ଚଳିବ ନାହିଁ' ନାରାରେ କମ୍ପିଲା ଜାରକା, କଳାବ୍ୟାଚ୍‌ ପିନ୍ଧି କଂଗ୍ରେସର ପ୍ରତିବାଦ

ସେହିପରି ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁରର ସୁକିନ୍ଦାରେ ପରିବାରବାଦ କଥା ଉଠାଇ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏବଂ ତାଙ୍କ ବାପା ପ୍ରଫୁଲ୍ଲ ଘଡାଇଙ୍କୁ ଟାର୍ଗଟେ କରିଥିଲେ । ଏହାର ଜବାବ ମଧ୍ୟ ଦେଇଥିଲେ ପ୍ରୀତିରଞ୍ଜନ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ବିଜେପି ସଭାପତି ଗୌତମ ରାୟ କହିଛନ୍ତି, "ଗତକାଲି(ବୁଧବାର) ଯାଜପୁର ଗସ୍ତ ସମୟରେ ସ୍ଥାନୀୟ ଲୋକମାନେ ଶାସକ ଦଳର ଶାସନକୁ ନେଇ ଅଭିଯୋଗ କରିଥିଲେ । ଇସ୍ପାତ ଶିଳ୍ପ ତଥା ପ୍ରାଚୁର୍ଯ୍ୟରେ ଭରପୁର ଯାଜପୁର ଜିଲ୍ଲା, ବିଶେଷ କରି ସୁକିନ୍ଦା ଅଞ୍ଚଳ । କିନ୍ତୁ ଏତେ ସବୁ ଥିବା ସତ୍ତ୍ୱେ ଏଠି ଦାଦନ ଦୁଃଖ କାହିଁକି ? ଏତେ କଳକାରଖାନା ଥିବା ବେଳେ ବେରୋଜଗାରୀ କାହିଁକି ଅଛି ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକମାନେ ଏହାର ଉତ୍ତର ଦେଇ କହିଥିଲେ 35 ବର୍ଷ ହେଲା ଗୋଟିଏ ପରିବାରକୁ ପ୍ରତିନିଧିତ୍ଵ କରିବାର ସୁଯୋଗ ମିଳୁଛି । ସେମାନେ ମନ୍ତ୍ରୀ ହେଉଛନ୍ତି ହେଲେ ଏଠି ବେରୋଜଗାରୀ ହଟୁ ନାହିଁ, ଲୋକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ରାଜ୍ୟରେ ଶାସନ କେତେ ଦୁର୍ବଳ ହୋଇ ପଡ଼ିଛି ତାହା ଏବେ ଲୋକମାନେ ନିଜେ ଅନୁଭବ କରିଛନ୍ତି । ଏଥର ନିର୍ବାଚନରେ ସରକାର ଏହାର ପ୍ରତିଫଳନ ମଧ୍ୟ ଦେଖିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.