ETV Bharat / state

କୋଟିଆ ବିବାଦ: ଓଡ଼ିଶା ଅଙ୍ଗନବାଡ଼ି କାନ୍ଥରେ ଆନ୍ଧ୍ର ପ୍ରକଳ୍ପର ମାନଚିତ୍ର

author img

By

Published : Apr 21, 2022, 9:30 PM IST

କୋଟିଆକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗସ୍ତର କିଛିଦିନ ମଧ୍ୟରେ ହିଁ ପୁଣିଥରେ ଆନ୍ଧ୍ର ନିଜ ପୁରୁଣା ରୂପ ଦେଖାଇବା ଆରମ୍ଭ କରିଛି । ଅଙ୍ଗନବାଡ଼ି କେନ୍ଦ୍ରର କାନ୍ଥରେ ଆନ୍ଧ୍ର ସରକାର ନିଜ ପ୍ରକଳ୍ପର ମାନଚିତ୍ର ଆଙ୍କି ବିବରଣୀ ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

କୋଟିଆ ବିବାଦ: ଓଡ଼ିଶା ଅଙ୍ଗନବାଡ଼ି କାନ୍ଥରେ ଆନ୍ଧ୍ର ପ୍ରକଳ୍ପର ମାନଚିତ୍ର
କୋଟିଆ ବିବାଦ: ଓଡ଼ିଶା ଅଙ୍ଗନବାଡ଼ି କାନ୍ଥରେ ଆନ୍ଧ୍ର ପ୍ରକଳ୍ପର ମାନଚିତ୍ର

କୋରାପୁଟ: କୋଟିଆକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗସ୍ତର କିଛିଦିନ ମଧ୍ୟରେ ହିଁ ପୁଣିଥରେ ଆନ୍ଧ୍ର ନିଜ ପୁରୁଣା ରୂପ ଦେଖାଇବା ଆରମ୍ଭ କରିଛି । ଅଙ୍ଗନବାଡ଼ି କେନ୍ଦ୍ରର କାନ୍ଥରେ ଆନ୍ଧ୍ର ସରକାର ନିଜ ପ୍ରକଳ୍ପର ମାନଚିତ୍ର ଆଙ୍କି ବିବରଣୀ ପ୍ରଦାନ କରିଛନ୍ତି । କୋଟିଆ ପଞ୍ଚାୟତର କୋଟିଆ ଓ ନେରେଡିବାଲାସା ମଧ୍ୟରେ ଥିବା ଉପର ସେମ୍ବିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ମାନଚିତ୍ରରେ ପାର୍ବତିପୁରମ ଆଇଟିଡିଏ ଦ୍ଵାରା 2013-14ରେ ଗଞ୍ଜେଇପଦର ଠାରେ ହୋଇଥିବା ଏକ ଅଣୁ ଜଳବିଭାଜିକା ପ୍ରକଳ୍ପ ଦେଖାଇଛି ଆନ୍ଧ୍ର । ତା ଏହି ଜଳ ବିଭାଜିକା ପ୍ରକଳ୍ପକୁ ନବ ଗଠିତ ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲାରେ ଅନ୍ତର୍ଭୁକ୍ତ କରି ଦେଖାଇଛି ଆନ୍ଧ୍ର । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଆନ୍ଧ୍ର ପ୍ରଦେଶର ବିଜୟନଗର ଜିଲ୍ଲାକୁ ଭାଙ୍ଗି ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଭାବେ ନାମକରଣ କରାଯାଇ ସାଲୁର ମଣ୍ଡଳମ୍‌କୁ ଅନ୍ତର୍ଭୁକ୍ତ କରାଯାଇଛି ।

ସାଲୁର ବିଧାୟକ ରାଜନ ଦୋରାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦବୀ ଦେବା ସହ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟର ଦାୟିତ୍ଵ ଦେବା ଦିନଠାରୁ ଆନ୍ଧ୍ରପ୍ରଦେଶର ସମ୍ଭାବ୍ୟ ନୂତନ ଚାଲ୍‌ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଥିଲା । ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ାଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ଟିକାଇ ଗେମେଲ ଓ କୋଟିଆ ସରପଞ୍ଚ ଲିଉ ଗେମେଲ କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଅନୁପ୍ରବେଶ ତତ୍ପରତା ଆଶଙ୍କା କରିଥିଲେ । ଗତକାଲି ଆନ୍ଧ୍ର ପ୍ରଦେଶର ସ୍ବାସ୍ଥ୍ୟକର୍ମୀ ଫାଟୁସିନେରିରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲେ ।

ଆଜି ଉପର ସେମ୍ବୀରେ ଅଙ୍ଗନବାଡ଼ି କାନ୍ଥରେ ଆନ୍ଧ୍ର ନିଜ ପ୍ରକଳ୍ପର ମାନଚିତ୍ର ଆଙ୍କିବା ସହ ବିବରଣୀ ପ୍ରଦାନ କରିବା ଆନ୍ଧ୍ର କେଉଁ ନୂତନ ଚାଲ୍‌ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଏଥିପ୍ରତି ଦୃଷ୍ଟି ନଦେଲେ କୋଟିଆ ଉପରୁ ଓଡ଼ିଶା ସରକାରଙ୍କ ଦଖଲ ଢିଲା ପଡ଼ିବାର ଆଶଙ୍କା କରାଯାଉଛି । ମୁଖ୍ୟ ଶାସନ ସଚିବ ତାଙ୍କ କୋରାପୁଟ ଜିଲ୍ଲା ଗସ୍ତ ସମୟରେ କୋଟିଆକୁ ନେଇ ସରକାରଙ୍କ ବିଶେଷ ଯୋଜନାଥିବା କହିଥିଲେ । ବର୍ତ୍ତମାନ ପୁନଃ ଆନ୍ଧ୍ରର ଏଭଳି ଅନୁପ୍ରବେଶ ବିରୁଦ୍ଧରେ ଓଡ଼ିଶା ସରକାର ଶକ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.