ETV Bharat / state

ଆଜିଠୁ ଜୟପୁରକୁ ଉଡି଼ବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ - ଜୟପୁର ଭୁବନେଶ୍ବର ବିମାନ ସେବା

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜିଠୁ ରାଜଧାନୀରୁ ଜୟପୁର ସହରକୁ ଉଡ଼ିବ ବିମାନ । ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

bhubaneswar to jeypore flight starts from today cm naveen patnaik to be inaugurate
ଆଜି ଜୟପୁରକୁ ଉଡି଼ବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
author img

By

Published : Oct 31, 2022, 7:28 AM IST

Updated : Oct 31, 2022, 7:55 AM IST

ଭୁବନେଶ୍ବର: ଆଜିଠୁ ଭୁବନେଶ୍ବରରୁ ଜୟପୁରକୁ ଆରମ୍ଭ ହେବ ଯାତ୍ରୀବାହୀ ବିମାନ ସେବା । ବିମାନ ଚଳାଚଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ 10.30ରେ ଯାତ୍ରୀବାହୀ ବିମାନ ସେବାର ଶୁଭାରମ୍ଭ କରିବେ ନବୀନ । କାର୍ଯ୍ୟକ୍ରମରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ଅଧିକାରୀ ଓ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ୱାନ ଏୟାର ଅଧିକାରୀମାନେ ଉପସ୍ଥିତ ରହିବେ । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ 20 ତାରିଖରେ ଡିଜିସିଏ ପକ୍ଷରୁ ଲାଇସେନ୍ସ ଦିଆଯାଇଛି । ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର ଏବଂ ଭୁବନେଶ୍ବର-ଜୟପୁର ବିମାନ ଉଡ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରଥମ ଥର ଭୁବନେଶ୍ବରରୁ ଜୟପୁରକୁ ଯାତ୍ରା କରିବା ପାଇଁ କିଛି ଯାତ୍ରୀ ଇଣ୍ଡିଆ ୱାନ ଏୟାର ସାଇଟରୁ ଅନଲାଇନରେ ଟିକେଟ କରିଛନ୍ତି । ଏଥିସହ ଇଣ୍ଡିଆ ୱାନ ଏୟାର ପକ୍ଷରୁ ଅଫର ପ୍ରାଇସ ଭାବେ ବିମାନରେ ଭୁବନେଶ୍ବରରୁ ଜୟପୁରକୁ ଯିବାପାଇଁ ଟିକେଟ ମୂଲ୍ୟ 999 ଟଙ୍କା ରଖାଯାଇଛି । ଟିକେଟ ବୁକିଂ ଲାଗି ୱେବସାଇଟ indiaoneair.comର ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାରଙ୍କ ‘ଉଡାନ’ ‌‌ଯୋଜନାରେ ବିମାନ ଚଳାଚଳ ଲାଇସେନ୍ସ ମିଳିଛି । ବି’ କାଟାଗୋରି ବିମାନ ଚଳାଚଳ ପାଇଁ ଅନୁମତି ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: 31ରୁ ଭୁବନେଶ୍ଵରରୁ ଜୟପୁରକୁ ଉଡିବ ବିମାନ, ଏତିକି ରହିଛି ଟିକେଟ୍‌ ଦର

ପ୍ରତ୍ୟେକ ଦିନ ପୂର୍ବାହ୍ନ 11 ଟା 35 ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ । 1.20 ମିନିଟରେ ଜୟପୁରରେ ପହଞ୍ଚିବ । ଜୟପୁରରୁ ଏହା 1.40 ମିନିଟରେ ଛାଡିବ ଓ 2 ଟା 30ରେ ବିଶାଖାପାଟଣାରେ ପହଞ୍ଚିବ । ଏହା ଅପରାହ୍ନ 3 ଟାରେ ବିଶାଖାପାଟଣାରୁ ବାହାରି 3 ଟା 50 ମିନିଟରେ ଜୟପୁରରେ ପହଞ୍ଚିବ । ସେହିପରି 4ଟା.5 ମିନିଟରେ ଜୟପୁରରୁ ବାହାରି 5 ଟା 50 ମିନିଟରେ ଭୁବନେଶ୍ବରରେ ପହଞ୍ଚିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 31, 2022, 7:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.