କୋରାପୁଟ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ । ଏହାକୁ ପ୍ରତିବାଦ ଜଣାଇ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି ।
ରାଜ୍ୟର ବିରୋଧୀ ଦଳର ନେତା ଯଦି ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକେ କେତେଦୂର ସୁରକ୍ଷିତ ତାହା ସହଜେ ଅନୁମେୟ ହେଉଛି ବୋଲି ଜିଲ୍ଲା କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ରୂପକ ତୁରୁକ କହିଛନ୍ତି । ଏନେଇ ଏକ ଦାବିପତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ