ETV Bharat / state

ରାସ୍ତାରୁ ହଟିଲା ଅବରୋଧ, ଥମିଲା ଆନ୍ଧ୍ର-ଓଡିଶା ସୀମା ବିବାଦ - କୋରାପୁଟରେ ସୀମା ବିବାଦ ଖବର

ଦୀର୍ଘ 8 ଦିନ ଧରି ଚାଲିଥିବା ଓଡିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦ ଥମିଛି । କୋରାପୁଟ ଓ ବିଶାଖାପାଟଣା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ହେବା ପରେ ଉତ୍ତେଜନା ଥମିଥିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଥମିଲା ଆନ୍ଧ୍ର-ଓଡିଶା ସୀମା ବିବାଦ
ଥମିଲା ଆନ୍ଧ୍ର-ଓଡିଶା ସୀମା ବିବାଦ
author img

By

Published : Nov 19, 2020, 9:47 PM IST

Updated : Nov 19, 2020, 10:29 PM IST

କୋରାପୁଟ: ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ସୀମା ବିବାଦ ଉଗ୍ର ରୂପ ଧାରଣ କରିଛି । ଏମିତିକି ସୀମାରେ ଉଭୟ ରାଜ୍ୟର ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ ମଧ୍ୟ ହଟାଯାଇଛି । ତେବେ ଉଭୟ ରାଜ୍ୟର ପ୍ରଶାସନଙ୍କ ମଧ୍ୟରେ ଆଲୋଚନା ହେବା ପରେ ଉତ୍ତେଜନା ଥମିଛି ।

ରାସ୍ତାରୁ ହଟିଲା ଅବରୋଧ, ଥମିଲା ଆନ୍ଧ୍ର-ଓଡିଶା ସୀମା ବିବାଦ

ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୁନାବେଡା ଗ୍ରାମରେ ଆନ୍ଧ୍ର-ଓଡିଶା ସୀମା ବିବାଦ ତୀବ୍ର ରୂପ ନେଇଥିଲା । ଏମିତିକି ସ୍ଥାନୀୟ ଅଞ୍ଚଳରେ ରାସ୍ତାରୋକ ମଧ୍ୟ କରାଯାଇଥିଲା । ଏହି ରାସ୍ତାରୋକ ଦୀର୍ଘ 8 ଦିନ ଧରି ଚାଲୁ ରହିଥିଲା । ବୁଧବାର କୋରାପୁଟ ଜିଲ୍ଲାର ସହଜିଲ୍ଲାପାଳ ଅର୍ଚ୍ଚନା ଦାସ ଓ ପଟ୍ଟାଙ୍ଗୀ ତହସିଲଦାର ପ୍ରଫୁଲ୍ଲ ଭତ୍ରାଙ୍କ ନେତୃତ୍ବରେ ଏକ ରାଜସ୍ବ ଅଧିକାରୀଙ୍କ ଦଳ ସୁନାବେଡା ଠାରେ ଆନ୍ଧ୍ରପ୍ରଦେଶର ପାଡେରୁ ଉପଜିଲ୍ଲାପାଳ ତଥା ଆରାକୁ ତହସିଲଦାର ଓ ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା ।

ଏହାପରେ କୋରାପୁଟ ଓ ବିଶାଖାପାଟଣା ଜିଲ୍ଲାର ଜିଲ୍ଲାପାଳଙ୍କ ମଧ୍ୟରେ ଏହି ବିବାଦକୁ ନେଇ ଆଲୋଚନା ହେବା ପରେ ଉଭୟ ରାଜ୍ୟର ଲୋକଙ୍କ ସହମତି କ୍ରମେ ରାସ୍ତାରୋକ ହଟିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Nov 19, 2020, 10:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.