କୋରାପୁଟ: କୋରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଯୋଗୁଁ ଚାରିଆଡେ କାମଧନ୍ଦା ଠପ । ସେଲୁନରେ କାର୍ଯ୍ୟ କରୁଥିବା ବାରିକଙ୍କ ଅବସ୍ଥା ଦୁର୍ଦ୍ଦିନରେ କଟୁଛି । ଏଭଳି ସ୍ଥିତିରେ ବାରିକଙ୍କୁ ଖାଦ୍ୟ ଯୋଗାଇଛନ୍ତି କୋରାପୁଟର ବ୍ୟବସାୟୀ ପରିବାର ।
କୋରାପୁଟ ସହରରେ ବର୍ତ୍ତମାନ ଲାଗୁ ହୋଇଥିବା କଟକଣା ଯୋଗୁଁ ପ୍ରାୟ ଏକ ମାସ ହେଲା ସେଲୁନ ବନ୍ଦ ହୋଇଯାଇଛି । ଫଳରେ ସେଠାରେ କାମ କରୁଥିବା ବାରିକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ସହରର ବିଭିନ୍ନ ସେଲୁନରେ ମୁଖ୍ୟ ବାରିକଙ୍କ ପାଖରେ ସହାୟକ ଭାବେ କାମ କରୁଥିବା 35 ଜଣ ପରିବାର ବେରୋଜଗାରୀର ପ୍ରଭାବରେ ଅତିଷ୍ଠ ହୋଇଉଠିଥିଲେ । ତେବେ କୋରାପୁଟ ସହରରେ ବ୍ୟବସାୟ କରୁଥିବା ସାପା ପରିବାର ଏମାନଙ୍କ ଦୁଃଖ ଲାଘବ କରିବା ପାଇଁ ଆଗେଇ ଆସିଛନ୍ତି । ଏହି 35 ଜଣଙ୍କୁ 10 ଦିନ ପାଇଁ ଚାଉଳ, ଡାଲି, ତେଲ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ଏନେଇ ଜଣେ ସାହାଯ୍ୟ ଗ୍ରହଣ କରିଥିବା ବାରିକ ଆନନ୍ଦ କୁମାର କହିଛନ୍ତି ।
ସୂଚନାଥାଉକି ମହାମାରୀ କୋରୋନାର ଲକଡାଉନ ଯୋଗୁଁ ସମସ୍ତ ପ୍ରକାରର କାର୍ଯ୍ୟରେ କଟକଣା ଜାରି କରାଯାଇଛି । ବିଶେଷ କରି ପ୍ରତିଦିନ ରୋଜଗାର କରି ଖାଦ୍ୟ ଗ୍ରହଣ କରୁଥିବା ଲୋକଙ୍କ କ୍ଷେତ୍ରରେ ବେଡି ଉପରେ କରୋଡା ମାଡ ସଦୃଶ୍ୟ ହୋଇପଡିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ