ETV Bharat / state

ବାଲଡା ପର୍ବତରେ ପ୍ରସ୍ତାବିତ ଖଣି ଖନନକୁ ବିରୋଧ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବିରୋଧକାରୀ

author img

By ETV Bharat Odisha Team

Published : Oct 6, 2023, 12:31 PM IST

ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତାବିକ ଖଣି ଖନନକୁ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାସିନ୍ଦାଙ୍କ ପ୍ରବଳ ବିରୋଧ । ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପର୍ବତରେ ଖନନ ନକରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢ଼ନ୍ତୁ

ପ୍ରସ୍ତାବିତ ଖଣି ଖନନକୁ ବିରୋଧ
ପ୍ରସ୍ତାବିତ ଖଣି ଖନନକୁ ବିରୋଧ
ପ୍ରସ୍ତାବିତ ଖଣି ଖନନକୁ ବିରୋଧ

କୋରାପୁଟ: ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତାବିକ ଖଣି ଖନନକୁ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାସିନ୍ଦାଙ୍କ ପ୍ରବଳ ବିରୋଧ । ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପର୍ବତରେ ଖନନ ନକରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ତେବେ ବାଲାଡା ପାହାଡ ଉପରେ 8ଟି ପଞ୍ଚାୟତବାସୀ ନିର୍ଭର କରୁଥିବା ବେଳେ ଏହାର ଖନନ ଦ୍ବାରା ସେମାନଙ୍କ ଜୀବନଜୀବିକା ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପର୍ବତରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ଖଣି ଖନନକୁ ପ୍ରବଳ ବିରୋଧ । ପାହାଡ଼ ଉପରେ ନିର୍ଭର କରୁଥିବା ନନ୍ଦପୁର ବ୍ଲକର ପାଖାପାଖି 8ଟି ପଞ୍ଚାୟତବାସିନ୍ଦା ଏହି ଖନନକୁ ବିରୋଧ କରିଛନ୍ତି । ବାଲଡା ସରପଞ୍ଚଙ୍କ ନେତୃତ୍ବରେ ଶତାଧିକ ସ୍ଥାନୀୟବାସିନ୍ଦା ଏନେଇ କୋରାପୁଟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଖୁବଶୀଘ୍ର ଏହି ଖନନ ପ୍ରସ୍ତାବରେ ରୋକ୍‌ ଲଗାଇବା ପାଇଁ ଦାବି କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ବେଆଇନ ଖଣି ଖନନ ଉପରେ କେବେ ଲାଗିବ ରୋକ ? ଚିନ୍ତାରେ ପରିବେଶବିତ୍‌

ତେବେ ସ୍ଥାନୀୟବାସିନ୍ଦାଙ୍କ କହିବାନୁଯାୟୀ, ବାଲଡା ପର୍ବତକୁ ରାଜ୍ୟ ସରକାର କିଛି ବର୍ଷ ପୂର୍ବେ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିଥିଲେ । ସେହି କ୍ରମରେ ରାଜ୍ୟ ବନ ବିଭାଗ ଦ୍ଵାରା ବୃକ୍ଷ ରୋପଣ, ଜଳାଶୟର ସୁରକ୍ଷା ପ୍ରଭୃତି କାର୍ଯ୍ୟ କରାଯାଇଥିବା ବେଳେ ପ୍ରଶାସନ ତରଫରୁ ପାହାଡର ତଳୁ ଉପର ପର୍ଯ୍ୟନ୍ତ 5 କିଲୋମିଟର ଯାଏଁ ରାସ୍ତା ନିର୍ମାଣ କରାଯାଇଛି । ଆଉ ମଧ୍ୟ ଏହି ପର୍ବତ ଉପରେ ଥିବା ନାଗେଶ୍ୱରୀ ଗୁମ୍ଫାରେ ପ୍ରତି ବର୍ଷ ଯାତ୍ରା ଅନୁଷ୍ଠିତ ହେବା ସହ ଜନତାଙ୍କ ଆସ୍ଥା ପ୍ରତି ସମ୍ମାନ ଜଣାଇ ଗୁମ୍ଫାର ରକ୍ଷଣା ବେକ୍ଷଣ ମଧ୍ୟ କରାଯାଇଛି । ଏପରି ସ୍ଥଳେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଅଣଦେଖା କରି ଏହି ପର୍ବତରେ ବକ୍ସାଇଟ୍‌ ଖଣି ଖନନ ପାଇଁ କୌଣସି କମ୍ପାନୀକୁ ଲିଜ୍‌ ଦେଲେ ଏହାର ପ୍ରବଳ ବିରୋଧ କରାଯିବ ବୋଲି କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ରତ୍ନ ପଥର ଖଣି ଖନନ ନେଇ ଜିଲ୍ଲା ପ୍ରଶାସନର ଜନ ଶୁଣାଣି, ଗ୍ରାମବାସୀଙ୍କ ନାରାବାଜି

ସେମାନେ ଆଉ ମଧ୍ୟ କହିଛନ୍ତି ଯେ, ନାଗେଶ୍ୱରୀ ଗୁମ୍ଫା ଭଳି ବିଶାଳକାୟ ଗୁମ୍ଫା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରି ଆସିଛି। ପର୍ଯ୍ୟଟନର ଏହି ଦିଗର ଗୁରୁତ୍ଵକୁ ଅନୁଭବ କରି କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ବାରା ଏହି ସମସ୍ତ ଗୁମ୍ଫାର ପୁନରୁଦ୍ଧାର କରାଯାଇ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଭାବେ ପ୍ରସ୍ତୁତ କରାଯାଇଥିଲା । ହେଲେ ବର୍ତ୍ତମାନ ଖଣି ଖନନ ଦ୍ବାରା ବାଲଡା ପାହାଡ଼ ଓ ନାଗେଶ୍ୱରୀ ଗୁମ୍ଫାର ଅସ୍ତିତ୍ୱକୁ ନଷ୍ଟ ହେବାକୁ ଯାଉଥିବା ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ ।

ଶହ ଶହ ବର୍ଷ ଧରି ଏହି ଗୁମ୍ଫାରେ ମା ନାଗେଶ୍ୱରୀ ପୂଜା ପାଇ ଆସୁଥିବା ବେଳେ ଏବେ ରାସ୍ତା ନିର୍ମାଣ ହେବାପରେ ପ୍ରତି ବର୍ଷ ଦମକ ଯାତ୍ରାରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ ଅନେକ ପର୍ଯ୍ୟଟକ ଓ ଭକ୍ତ ସାମିଲ ହେଉଛନ୍ତି । ଏହି ପାହାଡ଼ରେ ଖଣି ଖୋଳାଗଲେ ପର୍ଯ୍ୟଟନ ସହିତ ଜଙ୍ଗଲର ବିଭବ ନଷ୍ଟ ହେବ ବୋଲି ଆନ୍ଦୋଳନକାରୀ କହିଛନ୍ତି । ସରକାର ଯଦି ନିଜ ଜିଦ ରେ ଅଟଳ ରୁହନ୍ତି ତେବେ ପାଞ୍ଚଟି ପଂଚାୟତର ଲୋକଙ୍କ ଉପରେ ଗୁଳି ଚାଳନା କରିବାକୁ ହେବ। ତାହେଲେ ହିଁ ଖଣି ଖୋଳି ପାରିବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.