ETV Bharat / state

ପେଶାରେ ଜଣେ ଡାକ୍ତର, ନିଶାରେ ବାଦ୍ୟଯନ୍ତ୍ର ବାଦକ - ଡାକ୍ତର ଯୋଶୀଲ କୁମାର

ପେଶାରେ ଜଣେ ଡାକ୍ତର ହେଲେ ନିଶାରେ ବିଭିନ୍ନ ବାଦ୍ୟଯନ୍ତ୍ର ବାଦକ । ପିଲାଟି ବେଳୁ ପାଠପଢା ସହିତ ବାଦ୍ୟଯନ୍ତ୍ର ବଜାଇବାକୁ ଭଳ ପାଉଥିବା ସଙ୍ଗୀତ ପ୍ରେମୀ ଦେଲେ ଡାକ୍ତର ଯୋଶୀଲ କୁମାର । ଅଧିକ ପଢନ୍ତୁ...

ବାଦ୍ୟଯନ୍ତ୍ର ବାଦକ ଡାକ୍ତର ଯୋଶୀଲ କୁମାର
ବାଦ୍ୟଯନ୍ତ୍ର ବାଦକ ଡାକ୍ତର ଯୋଶୀଲ କୁମାର
author img

By

Published : Jan 20, 2021, 11:06 AM IST

କୋରାପୁଟ: ପେଶା ବିଜ୍ଞାନ କିନ୍ତୁ ନିଶା କଳା ପାଇଁ । ପେଶାରେ ସେ ଜଣେ ଡାକ୍ତର । ହେଲେ ପିଲାଟି ବେଳୁ ବାଦ୍ୟଯମନ୍ତ୍ର ବଜାଇବା ନିଶାରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରି ଅଧ୍ୟାପନା କରୁଥିବା ଡାକ୍ତର ଯୋଶୀଲ କୁମାର ।

ବାଦ୍ୟଯନ୍ତ୍ର ବାଦକ ଡାକ୍ତର ଯୋଶୀଲ କୁମାର

ପିଲାଟି ବେଳୁ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ନିଜକୁ ହଜେଇ ଦେଇଛନ୍ତି ଡାକ୍ତର ଯୋଶୀଲ କୁମାର । ସାକ୍ସଫୋନ , ମାଉଥ ଅରଗାନ , ଗୀଟାର , ବଂଶୀ ପ୍ରଭୃତି ବାଦ୍ୟ ଯନ୍ତ୍ର ବଜାଇବା ସହିତ ସେ ଚିତ୍ର ଆଙ୍କିବାରେ ସିଦ୍ଧହସ୍ତ । ଯେତେବେଳେ ବି ଜୀବନରେ ହତାଶା ଭରିଯାଇଛି ଏକ ନୂତନ ବାଦ୍ୟ ଯନ୍ତ୍ର ବଜାଇବାର ସାଧନା ଆରମ୍ଭ କରିଥିବା ଡାକ୍ତର ଯୋଶୀଲ ଜଣାଇଛନ୍ତି । ସଙ୍ଗୀତ ତାଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥିବା ବେଳେ ଚିତ୍ରାଙ୍କନ ଏକାଗ୍ରତା ବୃଦ୍ଧି କରିବାରେ ସହାୟକ ହୋଇଥିବା ସେ କହିଛନ୍ତି । ଡାକ୍ତରି ପେଶାରେ ଥିବା ଅନେକ ସମସ୍ୟା ମଧ୍ୟଦେଇ କାର୍ଯ୍ୟ ପଥରେ ଆଗେଇଯାଉଥିବା ସମସ୍ତେ କିଛିନା କିଛି ଏହିପରି ଗଠନ ମୂଳକ ଅଭ୍ୟାସ ପୋଷଣ କରିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ପାଠପଢା ସହିତ ସଙ୍ଗୀତର ଅଭ୍ୟାସ ପିଲାଟି ବେଳୁ ଜାରି ରହିଛି । ସଙ୍ଗୀତ ବ୍ୟକ୍ତିର କାର୍ଯ୍ୟରେ ଏକାଗ୍ରତା ଆଣିବା ସହ ଦକ୍ଷତା ବୃଦ୍ଧି ଦିଗରେ ଯେ ସହାୟକ ହୋଇଥାଏ , ଡାକ୍ତର ଯୋଶୀଲ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ବିଶିଷ୍ଟ ବେହେଲା ବାଦକ ହିମାଂଶୁ ଶତପଥୀ ମତ ପୋଷଣ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଜୀବନ ଜୀବିକା ପାଇଁ କାର୍ଯ୍ୟ କରୁଥିବା ବେଳେ ପ୍ରତିଦିନ ସଙ୍ଗୀତ ଓ କଳା ପାଇଁ ସମୟ ବାହାର କରିବା ଆବଶ୍ୟକ କହିଛନ୍ତି ବେହେଲା ବାଦକ ହିମାଂଶୁ ଶତପଥୀ ।

କୋରାପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.