ETV Bharat / technology

ଏବେ ସେକେଣ୍ଡ ହ୍ୟାଣ୍ଡ୍‌ କାର୍‌ କିଣିବା ବି ହେବ ମହଙ୍ଗା; ଦେବାକୁ ପଡ଼ିବ GST - TAX ON SECOND HAND CAR

GST କାଉନସିଲ ପୁରୁଣା କାର କ୍ରୟ ଉପରେ ଜିଏସଟି ଲଗାଇପାରେ । ଯାହାଦ୍ବାରା ବ୍ୟବହାର ହୋଇ ସାରିଥିବା କାର, ଇଲେକଟ୍ରିକ କାରଗୁଡ଼ିକ ଉପରେ ଟ୍ୟାକ୍ସ ଦେବାକୁ ହେବ ।

Representative Image
ପ୍ରତୀକାତ୍ମକ ଫଟୋ (Photo - IANS)
author img

By ETV Bharat Tech Team

Published : Dec 18, 2024, 7:20 PM IST

ହାଇଦ୍ରାବାଦ: ଆଗାମୀ ବର୍ଷ 2025ରୁ ଅନେକ କାର ନିର୍ମାତା କମ୍ପାନୀ ନିଜ ଉତ୍ପାଦର ଦାମ ସଂଶୋଧନ ବା ବୃଦ୍ଧି କରିବାକୁ ୟାଉଛନ୍ତି । ଯାହାଦ୍ବାରା 2025ରେ ଲୋକଙ୍କ ଲାଗି କାର କିଣିବା ମହଙ୍ଗା ହେବ । ଖାଲି ନୂଆ କାର ନୁହେଁ, ଏବେ ପୁରୁଣା କାର କିଣିବା ମଧ୍ୟ ପକେଟ ଉପରେ ପ୍ରଭାବ ପକାଇପାରେ । ଆଉ କିଛି ସପ୍ତାହ ମଧ୍ୟରେ ସେକେଣ୍ଡ ସେଲ୍‌ ଇଲେକଟ୍ରିକ କାର, ସବକମ୍ପାକ୍ଟ ସେଡାନ, ଏସୟୁଭି ଓ ହ୍ୟାଚବ୍ୟାକ୍‌ ଦାମ ବୃଦ୍ଧି ପାଇପାରେ ।

କିଛି ରିପୋର୍ଟ ଅନୁସାରେ, GST କାଉନସିଲ ପୁରୁଣା କାର ବଜାର ଉପରେ ଜିଏସଟି ଦର (GST rate standardization) ଲଗାଇବା ଉପରେ ବିଚାର କରୁଛି । ଯାହାଦ୍ବାରା ଛୋଟ କାର ସାଙ୍ଗକୁ ଇଲେକଟ୍ରିକ କାର ମହଙ୍ଗା ହେବ । ଏବେ ଏହି ବଜାର ଉପରେ ଦୁଇଟି ସ୍ଲାବ ଅନୁଯାୟୀ ଟ୍ୟାକ୍ସ ଲଗାଯାଉଛି । ଏଥିରେ 4ମିଟରରୁ କମ ଆକାର ବିଶିଷ୍ଟ ଇଲେକଟ୍ରିକ କାର ଓ ଇଣ୍ଟରନାଲ କମ୍ବସନ ମଡେଲ ଲାଗି 12 ପ୍ରତିଶତ ଟ୍ୟାକ୍ସ ଲଗାଯାଉଛି ।

ଏହା ବି ପଢନ୍ତୁ
  1. ନୂଆବର୍ଷ ଆରମ୍ଭରୁ ମହଙ୍ଗା ହେବ ଏହି କମ୍ପାନୀର କାର; ତାଲିକାରେ କିଏ ଜାଣନ୍ତୁ
  2. ଜାନୁଆରୀ 1ରୁ ମହଙ୍ଗା ହେବ Hyundai କାର; ଏତିକି ଟଙ୍କା ବଢିବ

ଏହା ବ୍ୟତୀତ 1200ସିସିରୁ କମ ପେଟ୍ରୋଲ ଇଞ୍ଜିନ ଓ 1500ସିସିରୁ କମ ଡିଜେଲ ଇଞ୍ଜିନ ସହିତ ଆସୁଥିବା କାର ଉପରେ 12 ପ୍ରତିଶତ ଟ୍ୟାକ୍ସ ଓ ଅନ୍ୟ ସମସ୍ତ ମଡେଲ ଉପରେ 18 ପ୍ରତିଶତ ଟ୍ୟାକ୍ସ ଲଗାଯାଏ । ଏହି ରିପୋର୍ଟ ଅନୁସାରେ, GST ପରିଷଦର ଫିଟମେଣ୍ଟ ସମିତି ସମସ୍ତ ଶ୍ରେଣୀର ବାହନ ଲାଗି ଦର 18 ପ୍ରତିଶତକୁ ବୃଦ୍ଧି କରିବାକୁ ସୁପାରିଶ କରିଛି । ଆପଣଙ୍କୁ କହି ରଖୁଛୁ କି, ଏହି ଟ୍ୟାକ୍ସ ଲାଗୁ ହେବା ପରେ ବ୍ୟବହାର ହୋଇସାରିଥିବା ଇଲେକଟ୍ରିକ ଯାନ ଓ ସବକମ୍ପାକ୍ଟ ଇଣ୍ଟରନାଲ କମ୍ବସନ ଯାନ ପୂର୍ବଠାରୁ ଅଧିକ ମହଙ୍ଗା ହେବ । କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେଉଁ ସେକେଣ୍ଡ ହ୍ୟାଣ୍ଡ ଯାନଗୁଡ଼ିକ ଡିଲରମାନଙ୍କ ମାଧ୍ୟମରେ ବିକ୍ରି ହେଉଛି କେବଳ ସେହି ଯାନଗୁଡ଼ିକ ଉପରେ ଟ୍ୟାକ୍ସ ଲାଗୁ ହେବ ।

ଏହି ଦର ଡିଲରମାନଙ୍କ ଦ୍ବାରା ଏପରି ବିକ୍ରିରୁ ଆସୁଥିବା ମାର୍ଜିନରେ ଉପରେ ପ୍ରଯୁଜ୍ୟ - କ୍ରୟ ମୂଲ୍ୟରୁ ଫାଇନାଲ ବିକ୍ରୟ ମୂଲ୍ୟରୁ ବିୟୋଗ କରାଯାଏ । ଆପଣଙ୍କ ଜାଣି ରଖନ୍ତୁ ଯେ ଜିଏସଟି ପରିଷଦ ବୈଠକ 20 ଏବଂ 21 ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଠାରେ ପ୍ରସ୍ତାବିତ ହାର ପରିବର୍ତ୍ତନକୁ ବିଚାର କରାଯାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.