ETV Bharat / state

ପିଶାଚୀ ମା’ ! 3 ବର୍ଷର ଶିଶୁକୁ ଗଳା କାଟି କଲା ହତ୍ୟା

author img

By

Published : Apr 14, 2022, 2:05 PM IST

କୋରାପୁଟ ସଦର ଥାନାରେ ୩ ବର୍ଷ ଶିଶୁର ଜୀବନ ନେଇଛି ଜନ୍ମଦାତ୍ରୀ ମାଆ । ଗଳା କାଟି ନିଜ ଶିଶୁର ହତ୍ୟା କରିଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

କୋରାପୁଟରେ ଚାଞ୍ଚଲ୍ୟ, ୩ ବର୍ଷର ଶିଶୁକୁ ମା' ହତ୍ୟା କରିଥିବା ଅଭିଯୋଗ

କୋରାପୁଟ: ରାତିରେ ଚାଲିଥିଲା ଚଇତି ପର୍ବ । ହେଲେ ସକାଳ ଯାହା ଘଟିଲା ତାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟଚକିତ । 3 ବର୍ଷର ଶିଶୁକୁ ହତ୍ୟା କଲା ଜନ୍ମଦାତ୍ରୀ ମାଆ । ଯିଏ ଦିନେ ଦୁନିଆ ଦେଖାଇଥିଲା ଆଜି ସେହି ଜନ୍ମଦାତ୍ରୀ ନେଲା ନିଜ ଶିଶୁର ଜୀବନ । ଏଭଳି ଚାଞ୍ଚଲ୍ୟକର ଘଟଣା କୋରାପୁଟ ସଦର ଥାନା ଅନ୍ତର୍ଗତ ଲୁକୁମାରି ଗାଁରେ ଦେଖିବାକୁ ମିଳିଛି । ଅତି ନୃଶଂସ ଭାବେ ମହିଳା ଜଣକ ଧାରୁଆ ଅସ୍ତ୍ରରେ ପିଲାଟିର ବେକ କାଟି ଦେଇଥିବା ଅଭିଯୋଗ ହୋଇଛି ।

ଘଟଣା ସ୍ଥଳରେ କୋରାପୁଟ SDPO ଓ ପୋଲିସ ଟିମ ପହଁଚିଛି । ଗ୍ରାମରେ ଗତ ରାତିରେ ଚଇତି ପର୍ବ ପାଳିତ ହୋଇଥିବା ବେଳେ ଆଜି ଭୋର ସମୟରେ ଏପରି ଏକ ନୃଶଂସ ଘଟଣା ସମସ୍ତଙ୍କୁ ଚକିତ କରିଛି । ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଶିଶୁର ମାଆକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.