କୋରାପୁଟ: ମହାମାରୀର ରୂପ ନେଇଥିବା କୋରୋନାକୁ ରୋଖିବା ପାଇଁ ବହୁଛି ମାସ୍କର ଚାହିଦା । ଦୋକାନରେ ଚଢା ଦର, ଲାଗୁଛି ଲମ୍ବା ଲାଇନ । ଗତକିଛିଦିନ ହେଲା ମାସ୍କକୁ ନେଇ ରାଜ୍ୟରେ ଏକ ପ୍ରକାର ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି ହେଉଥିବାବେଳେ କୋରୋନାର ମୁକାବିଲା ପାଇଁ ଆଗକୁ ଆଗେଇ ଆସିଛି କୋରାପୁଟ ଜିଲ୍ଲା କହ୍ନେଇପୁଟ ସ୍ଥିତ ଈଶ୍ବର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ।
ନିଜ ସ୍ବଳ୍ପ ସମ୍ବଳକୁ ବିନିଯୋଗ କରି ଏହି ବିରାଟ କାର୍ଯ୍ୟକୁ ସମ୍ପାଦନ କରିବା ସମ୍ଭବ ନଥିଲା । ତେଣୁ ବ୍ୟାଙ୍କରୁ 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଋଣ ଆଣି ସେମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏହି ମହାବିପତ୍ତି ସମୟରେ ନିଜେ ଦୁଇ ପଇସା ରୋଜଗାର କରି ବ୍ୟବସାୟ କରିବା ସହ ମାତ୍ର 20 ଟଙ୍କା ମୂଲ୍ୟରେ ମାସ୍କ ଯୋଗାଉଛନ୍ତି ।
ଏଭଳି ପରିସ୍ଥିତିରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଏହା ଏକ ସୁଯୋଗ ବୋଲି ଏହି ଗ୍ରୁପର ସଦସ୍ୟ ମତ ପ୍ରକାଶ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ