ETV Bharat / state

କୋରାପୁଟ କାଜୁକୁ GI ଟ୍ୟାଗ ପାଇଁ ପ୍ରଚେଷ୍ଟା କରାଯିବ : କୃଷି ଉତ୍ପାଦକ କମିଶନର

author img

By

Published : Oct 23, 2022, 10:54 PM IST

କୃଷି ଉତ୍ପାଦନ କମିଶନରଙ୍କ କୋରାପୁଟ ତିନିଆ ଦିନିଆ ଗସ୍ତ ଶେଷ । କୋରାପୁଟ କାଜୁକୁ GI ଟ୍ୟାଗ ପାଇଁ ପ୍ରଚେଷ୍ଟା କରାଯିବା ନେଇ ମତ ରଖିଲେ କୃଷି ଉତ୍ପାଦକ କମିଶନର । ଅଧିକ ପଢନ୍ତୁ

କୋରାପୁଟ କାଜୁକୁ GI ଟ୍ୟାଗ ପାଇଁ ପ୍ରଚେଷ୍ଟା କରାଯିବ : କୃଷି ଉତ୍ପାଦକ କମିଶନର
କୋରାପୁଟ କାଜୁକୁ GI ଟ୍ୟାଗ ପାଇଁ ପ୍ରଚେଷ୍ଟା କରାଯିବ : କୃଷି ଉତ୍ପାଦକ କମିଶନର

କୋରାପୁଟ: ତିନି ଦିନିଆ କୋରାପୁଟ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ କୃଷି ଉତ୍ପାଦକ କମିଶନର ଡକ୍ଟର ଅରବିନ୍ଦ କୁମାର ପାଢୀ । ଏହି ଗସ୍ତ ସମୟରେ କୃଷି, ଉଦ୍ୟାନ, ହସ୍ତତନ୍ତ, ବୟନ ଶିଳ୍ପ, କୁଟିର ଶିଳ୍ପ, ମତ୍ସ୍ୟ ସମ୍ପଦ, ଟସର ଶିଳ୍ପ, କଫି, ମିଲେଟ ମିଶନ ଓ ଜଳ ଛାୟା ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ତେବେ ଆଜି ଶେଷ ଦିନ ଥିବା ବେଳେ କୋରାପୁଟ କାଜୁକୁ ଜିଆଇ ଟ୍ୟାଗ ପ୍ରଦାନ କରାଯିବା ନେଇ ଚେଷ୍ଟା କରାଯିବ ବୋଲି ମତ ରଖିଥିଲେ କୃଷି ଉତ୍ପାଦକ କମିଶନର ।

କୋରାପୁଟ କାଜୁକୁ GI ଟ୍ୟାଗ ପାଇଁ ପ୍ରଚେଷ୍ଟା କରାଯିବ

ଡକ୍ଟର ଅରବିନ୍ଦ କୁମାର ପାଢୀ କହିଛନ୍ତି, "କୋରାପୁଟର ପ୍ରକୃତି, ପରିବେଶ, ମାଟି ଓ ଜଳବାୟୁର ସ୍ବତନ୍ତ୍ରତା ରହିଛି । ଜିଲ୍ଲାରେ କୃଷି ଉତ୍ପାଦନକୁ ଦ୍ବିଗୁଣିତ ବୃଦ୍ଧି କରି ଚାଷୀଙ୍କ ଅର୍ଥନୈତିକ ସ୍ଥିତିର କିଭଳି ଉନ୍ନତି ଅଣାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଚାଷୀ, କୃଷି ବିଭାଗର ଅଧିକାରୀ, ସ୍ଵେଚ୍ଛସେବୀ ଓ ଉଦ୍ୟୋଗୀଙ୍କ ସହିତ ଆଲୋଚନା କରାଯାଇଛି ଏବଂ ସେଥି ନେଇ ଯୋଜନା ପ୍ରସ୍ତୁତ କରାଯିବା ସହ କଫି, ହଳଦୀ, ଅଦା, ମାଣ୍ଡିଆ, ସୁଆଁ ଓ ଝାଡୁ ପରେ କାଜୁ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବ ବୋଲି କହିଥିଲେ । ଏହି ସ୍ୱତନ୍ତ୍ରତାକୁ ନେଇ କୋରାପୁଟ କାଜୁକୁ ଜିଆଇ ଟ୍ୟାଗ୍‌ ଆଣିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ମତ ରଖିଥିଲେ ।"

ଏହା ମଧ୍ୟ ପଢନ୍ତୁ-Cyclone Update: ସ୍ଥଳଭାଗ ମୁହାଁ ଅବପାତ, ଆସନ୍ତା ୧୨ଘଣ୍ଟାରେ ବାତ୍ୟା

ତାଙ୍କ ଗସ୍ତ ସମୟରେ କୃଷି, ଉଦ୍ୟାନ, ହସ୍ତତନ୍ତ, ବୟନ ଶିଳ୍ପ, କୁଟିର ଶିଳ୍ପ, ମତ୍ସ୍ୟ ସମ୍ପଦ, ଟସର ଶିଳ୍ପ, କଫି, ମିଲେଟ ମିଶନ ଓ ଜଳ ଛାୟା ପ୍ରକଳ୍ପ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରି ଜିଲ୍ଲାରେ ଆଳୁ, ମିଲେଟ ଏବଂ ଅଣ ଧାନ ଚାଷ କିପରି ବୃଦ୍ଧି ପାଇପାରିବ ସେ ନେଇ ପ୍ରଚେଷ୍ଟା କରାଯିବ । ମିଲେଟ ମିଶନ ଭଳି ଓଡ଼ିଶାରେ କଫି ମିଶନ, ଛତୁ ମିଶନ ଓ ମସଲା ମିଶନ ଆରମ୍ଭ କରାଯିବ ।

କୋରାପୁଟ ଜିଲ୍ଲାରେ ଖରିଫ ଋତୁରେ ଆଳୁ ଉତ୍ପାଦନକୁ ଆଖି ଆଗରେ ରଖି ଏହାର ଉତ୍ପାଦନ ବୃଦ୍ଧି କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି କୃଷି ଉତ୍ପାଦନ କମିଶନର ଡକ୍ଟର ଅରବିନ୍ଦ କୁମାର ପାଢୀ । ଏହାକୁ ନେଇ ଚାଷୀମାନେ ଉତ୍ସାହିତ ହୋଇ ରହିଛନ୍ତି । ଏଥି ସହିତ କୋରାପୁଟ ଅଞ୍ଚଳରେ ମସଲା ଜାତୀୟ ଫସଲର ଇତିହାସକୁ ଗୁରୁତ୍ଵ ଦେଇ ରାଜ୍ୟସରକାର ମସଲା ମିଶନ ଆରମ୍ଭ କରିବାକୁ କୃଷି ଉତ୍ପାଦକ କମିଶନର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.