ETV Bharat / state

ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ନେଇ କୋରାପୁଟ ପ୍ରେସ କ୍ଲବର ଜନମଞ୍ଚ

କୋରାପୁଟ ପ୍ରେସ କ୍ଳବ୍ ପକ୍ଷରୁ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ନେଇ ଏକ ଜନମଞ୍ଚ ଆୟୋଜିତ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Mar 17, 2022, 7:18 AM IST

ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ନେଇ କୋରାପୁଟ ପ୍ରେସ କ୍ଲବର ଜନମଞ୍ଚ
ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ନେଇ କୋରାପୁଟ ପ୍ରେସ କ୍ଲବର ଜନମଞ୍ଚପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ନେଇ କୋରାପୁଟ ପ୍ରେସ କ୍ଲବର ଜନମଞ୍ଚ

କୋରାପୁଟ: ଜିଲ୍ଲାରେ ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସ, ବିଜେଡି, ବିଜେପି ଓ ଜଣେ ସ୍ଵାଧୀନ ପ୍ରାର୍ଥୀ ନିର୍ବାଚନୀ ରଣାଙ୍ଗନରେ ରହିଛନ୍ତି । କୋରାପୁଟ ପ୍ରେସ କ୍ଳବ୍ ପକ୍ଷରୁ ଏହି ପ୍ରାର୍ଥୀଙ୍କୁ ନେଇ ଏକ ଜନମଞ୍ଚ ଆୟୋଜିତ ହୋଇଛି । ନିର୍ବାଚନ ପୂର୍ବରୁ ସେମାନଙ୍କ ଏଜେଣ୍ଡା ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା । ତାସହ ଏହି ପ୍ରାର୍ଥୀମାନେ ନିଜନିଜ ପକ୍ଷ ମଧ୍ୟ ରଖିଥିଲେ ।

ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ନେଇ କୋରାପୁଟ ପ୍ରେସ କ୍ଲବର ଜନମଞ୍ଚ

ଜନତା କୌଣସି ପ୍ରାର୍ଥୀଙ୍କୁ କାହିଁକି ଭୋଟ ଦେବେ ସେସମ୍ପର୍କରେ ଜନମଞ୍ଚରେ ଆଲୋଚନା ହୋଇଥିଲା । ଏହି ଜନମଞ୍ଚରେ ପ୍ରାର୍ଥୀମାନେ ନିଜ ପକ୍ଷ ଉପସ୍ଥାପନ କରିବା ସହ ସାଧାରଣ ଜନତାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ବିଶେଷ କରି ମୌଳିକ ସୁବିଧା ନେଇ ଏଥିରେ ପ୍ରାର୍ଥୀଙ୍କୁ ଲୋକେ ପ୍ରଶ୍ନ କରିଥିଲେ । ଯେଉଁଥିରେ ପରିମଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ପାର୍କ, ଖେଳପଡ଼ିଆ ଓ ବଜାର ପ୍ରଭୃତି ସମସ୍ୟା ସାମିଲ ଥିଲା ।

ପ୍ରଶ୍ନୋତ୍ତର କଥା କଟାକଟି ପରେ କାର୍ଯ୍ୟକ୍ରମ ଶେଷରେ ସମସ୍ତ ପ୍ରାର୍ଥୀ ପରସ୍ପରକୁ କୋଳେଇ ନେଇଥିଲେ । ପ୍ରାର୍ଥୀଙ୍କୁ ଜନତାଙ୍କ ସହ କଥପୋକଥନ ସୁଯୋଗ ପ୍ରଦାନ କରିବାର ଉଦ୍ଦେଶ୍ୟରେ ପ୍ରେସ କ୍ଳବ୍ ପକ୍ଷରୁ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.