ETV Bharat / state

ଖାଲି ପଡ଼ିଥିବା ଟିକା ଭଣ୍ଡାରରେ ପହଞ୍ଚିଲା କୋଭିଡ଼ ଟିକା

author img

By

Published : Apr 9, 2021, 7:13 AM IST

କୋରାପୁଟରେ ଖାଲି ପଡିଥିବା ଟିକା ଭଣ୍ଡାରରେ କୋଭିଡ଼ ଟିକା ପହଞ୍ଚିଛି । ଅଧିକ ପଢନ୍ତୁ...

ଖାଲି ପଡ଼ିଥିବା ଟିକା ଭଣ୍ଡାରରେ ପହଞ୍ଚିଲା କୋଭିଡ଼ ଟିକା
ଖାଲି ପଡ଼ିଥିବା ଟିକା ଭଣ୍ଡାରରେ ପହଞ୍ଚିଲା କୋଭିଡ଼ ଟିକା

କୋରାପୁଟ: ଗତ 2 ଦିନ ଧରି ଜିଲ୍ଲାର କୋଭିଡ଼ ଟିକା ଭଣ୍ଡାର ଖାଲି ପଡ଼ିଥିବା ବେଳେ ଗୁରୁବାର 21 ହଜାର ଟିକା ପହଞ୍ଚିଛି । ତେବେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।

ଜିଲ୍ଲାରେ ପ୍ରତିଦିନ 6578 ଜଣଙ୍କୁ ଟିକା ପ୍ରଦାନ କରି ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସମୁଦାୟ 1.7 ଲକ୍ଷ ଟିକାକୁ ଲୋକମାନଙ୍କୁ ଦିଆଯାଇଛି । ଜିଲ୍ଲାରେ ପହଞ୍ଚିଥିବା ଟିକାକୁ ନେଇ ଶୁକ୍ରବାରଠାରୁ ଜିଲ୍ଲାରେ ପୁଣି ଥରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । କିନ୍ତୁ ଆସିଥିବା ଟିକାର ପରିମାଣ ଆସନ୍ତା ତିନିଦିନ ମଧ୍ୟ ସରିଯିବାର ଆକଳନ କରାଯାଇଥିବା ଯୋଗୁଁ ଇତି ମଧ୍ୟରେ ଆବଶ୍ୟକ ପରିମାଣର ଟିକା ପୁଣିଥରେ କୋରାପୁଟ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ଡାକ୍ତର ବେଉରା କହିଛନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.