ETV Bharat / state

ସରକାରଙ୍କ ନିର୍ଦ୍ଦେଶ ପାଲଟିଲା ସଜା, ଭତ୍ତା ନ ଆଣିବା ଭଲ କହିଲେ ହିତାଧିକାରୀ - କୋରାପୁଟ ଜିଲ୍ଲା

ଭତ୍ତା ଟଙ୍କା ହେରଫେରକୁ ରୋକିବା ପାଇଁ ହିତାଧିକାରୀଙ୍କୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଭତ୍ତା ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର । ଏ ଭଳି ସ୍ଥିତିରେ ଘରୁ ପାଦ ବାହାର କରି ନିଜ ଗାଁରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ଯାଇ ପାରୁନଥିବା ହିତାଧିକାରୀଙ୍କ ଚିନ୍ତା ବଢିଯାଇଛି । ଅଧିକ ପଢନ୍ତୁ

Pension beneficiary did not go to bank
ଭତ୍ତା ନ ଦେଲେ ନାହିଁ ବ୍ୟାଙ୍କ ଯାଇ ଭତ୍ତା ଆଣିପାରିବୁ ନାହିଁ
author img

By

Published : Nov 14, 2021, 8:59 PM IST

କୋରାପୁଟ: ଭତ୍ତା ଟଙ୍କା ପାଇଁ ହିତାଧିକାରୀକୁ ଯିବାକୁ ପଡିବ ବ୍ୟାଙ୍କ । ଭତ୍ତା ଟଙ୍କା ହେରଫେରକୁ ରୋକିବା ପାଇଁ ହିତାଧିକାରୀଙ୍କୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଭତ୍ତା ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର । ଏଭଳି ସ୍ଥିତିରେ ଘରୁ ପାଦ ବାହାର କରି ନିଜ ଗାଁରେ ଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା କାଠିକର ପାଠ ହୋଇଛି । ବର୍ତମାନ ସରକାର ବ୍ୟାଙ୍କରୁ ଭତ୍ତା ନେବା ପାଇଁ ନିର୍ଦ୍ଦେଶ ଜାରି କରିବା ପରେ ବୟସ୍କଙ୍କ ମଧ୍ୟରେ ଭାଳେଣି ପଡିଯାଇଛି ।

ଭତ୍ତା ନ ଦେଲେ ନାହିଁ ବ୍ୟାଙ୍କ ଯାଇ ଭତ୍ତା ଆଣିପାରିବୁ ନାହିଁ

କୋରାପୁଟ ଜିଲ୍ଲା ମହାଦେଇପୁଟର କିଛି ବୟସ୍କ ଚାଲିବା ପାଇଁ କଷ୍ଟ ଅନୁଭବ କରୁଛନ୍ତି । ଏହା ସହ ଅନ୍ୟମାନଙ୍କ ପାଇଁ 12 କିଲୋମିଟର ଦୂର କୋରାପୁଟ ଯାଇ ବ୍ୟାଙ୍କରୁ ଭତ୍ତା ନେବା ବ୍ୟୟସାପେକ୍ଷ ହୋଇପଡିଛି । ତେଣୁ ସାମାଜିକ ସୁରକ୍ଷାର ସୁବିଧାକୁ ହିତାଧିକାରୀଙ୍କ ଠାରୁ ଦୂରେଇଦେବା ପାଇଁ ସରକାର ନେଇଥିବା ଏପରି ପଦକ୍ଷେପରେ ହତାଶ ହୋଇ ବୟସ୍କା ମହିଳା ମାନେ ଭତ୍ତା ନ ନେବା ହିଁ ଶ୍ରେୟସ୍କର ବୋଲି ମଣିଲେଣି । ସ୍ଥାନୀୟ ବୟସ୍କଙ୍କ ଏପରି ଦୂରାବସ୍ଥା ଦେଖି ସରକାର ଏ ଦିଗରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସ୍ବେଚ୍ଛାସେବୀ ଦାବି କରିଛନ୍ତି । ସେପଟେ ଏହାକୁ ନେଇ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢ଼ୀ କହିଛନ୍ତି ଯେ କୋରାପୁଟ ଏକ ଆଦିବାସୀ ବହୁଳ ଅଞ୍ଚଳର ହୋଇଥିବାବେଳେ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧା ନାହିଁ । ତେବେ ଏଭଳି ସ୍ଥିତିରେ ଭତ୍ତା ଟଙ୍କା ଲୋକଙ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ପତ୍ର ଲେଖିଥିବା କହିଛନ୍ତି ।

କୋରାପୁଟ ଜିଲ୍ଲାରେ ଗାଁ ଗଣ୍ଡାରେ ବାସ କରୁଥିବା ଗରିବ ଅଧିବାସୀଙ୍କ ଠାରୁ ବ୍ୟାଙ୍କର ଦୂରତା ମାତ୍ରାଧିକ ଭାବେ ରହିଛି । ଅଧିକ ଥିବା ଯୋଗୁଁ ଅଞ୍ଚଳରେ ବ୍ୟାଙ୍କ ସାନ୍ଧ୍ରତା ବୃଦ୍ଧି ହେବା ପର୍ଯ୍ୟନ୍ତ ଅସହାୟ ବୟସ୍କଙ୍କୁ ପୂର୍ବଭଳି ସେମାନଙ୍କ ନିକଟରେ ଭତ୍ତା ଅର୍ଥ ପହଞ୍ଚାଇବାର ବ୍ୟବସ୍ଥା ଜାରି ରଖିବା ପାଇଁ ସେ ଅନୁରୋଧ କରିଥିବା ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.