କୋରୋପୁଟ: ଆନ୍ଧ୍ରପ୍ରଦେଶ ଆଡକୁ ଯାଉଥିବା ସମସ୍ତ ରାସ୍ତାକୁ ସିଲ କଲା ପୋଲିସ । ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରକୁ ସଂଯୋଗ କରୁଥିବା ବିଭିନ୍ନ ମୁଖ୍ୟ ରାସ୍ତାକୁ ସିଲ କରିଛନ୍ତି କୋରାପୁଟ ଜିଲ୍ଲାପ୍ରଶାସନ ।
![ଆନ୍ଧ୍ରପ୍ରଦେଶର ଆଡକୁ ଯାଉଥିବା ସମସ୍ତ ରାସ୍ତାକୁ ସିଲ୍ କଲା ପୋଲିସ](https://etvbharatimages.akamaized.net/etvbharat/prod-images/11686465_971_11686465_1620485242552.png)
ଆନ୍ଧ୍ର ସୀମାକୁ ଲାଗି ରହିଥିବା ବିଭିନ୍ନ ଅଞ୍ଚଳରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋରାପୁଟ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏନେଇ ପୋଲିସ ତରଫରୁ ବ୍ୟାପକ ଯାଞ୍ଚ କରାଯାଉଥିବା ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
![ଆନ୍ଧ୍ରପ୍ରଦେଶର ଆଡକୁ ଯାଉଥିବା ସମସ୍ତ ରାସ୍ତାକୁ ସିଲ୍ କଲା ପୋଲିସ](https://etvbharatimages.akamaized.net/etvbharat/prod-images/od-kpt-01-checking-on-borders-viz-7202788_08052021154945_0805f_1620469185_1056.jpeg)
ଚାଟୁଆ ତନଖି ଫାଟକ ଓ ଆନ୍ଧ୍ରପ୍ରଦେଶର ପେଦାବାଲି ଠାରେ ପୋଲିସ ଉପସ୍ଥିତିରେ ଯାଞ୍ଚ କରାଯାଉଥିବା ବେଳେ ସୁଡୁବ ପଞ୍ଚାୟତର ଶୋଭାପୁଟ ଠାରେ ଆନ୍ଧ୍ର ସୀମାକୁ ଲାଗିଥିବା ରାସ୍ତାକୁ ଗାଡି ମଟର ଯାଇ ନପାରିଲା ଭଳି ମାଟି ରାସ୍ତାକୁ ଖୋଳି ଦିଆଯାଇଛି ।
କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ