ETV Bharat / state

ଆନ୍ଧ୍ରର ନୂଆ ଚାଲ୍‌, କୋଟିଆରେ ଗୃହପାଳିତ ପଶୁଙ୍କୁ ଦେଲା ଟିକା - ପୁଣି କୋଟିଆରେ ଆନ୍ଧ୍ରର ଯୋଜନା

କୋଟିଆର ୨ଟି ଗାଁରେ ଆନ୍ଧ୍ର ପ୍ରାଣୀଧନ ଯୋଜନା ମାଧ୍ୟମରେ ଗୃହପାଳିତ ପଶୁଙ୍କୁ ଦିଆଗଲା ଟିକା । ଅଧିକ ପଢନ୍ତୁ...

ପୁଣି କୋଟିଆରେ ଆନ୍ଧ୍ରର ଯୋଜନା, ଗୃହପାଳିତ ପୋଶୁଙ୍କୁ ଦେଲା ଟିକା

author img

By

Published : Aug 26, 2021, 7:36 AM IST

କୋରାପୁଟ: କୋଟିଆକୁ ନିଜ ଅକ୍ତିକାରକୁ ନେବାକୁ ଗୋଟିଏ ପରେ ଗୋଟିଏ ଚାଲ ଚଲଉଛି ଆନ୍ଧ୍ର । ବାରମ୍ବାର ନୂଆ ନୂଆ ଯୋଜନା କରି ଫେଲ୍ ହେବା ପରେ ଏବେ କୋଟିଆର 2 ଗାଁର ଗୃହପାଳିତ ପଶୁଙ୍କୁ ଦେଇଛି ଟିକା । ଓଡିଶା-ଆନ୍ଧ୍ର ସୀମାବର୍ତ୍ତୀ କୋଟିଆ ପଞ୍ଚାୟତର ଧୂଳିପଦର, ତଳ ସେମ୍ବି ଗାଁରେ ଗତକାଲି(ବୁଧବାର) ଆନ୍ଧ୍ର ସରକାରଙ୍କ ପ୍ରାଣୀଧନ ବିଭାଗ ଦ୍ଵାରା ଗୋରୁଗାଈ, ଛେଳି ମେଣ୍ଢାଙ୍କୁ ଟିକା ପ୍ରଦାନ କରାଯାଇଥିବାବେଳେ ଆନ୍ଧ୍ରପ୍ରଦେଶର ସିପିଏମ ଆଦିବାସୀ ନେତା ଏ.କୋଟାୟା କୋଟିଆର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି ।

ପୁଣି କୋଟିଆରେ ଆନ୍ଧ୍ରର ଯୋଜନା, ଗୃହପାଳିତ ପୋଶୁଙ୍କୁ ଦେଲା ଟିକା

କୋଟିଆର ଲୋକଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି ସେ ମତ ରଖିଛନ୍ତି । ଅପରପକ୍ଷେ ସାଲୁର ବିଧାୟକ ରାଜନ ଦୋରା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କୋଟିଆ ସମ୍ପର୍କରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା କରିବା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଚେଷ୍ଟା କରୁଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଏହାକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହା ପୂର୍ବରୁ ଥରେ ଓଡିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇଥିଲେ ହେଁ ସମସ୍ୟାର ସମାଧାନ ଆସିପାରି ନାହିଁ, ବର୍ତ୍ତମାନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କେଉଁ ପ୍ରକାରର ଆଲୋଚନା କରିବେ ତାହା ଦେଖିବାକୁ ବାକି ରହିଲା ବୋଲି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି । ସେହିପରି ଭୁବନେଶ୍ୱରରୁ କୋଟିଆ ଗସ୍ତ କରିଥିବା ବିଶିଷ୍ଟ ପରିବେଶବିତ ବିଶ୍ୱଜିତ ମହାନ୍ତି କୋଟିଆରେ ଆନ୍ଧ୍ରର ଏପରି ଅନଧିକାର ପ୍ରବେଶକୁ ନେଇ ରାଜ୍ୟବାସୀଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.