କୋରାପୁଟ: ଆଜି ମଧ୍ୟରାତ୍ରିରୁ ଆସନ୍ତା ପନ୍ଦର ଦିନ ପାଇଁ କୋରାପୁଟ ଜିଲ୍ଲାରେ ଲକଡାଉନ ଘୋଷଣା କଲେ ଜିଲ୍ଲାପାଳ ମଧୁସୂଦନ ମିଶ୍ର । ଆସନ୍ତା 14 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗୁ ହେଉଥିବା ଏହି ଲକଡାଉନ ସମୟରେ ଏ ପର୍ଯ୍ୟନ୍ତ ବିଭିନ୍ନ ଲକଡାଉନ ସମୟରେ ଲଗାଯାଇଥବା କଟକଣା ବଳବତ୍ତର ରହିବ ବୋଲି ସେ ଜଣାଇଛନ୍ତି ।
ଦୋକାନ ବଜାର ଅପରାହ୍ନ ସମୟରେ ବନ୍ଦ ରହିବ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଜି(ଶନିବାର) ମଧ୍ୟରାତ୍ରିରେ ଦୁଇ ଦିନର ସଟଡାଉନ ଅବଧି ସରୁଥିବା ସେ ସୂଚନା ପ୍ରଦାନ କରିଛନ୍ତି।
ତେବେ ପୁଣି ଆଜି(ଶନିବାର) ଜିଲ୍ଲାରେ 46 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 24 ଜଣ ପୁରୁଷ ଓ 22 ଜଣ ମହିଳା ରହିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ