କୋରୋପୁଟ: କୋରୋନା ଯୋଦ୍ଧାଙ୍କ ସମ୍ମାନରେ ଶନିବାର କୋରାପୁଟର ବିଭିନ୍ନ ସ୍ଥାନରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ନେତୃତ୍ୱରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀନ ଗାନ ହୋଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ କଳାକାର, ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ଉତ୍କଳ ମାତାର ବନ୍ଦନା ଗାନ କରିଥିବା ଦେଖିବାକୁ ମିଳିଛି ।
ସେହିପରି କୋରାପୁଟ ଜିଲ୍ଲାର ଗାଁ ଗଳିକନ୍ଦିରେ ବିଭିନ୍ନ ଛକରେ, ରେଳଷ୍ଟେସନ, କୋଭିଡ ହେଲଥ କେୟାର ସେଣ୍ଟରରେ ମଧ୍ୟ ଲୋକେ ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିଛନ୍ତି ।
କୋରୋପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ