କୋରାପୁଟ: କୋରାପୁଟ ମୁନିସିପାଲଟି ଅଡିଟୋରିୟମରେ 'ନନ୍ଦନିକ' ପକ୍ଷରୁ ଆୟୋଜିତ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଉପରେ ଆଧାରିତ ନାଟକ ପରିବେଷିତ ହୋଇଯାଇଛି । ଦେଓମାଳି ଜାତୀୟ ନାଟକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଉପରେ ଆଧାରିତ ନାଟକ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି ।
ନାଟ୍ୟ ନିର୍ଦ୍ଦେଶକ ଗୌରୀ ପ୍ରସାଦ ରଥଙ୍କ ଦ୍ଵାରା ରଚିତ ଏହି ନାଟକର ପାଣ୍ଡୁଲିପିକୁ ନିର୍ଦ୍ଦେଶକ ଗୌରୀ ପ୍ରସାଦଙ୍କ ଦ୍ୱାରା ପଠନ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଅବଦଲ ଅକ୍ତର ଯୋଗଦେଇ ନାଟକକୁ ଭୂୟସୀ ପ୍ରଶଂସା କରିଛନ୍ତି । ନିଜର ସମସ୍ତ ନାଟକୀୟ ଉପଲବ୍ଧିକୁ ଆଧାର କରି ଶହୀଦଙ୍କ ଜୀବନକୁ ମଞ୍ଚରେ ଜୀବନ୍ତ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ କରିଥିବା ନିର୍ଦ୍ଦେଶକ ଗୌରୀ ପ୍ରସାଦ କହିଥିଲେ। ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରାଯାଇ ନାଟକ ପ୍ରସ୍ତୁତ ହେଇଥିବା ନନ୍ଦନିକ ନାଟ୍ୟ ସଂସ୍ଥାର ପ୍ରତିଷ୍ଠାତା ସୌରଭ ଗୁପ୍ତା କହିଛନ୍ତି ।
ଇଟିଭି ଭାରତ, କୋରାପୁଟ