ETV Bharat / state

ଆନ୍ଧ୍ର ହାଇକୋର୍ଟଙ୍କ ୟୁଟର୍ଣ୍ଣ; ନିର୍ବାଚନକୁ ଗ୍ରୀନସିଗନାଲ, କୋଟିଆରେ ୩ ଦଳର ନେତା ଏକାଠି - ଆନ୍ଧ୍ର ହାଇକୋର୍ଟ

ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନ ସ୍ଥଗିତାଦେଶ ନିଷ୍ପତ୍ତି ନେଇ ୟୁଟର୍ଣ୍ଣ ନେଇଛନ୍ତି ଆନ୍ଧ୍ର ହାଇକୋର୍ଟ । ତେବେ ହାଇକୋର୍ଟର ବୃହତ ଖଣ୍ଡପୀଠ‌ ଆନ୍ଧ୍ରରେ ପୁନର୍ବାର ନିର୍ବାଚନକୁ ଦେଇଛନ୍ତି ଗ୍ରୀନ ସିଗନାଲ । ଅଧିକ ପଢନ୍ତୁ...

ଆନ୍ଧ୍ର ହାଇକୋର୍ଟଙ୍କ ୟୁଟର୍ଣ୍ଣ; ନିର୍ବାଚନକୁ ଗ୍ରୀନସିଗନାଲ, କୋଟିଆରେ ୩ ଦଳର ନେତା ଏକାଠି

author img

By

Published : Apr 7, 2021, 5:18 PM IST

Updated : Apr 7, 2021, 9:44 PM IST

କୋରାପୁଟ: ଗୋଟିଏ ଦିନ ପରେ ବଦଳିଲା ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତି । ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନ ନେଇ ସ୍ଥଗିତାଦେଶ ନିଷ୍ପତ୍ତି ଉପରେ ୟୁଟର୍ଣ୍ଣ ନେଇଛନ୍ତି ଆନ୍ଧ୍ର ହାଇକୋର୍ଟ । ତେବେ ହାଇକୋର୍ଟର ବୃହତ ଖଣ୍ଡପୀଠ‌ ଆନ୍ଧ୍ରରେ ପୁନର୍ବାର ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନକୁ ଦେଇଛନ୍ତି ଗ୍ରୀନ ସିଗନାଲ ।

ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ କୋଟିଆରେ ମଧ୍ୟ ହେବ ନିର୍ବାଚନ । ତେବେ ଏହାକୁ ପ୍ରବଳ ବିରୋଧ କରୁଛନ୍ତି ଓଡିଶାର ସମସ୍ତ ରାଜନୈତିକ ଦଳ । ଏନେଇ ମଙ୍ଗଳବାର ହୋଇଥିଲା ସର୍ବଦଳୀୟ ବୈଠକ ।

ଆନ୍ଧ୍ର ହାଇକୋର୍ଟଙ୍କ ୟୁଟର୍ଣ୍ଣ; ନିର୍ବାଚନକୁ ଗ୍ରୀନସିଗନାଲ, କୋଟିଆରେ ୩ ଦଳର ନେତା ଏକାଠି

ଅନ୍ୟପକ୍ଷେ କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ବିରୋଧ କରୁଛି ଓଡିଶା । ନିର୍ବାଚନରେ କାହାରିକୁ ମତଦାନ କରାଇନଦେବା ପାଇଁ କୋଟିଆ ପଞ୍ଚାୟତର ଫାଟୁସିନେରୀରେ ରାସ୍ତାରେ ବସି ସମସ୍ତ ଦଳର ବିଧାୟକ ପ୍ରଦର୍ଶନ କରୁଛନ୍ତି । ଏହା ସହିତ ସୀମାନ୍ତବାସୀଙ୍କୁ ସଚେତନ କରାଇବାକୁ ସର୍ବଦଳୀୟ ଉଦ୍ୟମ ଜାରି ରହିଛି ।

ନିର୍ବାଚନ କରାଇ ନଦେବାକୁ ୩ ଦଳର ନେତା ଏକାଠି ହୋଇଛନ୍ତି । ବିଜେଡିରୁ ବିଧାୟକ ପ୍ରୀତମ ପାଢୀ, ରଘୁରାମ ପୋଡାଲ, କଂଗ୍ରେସରୁ ତାରା ବାହିନୀପତି ଓ ବିଜେପିରୁ ଜୟରାମ ପାଙ୍ଗି ଉପସ୍ଥିତ । ତେବେ କୋଟିଆ ପଞ୍ଚାୟତ ଏବଂ 22ଟି ଗ୍ରାମରେ ବୁଧବାର ସନ୍ଧ୍ୟା 5ଟାରୁ ଗୁରୁବାର ସଂଧ୍ୟା ପର୍ଯ୍ୟନ୍ତ ଧାରା 144 ଲାଗୁ କରିଦିଆଯାଇଛି ।

ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳ ଗଞ୍ଜେଇପଦର , ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜ଼ିଲ୍ଲା ପରିଷଦ ନିର୍ବାଚନ କରୁଥିବା ଘଟଣାକୁ କୋରାପୁଟ ଜିଲ୍ଲାର ରାଜନୈତିକ ଦଳଗୁଡିକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖବର ପ୍ରସାରିତ ହେବା ପରେ ବିଜେଡି , ବିଜେପି ଓ କଂଗ୍ରେସ ର ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ଫାଟୁସିନେରୀ ନିକଟସ୍ଥ ଓଡିଶା ଆନ୍ଧ୍ର ସୀମାରେ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଛନ୍ତି । ଓଡିଶା ମାଟିର କେହି ଭୋଟରଙ୍କୁ ଆନ୍ଧ୍ରର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ଏମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ କୋଟିଆରେ ସ୍ଥିତି ଅନୁଧ୍ୟାନ କରିବାକୁ ନୋଡାଲ୍ ଅଫିସର ମୁତୟନ ହୋଇଛନ୍ତି ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

Last Updated : Apr 7, 2021, 9:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.