ETV Bharat / state

ମନରେଗା ଉପରେ ପ୍ରଶାସନର ଭରସା

ନନ୍ଦପୁର ବ୍ଲକର ବିଭିନ୍ନ ଭାଗରେ ସଂସ୍ଥା ପକ୍ଷରୁ ଚାଷୀମାନଙ୍କୁ ସୋଲାର ପମ୍ପ ଓ ଡିବିଆଇ ଯୋଗେ ଜଳଧାରା ପହଞ୍ଚାଇବାରେ ସହାୟକ ହେବା ଫଳରେ ଖରାଦିନରେ ମଧ୍ୟ ଚାଷୀ ବିଭିନ୍ନ ପନିପରିବା ଚାଷ କରିପାରୁଛନ୍ତି । ଅଧିକ ପଢ଼ନ୍ତୁ...

author img

By

Published : May 27, 2020, 11:40 PM IST

administrations-reliance-on-nrega
ନରେଗା ଉପରେ ପ୍ରଶାସନର ଭରସା

କୋରାପୁଟ: ଜିଲ୍ଲାର ଅଧିକାଂଶ ଭାଗ ପାହାଡିଆ ଜମି ହୋଇଥିବା ଯୋଗୁଁ କୂଅ, ପୋଖରୀ ଭଳି ଜଳ ଧାରଣ କରୁଥିବା ସ୍ଥଳ ଅଧିକରୁ ଅଧିକ ସୃଷ୍ଟି କରାଗଲେ ଏଠାକାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ବର୍ଷରେ ଅନ୍ତତଃ ପକ୍ଷେ ଫସଲ ଉତ୍ପାଦନ କରିପାରନ୍ତା ବୋଲି ଜିଲ୍ଲାରେ ଚାଷ ଓ ଚାଷୀ ର ଉନ୍ନତି ନିମନ୍ତେ କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀ ମତ ରଖିଛନ୍ତି । ନନ୍ଦପୁର ବ୍ଲକର ବିଭିନ୍ନ ଭାଗରେ ସଂସ୍ଥା ପକ୍ଷରୁ ଚାଷୀମାନଙ୍କୁ ସୋଲାର ପମ୍ପ ଓ ଡିବିଆଇ ଯୋଗେ ଜଳଧାରା ପହଞ୍ଚାଇବାରେ ସହାୟକ ହେବା ଫଳରେ ଖରାଦିନରେ ମଧ୍ୟ ଚାଷୀ ବିଭିନ୍ନ ପନିପରିବା ଚାଷ କରିପାରୁଛନ୍ତି ।

ନରେଗା ଉପରେ ପ୍ରଶାସନର ଭରସା

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଜନାରେ ଏହିପରି ଜଳଯୋଗାଣ କାରୀ ପଦକ୍ଷେପ ନେଇ ସ୍ଥାନୀୟ ଚାଷୀଙ୍କୁ ସହଯୋଗ କରିପାରିଲେ ଜିଲ୍ଲାରୁ ଦାଦନ ଖଟିବା ପାଇଁ ଯାଉଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ହ୍ରାସ ଘଟିବ ବୋଲି ସେ ଆଶା ପୋଷଣ କରିଛନ୍ତି । ତେବେ ବର୍ତମାନ କୋଭିଡ ଲକଡାଉନ ସାମୟରେ ସ୍ବଗ୍ରାମକୁ ଫେରିଆସୁଥିବା ଶ୍ରମିକଙ୍କୁ ନିଜ ଗାଁ ପାଖରେ କାର୍ଯ୍ୟ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଏମଜିଏନାର୍ଜୀଏର ବ୍ୟାପକ କାର୍ଯ୍ୟ କରାଯିବାର ଯୋଜନା ଥିବା ଯୋଗୁଁ ଭବିଷ୍ୟତରେ ଲୋକେ ଦାଦନ ଖଟିବାକୁ ଦୂରଦେଶକୁ ଯିବା ଆବଶ୍ୟକ ପଡିବନାହିଁ ବୋଲି ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ ଜଣାଇଛନ୍ତି । ଏଥି ସହିତ ଶ୍ରମିକମାନଙ୍କୁ ଅତୀତରେ ଏମଜିଏନଆରଇଜିଏ କାର୍ଯ୍ୟ କରିବା ପରେ ବି ପ୍ରାପ୍ୟ ମଜୁରୀ ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ବର୍ତମାନ ସରକାରଙ୍କ ପକ୍ଷରୁ ନୂତନ ବ୍ୟବସ୍ଥା ଅବଲମ୍ବନ କରାଯାଇଛି ଓ ଏହା ଫଳରେ ଶ୍ରମିକଙ୍କୁ ମଜୁରୀ ଠିକ ସମୟରେ ମିଳିବାରେ ସୁବିଧା ହୋଇପାରିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।

ସରକାରଙ୍କ ଏହି ବାର୍ତା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ସହିତ ଏମଜିଏନଆରଇଜିଏର ଉତ୍ତମ ରୂପାୟନ ହେବା ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ବେଛାସେବୀ ସଂଗଠନ ଗୁଡିକର ସହଯୋଗ କାମନା କରାଯାଇଛି । ଏହି ସଂକ୍ରାନ୍ତରେ କୋରାପୁଟଠାରେ ଜିଲ୍ଳା ପ୍ରଶାସନ ଓ ସ୍ବେଛାସେବୀ ସଂଗଠନ ମଧ୍ୟରେ ଏକ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.