ETV Bharat / state

୨୦ରେ ପ୍ରବଳ ବର୍ଷା, ୨୧ ଯାଏଁ ନାହିଁ ନିସ୍ତାର: ଖସିବ ପାରଦ - WEATHER UPDATE

୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ୨୦ ତାରିଖରେ ଲାଗି ରହିବ ବର୍ଷା । ୨-୩ ଡିଗ୍ରୀ ଖସିପାରେ ତାପମାତ୍ରା ।

Weather Update
Weather Update (ETV Bharat Odisha)
author img

By ETV Bharat Odisha Team

Published : Dec 18, 2024, 6:34 PM IST

ଭୁବନେଶ୍ବର: ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଆଗାମୀ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ହାଲୁକାରୁ ଅତ୍ୟନ୍ତ ହାଲୁକା ଧରଣର ବର୍ଷା ହୋଇପାରେ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

୨୧ ଯାଏଁ ବର୍ଷା:

Weather Update (ETV Bharat Odisha)

ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପର ସକ୍ରିୟତାକୁ ନେଇ ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ହାଲୁକାରୁ ଅତ୍ୟନ୍ତ ହାଲୁକା ବର୍ଷା ଗଞ୍ଜାମ, ଗଜପତି ରାୟଗଡ଼ା ଓ ପୁରୀର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହେବାର ସମ୍ଭାବନା ରହିଛି । ଆଗାମୀ ୫ ଦିନ ପାଗ ମୁଖ୍ୟତଃ ଶୁଖିଲା ସହ ମେଘୁଆ ଓ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି ।

ବିଭିନ୍ନ ସ୍ଥାନରେ ଘନ କୁହୁ଼ଡି:

Weather Update
Weather Update (ETV Bharat Odisha)

ସେହିପରି ଆସନ୍ତାକାଲି କୋରାପୁଟ, ମାଲକାନଗିରି, ରାୟଗଡା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ଅଛି । ୨୦ ତାରିଖରେ ବର୍ଷା ଲାଗି ରହିବ । ଉପକୂଳ ଓଡ଼ିଶାର କିଛି ଅଞ୍ଚଳମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖରେ ହାଲୁକାରୁ ଅତ୍ୟନ୍ତ ହାଲୁକା ବର୍ଷା ହେବାର ଅଛି । ପାଗ ମେଘୁଆ ଥିବାରୁ ଗୋଟିଏ କିମ୍ବା ୨ ଟି ସ୍ଥାନରେ ହାଲୁକା କୁହୁଡି ଦେଖାଯିବ। ଏହାସହ ଆସନ୍ତା ୨୪ ଘଣ୍ଟାରେ କନ୍ଧମାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଘନ କୁହୁଡିର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ...IMD ଆକଳନ: ଓଡ଼ିଶାରେ ୪ ଦିନ ବର୍ଷା, କୁହୁଡ଼ି ସହ କମିବ ପାରଦ - ODISHA WEATHER UPDATE

ଏହା ବି ପଢନ୍ତୁ...ଜାଡ଼ରେ ଥରୁଛି ଶିମିଳିପାଳ,୧ ଡିଗ୍ରୀକୁ ଖସିଲା ପାରଦ, ଓଡ଼ିଶାରେ ଶୀତ ଲହରୀ - ODISHA WEATHER REPORT

ଏହା ବି ପଢନ୍ତୁ...ଆଜିଠୁ ଭିଜିବ ଦକ୍ଷିଣ ଓଡ଼ିଶା: ୧୯ରୁ ଘଡଘଡି ସହ ପ୍ରବଳ ବର୍ଷା ! ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - WEATHER UPDATE

ଆହୁରି ଖସିବ ପାରଦ:

Weather Update
Weather Update (ETV Bharat Odisha)

ଆଗାମୀ ୪୮ ଘଣ୍ଟା ଭିତରେ ଆହୁରି ୨ ରୁ ୩ ଡିଗ୍ରୀ ପାରଦ ଖସିବା ନେଇ ବିଭାଗ ପୂର୍ବାନୁମାନ କରିଥିବାବେଳେ ରାଜ୍ୟରେ ଶୀତ ଲାଗି ରହିବ । ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ସ୍ୱାଭାବିକ ହେବ । ଗତ ୨୪ ଘଣ୍ଟାରେ ୬ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ରହିଥିବାବେଳେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କଟକ, ଭୁବନେଶ୍ୱର, ଝାରସୁଗୁଡ଼ାରେ ୮.୬, ସୁନ୍ଦରଗଡ ୮.୧, କିରେଇ ଓ ଚିପିଲିମାରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପର ସକ୍ରିୟତାକୁ ନେଇ ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.