ETV Bharat / state

ଆନ୍ଧ୍ରର ଦୋମୁହାଁ ନୀତି, ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ବେଳେ କୋଟିଆରେ କଲା ଗ୍ରାମସଭା

author img

By

Published : Nov 10, 2021, 6:51 AM IST

ପୁଣି ପଦାରେ ପଡିଲା ଆନ୍ଧ୍ରର ଦୋମୁହାଁ ନୀତି । ଗୋଟିଏ ପଟେ ଆନ୍ଧ୍ର-ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଥିବାବେଳେ ଅନ୍ୟପଟେ କୋଟିଆ ଗ୍ରାମପୁଞ୍ଜରେ ଗ୍ରାମସଭା କରାଇଲା ଆନ୍ଧ୍ର । ଅଧିକ ପଢନ୍ତୁ...

ଆନ୍ଧ୍ରର ଦୋମୁହାଁ ନୀତି, ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ବେଳେ କୋଟିଆରେ ଗ୍ରାମସଭା କଲା ପଡୋଶୀ

କୋରାପୁଟ: ମଙ୍ଗଳବାର ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ । ବୈଠକରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଦୁଇ ରାଜ୍ୟର ବିଭିନ୍ନ ସମସ୍ୟା ସମାଧାନ କରାଯିବାକୁ ଯୋଜନା ରହିଛି । ହେଲେ ବଡ କଥା ହେଉଛି, ଏପଟେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡିଶା ମୁଖିଆଙ୍କ ସହ ବୈଠକ କରୁଥିବାବେଳେ ସେପଟେ କିନ୍ତୁ ବିବାଦୀୟ କୋଟିଆରେ ପୁଣି ମନମାନି ଚଳାଇଛି ପଡୋଶୀ । ମଙ୍ଗଳବାର କୋଟିଆ ଗ୍ରାମପୁଞ୍ଜର ଧୂଳିପଦରରେ ଆନ୍ଧ୍ରପ୍ରଦେଶ ଗ୍ରାମସଭା କରିବା ସଙ୍ଗେ ସଙ୍ଗେ ଅଞ୍ଚଳବାସୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିଛି । ଯାହା ପୁଣିଥରେ ଆନ୍ଧ୍ରର ଦୋମୁହାଁ ନୀତି ପଦାରେ ପକାଇଥିବା ଚର୍ଚ୍ଚା ହେଉଛି ।

ଗତକାଲି(ମଙ୍ଗଳବାର) ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ କମିଟି ଗଠନ ଦିଗରେ ଜୋର ଦେଇଥିଲେ ହେଁ ଆନ୍ଧ୍ରର କୋଟିଆରେ ଅନୁପ୍ରବେଶ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇନାହିଁ । ତେଣୁ ସୀମା ବିବାଦର ସମାଧାନ ନେଇ କୋରାପୁଟବାସୀଙ୍କ ମନରେ ଜନ୍ମିଥିବା ଆଶା ମଉଳି ଯାଇଛି ।

ଗୋଟିଏ ପଟେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚା ଚାଲିଥିବାବେଳେ ସେହିଦିନ ଆନ୍ଧ୍ରପ୍ରଦେଶ ଧୂଳିପଦର ମାଟିରେ ଓଡିଶାକୁ ବେଖାତିର କରି ଗ୍ରାମସଭା କରିଛି । ତେଣୁ ଉଚ୍ଚସ୍ତରୀୟ କମିଟି ଗଠନ ଆଳରେ ଓଡିଶା ଆଉ କୋଟିଆ ମାଟିରେ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ କାର୍ଯ୍ୟକଳାପ ପ୍ରତିରୋଧ କରିବ ନା ନାହିଁ ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.