ETV Bharat / state

Bird Census: କୋରାପୁଟରେ ପକ୍ଷୀଙ୍କ ଆଗମନ ଦ୍ବିଗୁଣିତ - କୋରାପୁଟର ବୃଦ୍ଧି ପାଉଛି ପକ୍ଷୀସଂଖ୍ୟା

କୋରାପୁଟ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ପକ୍ଷୀଗଣନା ଆରମ୍ଭ ହୋଇଛି । ପକ୍ଷୀଙ୍କ ପାଇଁ ପାଣିପାଗ ଅନୁକୂଳ ହେଉଛି କୋରାପୁଟ । ଚଳିତ ବର୍ଷ ଜିଲ୍ଲାରେ ପକ୍ଷୀଙ୍କ ଆଗମନ ଦୁଇ ଗୁଣ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

Bird Census: କୋରାପୁଟରେ ପକ୍ଷୀଙ୍କ ଆଗମନ ଦ୍ବିଗୁଣିତ

author img

By

Published : Jan 5, 2022, 10:39 PM IST

Updated : Jan 5, 2022, 10:52 PM IST

କୋରାପୁଟ: ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ପକ୍ଷୀଗଣନା ଆରମ୍ଭ ହୋଇଛି । ଏହି ଅବସରରେ ଆଜି କୋରାପୁଟର ବିଭିନ୍ନ ଅଞ୍ଚଳରେ ପକ୍ଷୀଙ୍କୁ ଗଣନା କରାଯାଇଛି । କୋରାପୁଟ ବନଖଣ୍ଡ ଅଞ୍ଚଳର ଛୋଟ ବଡ ବିଭିନ୍ନ ଜଳାଶୟରେ ବନ ବିଭାଗ ତରଫରୁ ପକ୍ଷୀ ଗଣନା କରାଯାଇଛି ।

Bird Census: କୋରାପୁଟରେ ପକ୍ଷୀଙ୍କ ଆଗମନ ଦ୍ବିଗୁଣିତ

ସାରା ରାଜ୍ୟରେ ଆରମ୍ଭ ହୋଇଛି ପକ୍ଷୀଗଣନା କାର୍ଯ୍ୟକ୍ରମ । ଆଜି କୋରାପୁଟ ବନାଞ୍ଚଳର ସ୍ବତନ୍ତ୍ର ଟିମ ପକ୍ଷୀଗଣନା କରିଛି । ପକ୍ଷୀଗଣନାକୁ ନେଇ କୋରାପୁଟ ବନାଞ୍ଚଳ ଅଧିକାରୀ ରୋହିତ କୁମାର ସୂଚନା ଦେଇ କହିଛନ୍ତି ଯେ ଗତ ବର୍ଷ ଅପେକ୍ଷା ଜିଲ୍ଲାରେ ପକ୍ଷୀଙ୍କ ଆଗମନ ଦୁଇଗୁଣ ବୃ୍ଦ୍ଧି ପାଇଛି । ଜିଲ୍ଲାର ସମୁଦାୟ ପାଞ୍ଚଟି ଜଳାଶୟରେ 2351 ଟି ପକ୍ଷୀଙ୍କ ଗଣନା କରାଯାଇଥିବା ବେଳେ କୋଲାବ ଜଳଭଣ୍ଡାରରେ ସର୍ବାଧିକ 1042ଟି ପକ୍ଷୀଙ୍କୁ ଠାବ କରାଯାଇଛି । ସେହିପରି ନାଲକୋ ଆଶ ପଣ୍ଡରେ 571 ଟି , ଡଙ୍ଗରି ମାଳିଗୁଡାରେ 110 , ବାଗ୍ରାରେ 438 , ରାଣୀଗୁଡାରେ ଥିବା ତେଲେଙ୍ଗିରି ଜଳାଶୟରେ 160ଟି ପକ୍ଷୀ ଗଣନା କରାଯାଇଛି ।

ପକ୍ଷୀଙ୍କ ପାଇଁ ପାଣିପାଗ ଅନୁକୂଳ ହୋଇଥିବାରୁ ଚଳିତ ବର୍ଷ ଅଧିକ ପକ୍ଷୀଙ୍କ ଆଗମନ ହୋଇଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି। ବିଶେଷ କରି ଶୀତ ଋତୁରେ ଜିଲ୍ଲାର ବିଭିନ୍ନ ଜଳଭଣ୍ଡାରରେ ପକ୍ଷୀଙ୍କ ଆଗମନ ଶୋଭାକୁ ଆହୁରୀ ସରଷ ସୁନ୍ଦର କରିଥାଏ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jan 5, 2022, 10:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.