ETV Bharat / state

ବାଲ୍ୟ ବିବାହ ହେଲେ ଦାୟୀ ରହିବେ ଅଙ୍ଗନବାଡି କର୍ମୀ - ଜିଲ୍ଲାପାଳ

କୋରାପୁଟ ଜିଲ୍ଲାର ଯେକୌଣସି ଗାଁରେ ବାଲ୍ୟ ବିବାହ ହେଲେ ସେହି ଗାଁର ଅଙ୍ଗନବାଡି କର୍ମୀଙ୍କ ସମେତ ତାଙ୍କ ସୁପରଭାଇଜର ଓ ସିଡିପିଓ ଦାୟୀ ରହିବେ । ବିଦ୍ୟାଳୟର ପିଲାଙ୍କ ଦ୍ବାରା ଗାଁ ଗାଁରେ ବାଲ୍ୟ ବିବାହ ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯିବା ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ
author img

By

Published : Sep 13, 2019, 9:21 PM IST

କୋରାପୁଟ: ଏଣିକି କୋରାପୁଟ ଜିଲ୍ଲାର ଯେକୌଣସି ଗାଁରେ ବାଲ୍ୟ ବିବାହ ହେଲେ ସେହି ଗାଁର ଅଙ୍ଗନବାଡି କର୍ମୀଙ୍କ ସମେତ ତାଙ୍କ ସୁପରଭାଇଜର ଓ ସିଡିପିଓ ଦାୟୀ ରହିବେ । ରାଜ୍ୟ ସରକାର ସିଡିପିଓ ମାନଙ୍କୁ ବାଲ୍ୟ ବିବାହ ନିରୋଧ ଅଧିକାରୀ ଭାବେ ସ୍ବତନ୍ତ୍ର ଅଧିକାର ଦେବା ସହ ନିଜ ନିଜ କ୍ଷେତ୍ରରେ ସୁପରଭାଇଜର ଓ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ବାଲ୍ୟବିବାହକୁ ପ୍ରତିହତ କରିବାର ଦାୟିତ୍ବ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ଏଥି ସତ୍ତ୍ବେ କୋରାପୁଟ ଜିଲ୍ଲା, ରାଜ୍ୟରେ ବାଲ୍ୟବିବାହ ବହୁଳ ଜିଲ୍ଲାର ତାଲିକାରେ ଦ୍ଵିତୀୟ ସ୍ଥାନ ଅଧିକାର କରିବା ପରିତାପର ବିଷୟ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ମତ ରଖିଛନ୍ତି । ଜିଲ୍ଲା ପ୍ରଶାସନ , ୟୁନିସେଫ ଓ ଆକ୍ସନଏଡ଼ର ମିଳିତ ଆନୁକୂଲ୍ୟରେ ବାଲ୍ୟବିବାହ ନିୟନ୍ତ୍ରଣ ପାଇଁ ଟାସ୍କଫୋର୍ସ ଗଠନ କରିବା ପାଇଁ ଆୟୋଜିତ ହୋଇଥିଲା ବୈଠକ । ଏହି ବୈଠକରେ କୋରାପୁଟ ଜିଲ୍ଲାରେ ବାଲ୍ୟ ବିବାହର ମାତ୍ରା ୩୪ ପ୍ରତିଶତରେ ପହଞ୍ଚିଥିବା ଜାଣିବା ପରେ ଜିଲ୍ଲାପାଳ ଏହି ମନ୍ତବ୍ୟ ଦେଇଛନ୍ତି ।

ବିଦ୍ୟାଳୟର ପିଲାଙ୍କ ଦ୍ବାରା ଗାଁ ଗାଁରେ ବାଲ୍ୟ ବିବାହ ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯିବା ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାଲ୍ୟ ବିବାହ ସଂଗଠିତ ହେଲେ ଗାଁରେ ରହି ଗାଁର ସମସ୍ତ ଖବରକୁ ଜାଣୁଥିବା ଅଙ୍ଗନବାଡି କର୍ମୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାର ଦାୟିତ୍ବକୁ ସୁଚାରୁରୂପେ ନତୁଲାଇଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ଅଙ୍ଗନବାଡି କର୍ମୀଙ୍କ ଏ ଦିଗରେ ଅସମର୍ଥତାକୁ ଠିକ ରୂପେ ତଦାରଖ କରିପାରିନଥିବା ଯୋଗୁଁ ସୁପରଭାଇଜର ଓ ସିଡିପିଓଙ୍କ ଉପରେ ମଧ୍ୟ ତାଙ୍କ ସିସିଆରକୁ ପ୍ରଭାବିତ କଲା ଭଳି ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଶୁଣାଇଛନ୍ତି ।

ଆଜିର ଏହି ସଭାରେ ଜିଲ୍ଲାର ବିଭିନ୍ନ ବିଭାଗ ର ସମନ୍ବୟରେ କିପରି ବାଲ୍ୟ ବିବାହ ଭଳି ଏକ ସମସ୍ୟାକୁ ପ୍ରତିହତ କରିହେବ ସେନେଇ ବିଷଦ ଭାବେ ଆଲୋଚନା ହୋଇଥିଲା ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଏଣିକି କୋରାପୁଟ ଜିଲ୍ଲାର ଯେକୌଣସି ଗାଁରେ ବାଲ୍ୟବିବାହ ସଂଗଠିତ ହେଲେ ସେହି ଗାଁର ଅଙ୍ଗନବାଡି କର୍ମୀ ଙ୍କ ସମେତ ତାଙ୍କ ସୁପରଭାଇଜର ଓ ସିଡିପିଓ ଦାୟୀ ରହିବେ ।Body:ରାଜ୍ୟ ସରକାର ସିଡିପିଓ ମାନଙ୍କୁ ବାଲ୍ୟ ବିବାହ ନିରୋଧ ଅଧିକାରୀ ଭାବେ ସ୍ୱତନ୍ତ୍ର ଅଧିକାର ଦେବା ସହ ନିଜ ନିଜ କ୍ଷେତ୍ରରେ ସୁପରଭାଇଜର ଓ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ବାଲ୍ୟବିବାହ କୁ ପ୍ରତିହତ କରିବାର ଦାୟିତ୍ୱ ପ୍ରଦାନ କରିଛନ୍ତି । କିନ୍ତୁ ଏଥି ସତ୍ୱେ କୋରାପୁଟ ଜିଲ୍ଲା , ରାଜ୍ୟରେ ବାଲ୍ୟବିବାହ ବହୁଳ ଜିଲ୍ଲାର ତାଲିକାରେ ଦ୍ଵିତୀୟ ସ୍ଥାନ ଅଧିକାର କରିବା ପରିତାପର ବିଷୟ ବୋଲି ଜିଲ୍ଲାପାଳ ମଧିସୁଦନ ମିଶ୍ର ମତ ରଖିଛନ୍ତି । ଜିଲ୍ଲା ପ୍ରଶାସନ , ୟୁନିସେଫ ଓ ଆକ୍ସନଏଡ଼ ର ମିଳିତ ଆନୁକୂଲ୍ୟରେ ବାଲ୍ୟବିବାହ ନିୟନ୍ତ୍ରଣ ପାଇଁ ଟାସ୍କଫୋର୍ସ ଗଠନ କରିବା ପାଇଁ ଆୟୋଜିତ ବୈଠକରେ କୋରାପୁଟ ଜିଲ୍ଲାରେ ବାଲ୍ୟବିବାହ ର ମାତ୍ରା ୩୪% ରେ ପହଞ୍ଚିଥିବା ଜାଣିବା ପରେ ଜିଲ୍ଲାପାଳ ଏହି ମନ୍ତବ୍ୟ ଦେଇଛନ୍ତି । ବିଦ୍ୟାଳୟର ପିଲାଙ୍କ ଦ୍ୱାରା ଗାଁଗାଁ ରେ ବାଲ୍ୟ ଵିଵାହ ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯିବା ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦେଇଥିବା ବେଳେ ବାଲ୍ୟ ବିବାହ ସଂଗଠିତ ହେଲେ ଗାଁରେ ରହି ଗାଁର ସମସ୍ତ ଖବରକୁ ଜାଣୁଥିବା ଅଙ୍ଗନବାଡି କର୍ମୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାର ଦାୟିତ୍ୱକୁ ସୁଚାରୁରୂପେ ତୁଲାଇ ପାରିନଥିବା ଯୋଗୁଁ ତାଙ୍କୁ ଏଥିନିମନ୍ତେ ଦାୟୀ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ଅଙ୍ଗନବାଡି କର୍ମୀଙ୍କ ଏ ଦିଗରେ ଅସମର୍ଥତାକୁ ଠିକରୂପେ ତଦାରଖ କରିପାରିନଥିବା ଯୋଗୁଁ ସୁପରଭାଇଜର ଓ ସିଡିପିଓ ଙ୍କ ଉପରେ ମଧ୍ୟ ତାଙ୍କ ସିସିଆର କୁ ପ୍ରଭାବିତ କଲାଭଳି ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଶୁଣାଇଛନ୍ତି ।Conclusion:ଆଜିର ଏହି ସଭାରେ ଜିଲ୍ଲାର ବିଭିନ୍ନ ବିଭାଗ ର ସମନ୍ୱୟ ରେ କିପରି ବାଲ୍ୟ ବିବାହ ଭଳି ଏକ ସମସ୍ୟାକୁ ପ୍ରତିହତ କରିହେବ ସେନେଇ ବିଷଦ ଭାବେ ଆଲୋଚନା ହୋଇଥିଲା ।
........
Edited story is attached
..........
Byte : Madhusudan Mishra , District collector,Koraput
...........
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.