ETV Bharat / state

ଆସନ୍ତା ଦୁଇ ମାସରେ ସରିବ ଆବାସ ସର୍ଭେ: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ - AWAS YOJANA

ଆଗାମୀ ଦୁଇ ମାସରେ ସରିବ ଆବାସ ସର୍ଭେ । ଗ୍ରାମସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା । ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି ବୋଲି ମନ୍ତ୍ରୀଙ୍କ ସୂଚନା ।

AWAS YOJANA
AWAS YOJANA (ETV Bharat Odisha)
author img

By ETV Bharat Odisha Team

Published : Dec 18, 2024, 6:20 PM IST

ଭୁବନେଶ୍ବର: ଆବାସ ଯୋଜନାକୁ ନେଇ ବଡ଼ ଅପଟେଡ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଆଗାମୀ ଦୁଇ ମାସରେ ସରିବ ଆବାସ ସର୍ଭେ । ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି । ଗ୍ରାମସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି । ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି ବୋଲି ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

ଲୋକଙ୍କ ପାଖରେ ଯୋଜନା ପହଞ୍ଚିବା ଦରକାର:
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି, ‘ସରକାର ଯେତେବେଳେ ଲୋକମାନଙ୍କ ପାଇଁ କାମ କରନ୍ତି ଯୋଜନା ସବୁ ତାଙ୍କ ପାଖରେ ପହଞ୍ଚିବା ଦରକାର । ବିଗତ ଦିନର ସମସ୍ତେ କାମ କରିଛନ୍ତି । କିନ୍ତୁ ବ୍ୟବସ୍ଥା ହିସାବରେ ରହୁଥିଲା । ଯେତେବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂକଳ୍ପ ତିଆରି କଲେ ଲୋକମାନଙ୍କ ପାଖରେ ପହଞ୍ଚି ପାରିଲା ନାହିଁ । ଏବେ ଆମେ ଲୋକଙ୍କ ପାଖକୁ ଯାଇଛୁ, ଗ୍ରାମସଭା ମାଧ୍ୟମରେ ଆଲୋଚନା ହେଉଛି ।’

AWAS YOJANA (ETV Bharat Odisha)

କେହି ବି ଯୋଜନାରୁ ବାଦ ପଡିବେ ନାହିଁ:

ସେ ଆହୁରି କହିଛନ୍ତି, ‘ଯେଉଁମାନେ ବି ଆବାସ ପାଇବାରୁ ବାଦ ପଡ଼ିଛନ୍ତି । କାହାକୁ ବାଦ ଦିଆଯିବ ନାହିଁ । ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି । ବିଭାଗର ଟ୍ରେନର ମାନେ ଗାଁ ଗାଁରେ ଲୋକଙ୍କୁ ଡାକି ସଚେତନ କରୁଛନ୍ତି । ଯିଏ ବଞ୍ଚିତ ହୋଇଛନ୍ତି, ଗରିବ ଅଛନ୍ତି, ବଞ୍ଚିତ ଅଛନ୍ତି, ସେମାନଙ୍କୁ ସାମିଲ କରାଯାଉଛି । ପୂର୍ବ ସରକାରରେ ଆକ୍ରୋଶ ମୂଳକ ଭାବେ ରାଜନୈତିକ ଅଭିସନ୍ଧି ରଖି ଗରିବ ମାନଙ୍କୁ ଆବାସ ତାଲିକାରୁ କାଟି ଦିଆଯାଉଥିଲା । ସର୍ଭେକୁ ବିଭାଗ ଅଧିକ ଗୁରୁତ୍ଵ ଦେଉଛି ।’

  • ଦୁଇ ମାସ ମଧ୍ୟରେ ସରିବ ଆବାସ ସର୍ଭେ
  • ସରକାରଙ୍କ ଲକ୍ଷ୍ୟ କେହି ବାଦ ପଡିବେନି
  • ସବୁ ଯୋଗ୍ୟ ହିତାଧିକାରୀ ପାଇବେ ଘର
  • ପୂର୍ବ ସରକାରଙ୍କୁ ମନ୍ତ୍ରୀଙ୍କ ଟାର୍ଗେଟ
  • ପ୍ରଧାନମନ୍ତ୍ରୀଙ୍କୁ ଜଣାଯିବ ସମସ୍ୟା

ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମୀକ୍ଷା:

ମନ୍ତ୍ରୀ ଆହୁରି କହିଛନ୍ତି ମନ୍ତ୍ରୀ ମାନେ ଜିଲ୍ଲା ଗସ୍ତ ସମୟରେ ଆବାସ ସର୍ଭେର ସମୀକ୍ଷା କରୁଛନ୍ତି । ଯିଏ ପ୍ରକୃତରେ ଗରିବ ତାକୁ ଘର ମିଳିବ ଏହା ଆମ ସରକାରର ଲକ୍ଷ୍ୟ । ଦିଲ୍ଲୀ ଗସ୍ତ ସମୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଆବାସ ବାବଦରେ ଆଲୋଚନା କରିବେ ପଞ୍ଚାୟତିରାଜ ମନ୍ତ୍ରୀ । ରାଜ୍ଯରେ ଯେଉଁ ଅସୁବିଧା ରହୁଛି ଆମେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବୁ ବୋଲି କହିଛନ୍ତି ।

ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର:

ଆବାସ ଯୋଜନାର ନୂଆ ସର୍ଭେ ଆରମ୍ଭ ହୋଇଛି । ସବୁ ଯୋଗ୍ୟ ପରିବାରକୁ ମିଳିବ ଘର । ନିଜକୁ ଯୋଗ୍ୟ ମନେ କରୁଥିବା ସମସ୍ତ ପରିବାର ସର୍ଭେ ସମୟରେ ନିଜେ ତାଲିକାଭୁକ୍ତ ହୋଇପାରିବେ । ପ୍ରତ୍ୟେକ ଗାଁରେ ସର୍ଭେ ପାଇଁ ନିର୍ଦ୍ଦିଷ୍ଟ ବ୍ଲକ କର୍ମଚାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସଠିକ୍ ସର୍ଭେ ପାଇଁ ସମ୍ପୃକ୍ତ ବ୍ଲକ କର୍ମଚାରୀଙ୍କୁ ଉତ୍ତରଦାୟୀ କରାଯିବ ବୋଲି ଆଗରୁ କହିଥିଲେ ବିଭାଗୀୟ ମନ୍ତ୍ରୀ ।

ଏସବୁ ସ୍ଥାନରେ ଜାଣିପାରିବେ ଯୋଗ୍ୟ ବ୍ୟକ୍ତିଙ୍କ ତାଲିକା:

ସର୍ଭେ ଆରମ୍ଭ ହେବା ଦିନ ଠାରୁ ୨ ମାସ ମଧ୍ୟରେ କାର୍ଯ୍ୟପ୍ରକ୍ରିୟା ଶେଷ କରିବାକୁ ବିଡିଓ ପଦକ୍ଷେପ ନେବେ । ଜିଲ୍ଲାପାଳ ଓ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜେ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଏହି ସର୍ଭେକୁ ତଦାରଖ କରିବେ । ଯେପରିକି କେହି ଯୋଗ୍ୟ ପରିବାର ସର୍ଭେରୁ ବାଦ୍ ପଡ଼ିବେ ନାହିଁ ତାହା ସୁନିଶ୍ଚିତ କରିବେ । ସର୍ଭେରେ ଥିବା ସମସ୍ତ ଯୋଗ୍ୟ ପରିବାରର ତାଲିକାକୁ ପଞ୍ଚାୟତ ଅଫିସ, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ଓ ଗାଁର ମୁଖ୍ୟ ସ୍ଥାନ ଗୁଡ଼ିକରେ ସାଧାରଣ ଲୋକଙ୍କ ଜାଣିବା ପାଇଁ ପ୍ରଦର୍ଶନ କରାଯିବ ।

ଏଇଠି ପ୍ରଦର୍ଶନ ହେବ ଯୋଗ୍ୟ ହିତାଧିକାରୀଙ୍କ ତାଲିକା...

  1. ପଞ୍ଚାୟତ ଅଫିସ
  2. ଅଙ୍ଗନବାଡ଼ି କେନ୍ଦ୍ର
  3. ସ୍କୁଲ
  4. ଗାଁ ମାନଙ୍କର ମୁଖ୍ୟସ୍ଥାନ

ଆବାସ ଯୋଜନା ସମ୍ପର୍କିତ ଖବର ପଢନ୍ତୁ:

ବାପାଙ୍କଠୁ ଅଲଗା ହେଲେ ବି ମିଳିବ ଆବାସ, ଘର ଦେବେ ମୋହନ ମାଝୀ ସରକାର - PM Awas Yojana

BMC ନୋଟିସ; ପୁଣି ତେଜିଲା ଶାନ୍ତିପଲ୍ଲୀ ଆଫୋଡେବଲ୍ ହାଉସିଂ ପ୍ରକଳ୍ପ ବିବାଦ !

ମିିଳିଛି ଆବାସ ଯୋଜନା କାର୍ଯ୍ୟାଦେଶ, ନିର୍ମାଣ ହୋଇପାରୁନି ଘର

ନବରଙ୍ଗପୁରରୁ ଝାଡଖଣ୍ଡ ପଳାଇଲା ଆବାସ ଟଙ୍କା ! ପ୍ରଶାସନ ନିକଟକୁ ଦୌଡି ଦୌଡି ନୟାନ୍ତ, ଋଣ ପରିଶୋଧ ପାଇଁ ଜମି ବନ୍ଧକ - PM Awas yojana money issue

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.