ETV Bharat / state

କୋଭିଡ କଟକଣାକୁ ଅଣଦେଖା, ପୁଣି ସଂକ୍ରମଣ ମୁହାଁ କୋରାପୁଟ

author img

By

Published : Oct 11, 2020, 8:02 PM IST

କୋରାପୁଟରେ ଆଜି ଥିଲା ରବିବାର ହାଟ । ଚାଷୀ ଓ ମଧ୍ୟସ୍ଥିଙ୍କ ଠାରୁ ପନିପରିବା ସହ ଅନ୍ୟାନ୍ୟ ଘରକରଣା ଜିନିଷ କିଣିବାରେ ବ୍ୟସ୍ତ ଥିଲେ ସଭିଏଁ । ହେଲେ ଇତିମଧ୍ୟରେ ଲୋକେ ମୁହଁରେ ମାସ୍କ ପିନ୍ଧିବା ଓ ପରସ୍ପର ମଧ୍ୟରେ ସାମାଜିକ ଦୁରତ୍ୱକୁ ସମ୍ମାନ ଦେବା କଥା ପାସୋରୀ ଯାଇଥିଲେ ।ସେପଟେ ଗ୍ରାହକ ଓ ବିକ୍ରେତାଙ୍କ ଏଭଳି ବେଖିଆଲି ମନୋଭାବ ବୁଦ୍ଧିଜୀବୀଙ୍କୁ ଭୟଭୀତ କରିଛି । ଅଧିକ ପଢନ୍ତୁ...

କୋଭିଡ କଟକଣା ଫୁ, ପୁଣି ସଂକ୍ରମଣ ମୁହାଁ କୋରାପୁଟ

କୋରାପୁଟ: ଜିଲ୍ଲାରେ ଆଜି ଥିଲା ରବିବାର ହାଟ । ଚାଷୀ ଓ ମଧ୍ୟସ୍ଥିଙ୍କ ଠାରୁ ପନିପରିବା ସହ ଅନ୍ୟାନ୍ୟ ଘରକରଣା ଜିନିଷ କିଣିବାରେ ବ୍ୟସ୍ତ ଥିଲେ ସଭିଏଁ । ହେଲେ ଇତିମଧ୍ୟରେ ଲୋକେ ମୁହଁରେ ମାସ୍କ ପିନ୍ଧିବା ଓ ପରସ୍ପର ମଧ୍ୟରେ ସାମାଜିକ ଦୁରତ୍ୱକୁ ସମ୍ମାନ ଦେବା କଥା ପାସୋରୀ ଯାଇଥିଲେ ।

ସେପଟେ ଗ୍ରାହକ ଓ ବିକ୍ରେତାଙ୍କ ମଧ୍ୟରେ କୋଭିଡ ସଂକ୍ରମଣକୁ ନେଇ ଜାଣି ଅଜଣା ହେବାର ଅଭ୍ୟାସରେ ବୃଦ୍ଧି ବୁଦ୍ଧିଜୀବୀଙ୍କୁ ଭୟଭୀତ କରିଛି । ଆଉ ଲୋକଙ୍କ ଏଭଳି ମନେଭାବ ଜିଲ୍ଲାରେ ହ୍ରାସ ପାଉଥିବା କୋରୋନା ସଂକ୍ରମଣର ବୃଦ୍ଧିକୁ ନେଇ ଚିନ୍ତା ବଢ଼ାଇଦେଇଛି । ଗତ କିଛି ଦିନ ଧରି କୋରାପୁଟ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 50ରୁ କମ ହୋଇଆସିଥିଲେ ହେଁ ଆଜି ତାହା ପୁଣିଥରେ ଶତକ ଆଡକୁ ଯାତ୍ରା ଆରମ୍ଭ କରି 72ରେ ପହଞ୍ଚିଛି ।

ଅପ୍ରେଲ 27 ତାରିଖରେ କୋରାପୁଟ ଜିଲ୍ଲାର ପ୍ରଥମ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ଚିହ୍ନଟ କରାଯାଇଥିଲେ ହେଁ ଅଗଷ୍ଟ ଓ ସେପ୍ଟେମ୍ବର ମାସ ବେଳକୁ ପ୍ରତିଦିନ 100 ରୁ 150 ସଂକ୍ରମିତ ବ୍ୟକ୍ତିଙ୍କ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା ଜଣାଇଛନ୍ତି । ପ୍ରତିଦିନ 1000 ଵ୍ୟକ୍ତିଙ୍କ ପରୀକ୍ଷା କରି ବର୍ତ୍ତମାନ ସୁଦ୍ଧା 45,700 ସାମ୍ପଲ ପରୀକ୍ଷା କରାଯାଇ 6500 ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଡାକ୍ତର ବେଉରା ସୂଚନା ପ୍ରଦାନ କରିଛନ୍ତି । ପରିସ୍ଥିତି ଆପେକ୍ଷିକ ଭାବେ ନିୟନ୍ତ୍ରଣାଧୀନ ଥିବା ନେଇ ଆଜି 72 ସଂକ୍ରମିତ ବ୍ୟକ୍ତି ଚିହ୍ନଟ ପରେ ଲୋକେ ଆତଙ୍କିତ ହୋଇଉଠିଛନ୍ତି । ସରକାରୀ କଳ ର ନିରୀକ୍ଷଣ, ତାଗିଦ ସହିତ ସାଧାରଣ ଜନତାଙ୍କ ମଧ୍ୟରେ କୋଭିଡ ନିୟମକୁ ପାଳନ କରିବାର ଦାୟିତ୍ୱବୋଧ ସୃଷ୍ଟି ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତବ୍ୟକ୍ତ ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.