କୋରାପୁଟ: କୋରାପୁଟ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କିଛି ଜମାକାରୀ ନିଜ ନିଜ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ କରି କୋରାପୁଟ ଥାନାର ଦ୍ୱାରସ୍ଥ ହୋଇଥିଲେ ।
ଅଭିଯୋଗକୁ ଆଧାର କରି ଆଜି ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ବ୍ୟାଙ୍କକୁ ଯାଇ ପଚରାଉଚୁରା କରିବା ସହ ତିନି ଜଣଙ୍କୁ ଅଟକ ରଖିଥିବା ସୂଚନା ଦେଇଛନ୍ତି । ତେବେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ବିଶ୍ବାସ ରଖିଥିବା ବ୍ୟାଙ୍କ ପରିଚାଳକ ତଦନ୍ତକୁ ସ୍ୱାଗତ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ