ETV Bharat / state

Koraput Congress President: ହଟିଲେ ମୀନାକ୍ଷୀ, ଆସିଲେ ଦୁର୍ଗାଶଙ୍କର

author img

By

Published : Jun 9, 2023, 10:28 PM IST

କୋରାପୁଟରେ କମୁଛି କି ତାରାଙ୍କ ପ୍ରଭାବ? ଆଗ ପରି ଆଉ ପ୍ରଭାବଶାଳୀ ନାହାଁନ୍ତି କି ଭାଲୁ ଭାଇ ? ପିସିସି ସହ ତାରାଙ୍କ ସମ୍ପର୍କ ସଙ୍କୁଚିତ କି? ଧୀରେଧୀରେ ଜିଲ୍ଲାରେ କମୁଛି କି ବାହୀନିପତି ଦମ୍ପତିଙ୍କ ପ୍ରଭାବ । କାହିଁକି ହଟିଲେ ମୀନାକ୍ଷୀ ? ତାରାଙ୍କୁ ଟିକେଟ ଦେବ ତ କଂଗ୍ରେସ? ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନଶ୍ବର: ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବଡ ଝଟକା । ବଦଳିଲେ ଦଳୀୟ ଜିଲ୍ଲା ସଭାପତି। ମୀନାକ୍ଷୀଙ୍କ ସ୍ଥାନ ନେଲେ ଭେଟେରାନ ଦୁର୍ଗା ଶଙ୍କର ସାହୁ। ରହିଲା ସାଂସଦଙ୍କ ଜିଦ। ବଢିଲା ବିଧାୟକଙ୍କ ଅଡୁଆ। କୋରାପୁଟ ଜିଲ୍ଲା କଂଗ୍ରେସରେ ବାହୀନିପତି ଦମ୍ପତିଙ୍କୁ ଜବରଦସ୍ତ ଝଟକା । 2009ରୁ ଜିଲ୍ଲା ସଭାପତି ପଦକୁ ଜାବୁଡି ଧରିଥିବା ମୀନାକ୍ଷୀଙ୍କୁ ଶେଷରେ ହଟାଇଛି କଂଗ୍ରେସ । ଯାହାକୁ ନେଇ ଏବେ ଜିଲ୍ଲା ରାଜନୀତି ସରଗରମ।

ଏହାବି ପଢନ୍ତୁ- OPCC News: ବଦଳିଲେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି, ସାଲୁଜା ଶୃଙ୍ଖଳା କମିଟି ଅଧ୍ୟକ୍ଷ

କୋରାପୁଟରେ କମୁଛି କି ତାରାଙ୍କ ପ୍ରଭାବ? ଆଗ ପରି ଆଉ ପ୍ରଭାବଶାଳୀ ନାହାଁନ୍ତି କି ଭାଲୁ ଭାଇ ? ପିସିସି ସହ ତାରାଙ୍କ ସମ୍ପର୍କ ସଙ୍କୁଚିତ କି? ଧୀରେଧୀରେ ଜିଲ୍ଲାରେ କମୁଛି କି ବାହୀନିପତି ଦମ୍ପତିଙ୍କ ପ୍ରଭାବ। କାହିଁକି ହଟିଲେ ମୀନାକ୍ଷୀ ? ତାରାଙ୍କୁ ଟିକେଟ ଦେବ ତ କଂଗ୍ରେସ? ବିସ୍ଫୋରକ ହେଉଛି କି ସାଂସଦ ବିଧାୟକଙ୍କ ସମ୍ପର୍କ? ଏଆଇସିସିର ନିଷ୍ପତ୍ତିକୁ ଗ୍ରହଣ କରିବେ ନା ବିଦ୍ରୋହ କରିବେ ତାରା? କୋରାପୁଟ ଜିଲ୍ଲା କଂଗ୍ରେସରେ ବଢୁଛି କି ସାଂସଦ ଲୋକପ୍ରିୟତା? ସାଂସଦଙ୍କ ଶାଣିତ ସ୍ବର ଆଗରେ ମୁଣ୍ଡ ନୁଆଁଇଲେ କି ଶରତ ପଟ୍ଟନାଯକ। ସପ୍ତଗିରିଙ୍କ ଦାବିକୁ ଗ୍ରହଣ କରି ବଢାଇଲେ କି ତାରାଙ୍କ ଟେନସନ । ଆଗକୁ କୋରାପୁଟ କଂଗ୍ରେସରେ ଚାଲିବ କି ସପ୍ତଗିରିଙ୍କ ଶାସନ? ଏଭଳି ବହୁ ପ୍ରଶ୍ନ ଏବେ କଂଗ୍ରେସ ଭବନରୁ କୋରାପୁଟ ଯାଏଁ ଚାଲିଛି?

ଚର୍ଚ୍ଚା ହେଉଛି ସାଂସଦ ବିଧାୟକଙ୍କ ଲଢେଇ ଭିତରେ ବାଜି ମାରି ନେଇଛନ୍ତି ସାଂସଦ ସପ୍ତଗିରି ଉଲାକା । ଏଣିକି କୋରାପୁଟ କଂଗ୍ରେସରେ ଚାଲିବ ସପ୍ତଗିରିଙ୍କ ହାକିମତ । ଏହାକୁ ଜୟପୁର ବିଧାୟକ ତାରା ବାହୀନିପତି କେତେଦୂର ଗ୍ରହଣ କରୁଛନ୍ତି ତାହା ଏବେ ବଡ ପ୍ରଶ୍ନ। କାରଣ 2009 ମସିହାରୁ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପତ୍ନୀ ଜିଲ୍ଲା କଂଗ୍ରେସ ସଭାପତି ରହିଆସିଥିଲେ । ଜିଲ୍ଲା କଂଗ୍ରେସରେ ସ୍ବାମୀ ସ୍ତ୍ରୀଙ୍କ ଆଧିପତ୍ୟ ରହିଆସିଥିଲା । ପୁରା ଜିଲ୍ଲା କଂଗ୍ରେସକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ତାରା । କିନ୍ତୁ 2019 ସାଧାରଣ ନିର୍ବାଚନ ପରେ ସପ୍ତଗିରିଙ୍କ ଆବିର୍ଭାବ ପରଠାରୁ ତାରାଙ୍କ ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ସପ୍ତଗିରି ଜଣେ ଉଚ୍ଚ ଶିକ୍ଷିତ ରାଜନେତା। ରାଜ୍ୟରୁ ଏକମାତ୍ର କଂଗ୍ରେସ ସାଂସଦ ଭାବେ କଂଗ୍ରେସ ଶୀର୍ଷ ନେତୃ୍ତ୍ବସ୍ତରରେ ନିଜର ଛାପ ଛାଡିପାରିଛନ୍ତି ସପ୍ତଗିରି । ଫଳରେ ଧୀରେ ଧୀରେ ଜିଲ୍ଲା କଂଗ୍ରେସକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେବାକୁ ଉଦ୍ୟମ କରିଥିଲେ ।

ନୂଆ ଜିଲ୍ଲା ସଭାପତି ହୋଇଥିବା ଦୁର୍ଗା ଶଙ୍କର ସାହୁ ଜଣେ ଭେଟେରାନ କଂଗ୍ରେସ କର୍ମୀ । ସାଂସଦ ସପ୍ତଗିରି ଉଲାକାଙ୍କ ଜଣେ ବିଶ୍ବସ୍ତ । 2017 ରୁ ଜିଲ୍ଲା କଂଗ୍ରେସ ଉପସଭାପତି ରହିଛନ୍ତି ଦୁର୍ଗା ଶଙ୍କର । ଏତତ ବ୍ୟତୀତ ବର୍ତ୍ତମାନ ଲକ୍ଷ୍ମିପୁର ବିଧାନସଭା ଆସନରରୁ ପିସିସି ସଦସ୍ୟ ରହିଛନ୍ତି ।

ଆଜି ବହୁ ବିଚାରବିମର୍ଶ ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି 10 ଜିଲ୍ଲାର ସଭାପତିଙ୍କ ନା ଘୋଷଣା କରିଛି। ଚର୍ଚ୍ଚାରେ ଥିବା କୋରାପୁଟ ଜିଲ୍ଲାର ସଭାପତି ପରିବର୍ତ୍ତନ ହୋଇଛନ୍ତି । ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତିଙ୍କୁ ହଟାଇ ତାଙ୍କ ସ୍ଥାନରେ ଭେଟେରାନ କଂଗ୍ରେସ ନେତା ଦୁର୍ଗା ଶଙ୍କର ସାହୁଙ୍କୁ ସଭାପତି କରାଯାଇଛି ।

ସୂଚନାଯୋଗ୍ୟଯେ ନିକଟରେ ରାଜ୍ୟ କମିଟି ପୁନର୍ଗଠନ ପରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ଲେଖିଙ୍କୁ ରାଜ୍ୟ ସମ୍ପାଦକ ଭାବେ ପଦନ୍ନୋତି ମିଳିଛି । କିନ୍ତୁ ଏହାକୁ ବିଧାୟକ ତାରା ପ୍ରସାଦ ବାହିନୀତି ପ୍ରତ୍ୟାଖାନ କରିବା ସହ ଜିଲ୍ଲା ସଭାପତି ପଦ ପୁଣି ଥରେ ଦେବାକୁ ଦାବି କରିଆସୁଥିଲେ । ଏପରି କି ଗତ ମେ’ ମାସରେ ଦଳୀୟ ନେତା କର୍ମୀ ସମର୍ଥକଙ୍କୁ ନେଇ ପିସିସି ଭବନରେ ଶକ୍ତି ପ୍ରଦର୍ଶନ କରି ସଭାପତି ଶରଦ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଏହାକୁ ବିରୋଧ କରି ସାଂସଦ ସପ୍ତଗିରି ଉଲାକାଙ୍କ ସମର୍ଥକ ମାନେ ମଧ୍ୟ ଭୁବନେଶ୍ବର ଆସି ଦଳୀୟ କାର୍ଯ୍ୟାଳୟରେ ଶକ୍ତି ଦେଖାଇଥିଲେ । ଏହାସହ ଜିଲ୍ଲା ସଭାପତିଙ୍କ ପରିବର୍ତ୍ତନ ଦାବି କରିଥିଲେ । ଏବେ ଅପେକ୍ଷା ନୂଆ ସଭାପତି ଜିଲ୍ଲାରେ କଂଗ୍ରେସକୁ କେତେ ଶକ୍ତିଶାଳୀ କରିପାରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.