କୋରୋପୁଟ: ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମ୍ମା ନିକଟସ୍ଥ ଗୌଡ଼ଗୁଡା ଗ୍ରାମରେ ଘୃଣ୍ୟ ଘଟଣା । ଚାରିବର୍ଷର ଝିଅକୁ କେହି ଜଣେ ଦୁଷ୍କର୍ମ କରି ମୁମୂର୍ଷୁ ଅବସ୍ଥାରେ ଛାଡି ଚାଲିଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଜଣାଇଛନ୍ତି ।
ଅଭିଯୁକ୍ତ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡିନଥିବା ବେଳେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଝିଅଟିର ଚିକିତ୍ସା ଆରମ୍ଭ ହୋଇଛି । ଫରେନସିକ ଦଳ ସହ ପୋଲିସ ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
କୋରୋପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ