ETV Bharat / state

କୋଟିଆରେ ଆନ୍ଧ୍ର ନିର୍ବାଚନ: ଫାଟୁସିନେରୀରେ ପଡିଲା 60% ଭୋଟ - ଫାଟୁସିନେରୀରେ ପଡିଲା 60% ଭୋଟ

ରାଜ୍ୟ ସରକାର କୋଟିଆରେ ଆନ୍ଧ୍ର ନିର୍ବାଚନ ପାଇଁ କୋର୍ଟକୁ ଯାଇଥିଲେ ମଧ୍ୟ ଫାଟୁସିନେରୀରେ 60 ପ୍ରତିଶତ ମତଦାନ ହୋଇଛି । ଅଧିକ ପଢନ୍ତୁ...

Andhra election Kotia: 60 percent voting recorded in Phatusineri
କୋଟିଆରେ ଆନ୍ଧ୍ର ନିର୍ବାଚନ: ଫାଟୁସିନେରୀରେ ପଡିଲା 60% ଭୋଟ
author img

By

Published : Feb 13, 2021, 6:41 PM IST

କୋରାପୁଟ: ଜିଲ୍ଲାର କୋଟିଆ ପଞ୍ଚାୟତ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟ ଗଲା ପରେ ମଧ୍ୟ ଏଠାରେ ଶନିବାର ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିଛନ୍ତି । ଶନିବାର ସକାଳୁ କୋଟିଆ ପଞ୍ଚାୟତର ଫାଟୁସିନେରୀରେ ଅନୁଷ୍ଠିତ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ 60 ପ୍ରତିଶତ ଭୋଟର ଆସି ନିଜ ନିଜ ମତଦାନ କରିଥିବା ଜଣାପଡିଛି ।

କୋଟିଆରେ ଆନ୍ଧ୍ର ନିର୍ବାଚନ: ଫାଟୁସିନେରୀରେ ପଡିଲା 60% ଭୋଟ

କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ଓ ଫଗୁଣସିନେରୀରେ ଜଣେ ଜଣେ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଥିବା ଯୋଗୁଁ କେବଳ ଫାଟୁସିନେରୀରେ 2 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନ ଅପରାହ୍ନ 1.30ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ସମସ୍ତ 1025 ଜଣ ଭୋଟରଙ୍କ ମଧ୍ୟରୁ 615 ଜଣ ମତଦାନ କରିଥିବା ଜଣାପଡ଼ିଛି । ସକାଳୁ ଭୋଟର ଲମ୍ବାଧାଡ଼ିରେ ଠିଆ ହୋଇ ମତଦାନ କରିଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଏସପିଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ସମ୍ପାଦନ କରିଛନ୍ତି ।

ଓଡ଼ିଶାର ମାଟିରେ ଆନ୍ଧ୍ରପ୍ରଦେଶର ଏହି ନିର୍ବାଚନ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ବାଚନ ତାରିଖର ଅତି ନିକଟରେ ଉଚ୍ଚତମ ନ୍ୟାୟାଳୟକୁ ଯାଇଥିଲେ ହେଁ ନିର୍ବାଚନକୁ ରୋକିବାରେ ସମର୍ଥ ହୋଇନଥିଲେ । ମାମଲା ସୁପ୍ରିମକୋର୍ଟରେ ଥିବା ଯୋଗୁଁ ଏହି ନିର୍ବାଚନକୁ ବନ୍ଦ କରିବା ପାଇଁ ଶୁକ୍ରବାର ରାତିରେ କୋରାପୁଟ ଜିଲ୍ଲାପାଳ ବିଜୟନଗର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ପରେ ବି ଏହି ନିର୍ବାଚନ ସମ୍ପନ୍ନ ହୋଇଛି ।

ତେବେ ରାଜ୍ୟ ସରକାରଙ୍କ ତରଫରୁ ଭୋଟରମାନଙ୍କ ମଧ୍ୟରେ ଓଡ଼ିଶାର ନାଗରିକତାର ଭାବକୁ ଉଜ୍ଜୀବିତ କରିବା ସହ ଆନ୍ଧ୍ରପ୍ରଦେଶ ତରଫରୁ ନିର୍ବାଚନ ମାଧ୍ୟମରେ କରାଯାଉଥିବା ଆକର୍ଷଣରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଫାଟୁସିନେରୀରୁ ପ୍ରାୟ 3 କିଲୋମିଟର ଦୂରରେ ଫଗୁଣସିନେରୀରେ ଦେଶୀ ଭାଷାରେ ଢେମସା ନୃତ୍ୟର ଆୟୋଜନ କରାଯାଇଥିଲା ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.