କୋରାପୁଟ: ବିଶେଷ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ ଘରୁ ବାହାରନ୍ତୁ ନାହିଁ । ମୋଟର ସାଇକେଲରେ ସହର ବଜାର ବୁଲିବାକୁ ପ୍ରଶ୍ରୟ ଦିଆଯିବ ନାହିଁ । ବିନା କାମରେ ମୋଟର ସାଇକେଲ ଧରି ବଜାରରେ ଘୁରୁବୁଲୁଥିବା କିଛି ଲୋକଙ୍କ ପାଇଁ ନିର୍ଦ୍ଦେଶ ଜାରି କରିଛି କୋରାପୁଟ ପୋଲିସ ।
ଆଜି(ସୋମବାର) କୋରାପୁଟ ପୋଲିସ ସହରରେ ପ୍ରତିବନ୍ଧକ ସ୍ଥିତିକୁ ବେଖାତିର କରି ଅକାରଣରେ ଘୁରିବୁଲୁଥିବା ଲୋକଙ୍କ ଠାରୁ ସେମାନଙ୍କ ମୋଟର ସାଇକେଲ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଟାଉନ ପୋଲିସ ଥାନା ଅଧିକାରୀ ପୀତବାସ ଧାରୁଆ ।
ବର୍ତ୍ତମାନ ନିୟମକୁ କଡାକଡି ଭାବେ ପାଳନ କରାଯାଉଥିବା ଯୋଗୁଁ ବଜାର ସଉଦା କରିବା ପାଇଁ ନିଜ ଘରର ନିକଟବର୍ତ୍ତୀ ଦୋକାନରୁ ଚାଲି ଚାଲି ଯାଇ ସାମଗ୍ରୀ କିଣି ଫେରିଯ଼ିବା ପାଇଁ ସେ ଅନୁରୋଧ କରିଛନ୍ତି ।
କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ