ETV Bharat / state

25 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ - 25 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଆନ୍ଧ୍ର ସୀମାନ୍ତ ଜଲାପୁଟ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଛକୁଣ୍ଡ ପୋଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି । ଅଧିକ ପଢନ୍ତୁ...

25 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
25 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
author img

By

Published : Jun 20, 2021, 6:11 AM IST

କୋରାପୁଟ: ଆନ୍ଧ୍ର ସୀମାନ୍ତ ଜଲାପୁଟ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ପୋଲିସ ସାନଶଗର ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲା ।

ଜଲାପୁଟ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଭ୍ୟାନକୁ ଅଟକାଇ ଥିଲା ପୋଲିସ । ଗାଡି ଚାଳକକୁ କାବୁ କରିବା ପରେ ଭ୍ୟାନକୁ ଯାଞ୍ଚ କରିବାରୁ ଭ୍ୟାନ ଡାଲାରେ ୧୫ଟି ବସ୍ତାରେ ପ୍ରାୟ ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା । ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଗିରଫ ଯୁବକ ଜଣଙ୍କ ହେଲେ ଜଲାପୁଟ ଗ୍ରାମର ଦେବାଶୀଷ ଆଚାର୍ଯ୍ୟ । ତାଙ୍କୁ ପଚରାଉଚରା ପରେ ଜଣା ପଡିଥିଲା ଯେ, ସମ୍ପୃକ୍ତ ଯୁବକ ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶର ମୁଚିମପୁଟରୁ ସିମିଳିଗୁଡା ନେଇ ଯାଇଥାନ୍ତେ । ସେଠାରୁ ବିହାରରୁ ଆସିଥିବା ଗଞ୍ଜେଇ ମାଫିଆଙ୍କୁ ଏହା ଦେବାର ଯୋଜନା ଥିଲା । ଯୁବକ ଜାଲ୍ ଗାଡି ନମ୍ବର ବ୍ୟବହାର କରିବା ସହ ପିକଅପ୍ ଭ୍ୟାନର ଇଞ୍ଜିନ ନମ୍ବର ଏବଂ ଚେସିସ ନମ୍ବର ଲିଭାଇ ବେଧଡକ ଗଞ୍ଜେଇ ଚୋରା ଚାଳଣ କରୁଥିବା ପୋଲିସ କହିଛି । ଏହି ଘଟଣାର ତଦନ୍ତ ପୋଲିସ ଜାରି ରଖିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଛକୁଣ୍ଡ ପୋଲିସ ଆଜି ପର୍ଯ୍ୟନ୍ତ ଗଞ୍ଜେଇ ଚୋରାଚାଲାଣ ବେଳେ ୨୧ ଥର ଧରିଥିବା ବେଳେ ୩୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସମୁଦାୟ ୫ ଟନ୍ ୩୦୭ କେଜି ଗଞ୍ଜେଇ ଜବତ ହେବା ସହ ୧୭ ଟି ଗାଡି ଜବତ ମଧ୍ୟ କରାଯାଇଛି ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.