ETV Bharat / state

DGP ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲେ 2 ମହିଳା ମାଓବାଦୀ - ମହିଳା ମାଓବାଦୀ

କୋରାପୁଟ ଗସ୍ତରେ ଡିଜିପି ଅଭୟ । ଏହି ସମୟରେ ତାଙ୍କ ନିକଟରେ ୨ ମହିଳା ମାଓବାଦୀ କରିଛନ୍ତି ଆତ୍ମସମର୍ପଣ । ଅଧିକ ପଢନ୍ତୁ...

DGP ଅଭୟଙ୍କ ପାଖରେ 2 ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

author img

By

Published : Oct 3, 2021, 4:21 PM IST

କୋରାପୁଟ: ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ । ଏହି ସମୟରେ ତାଙ୍କ ଉପସ୍ଥିତିରେ ୨ ମାଓବାଦୀ ରଞ୍ଜିତା ଓ ଗାଙ୍ଗୀ ଆତ୍ମସମର୍ପଣ କରିଛନ୍ତି । ଏହାସହିତ ଅଭୟ ନକ୍ସଲ ଦମନରେ ଅଭୂତପୂର୍ବ ସାହାସିକତା ପ୍ରଦର୍ଶନ କରିଥିବା ଯୋଗୁଁ 22 ଜଣ କମାଣ୍ଡୋଙ୍କୁ ସମ୍ମାନିତ କରିଥିବା ଜଣାପଡ଼ିଛି ।

DGP ଅଭୟଙ୍କ ପାଖରେ 2 ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଗାଙ୍ଗୀ ବୁମ୍ମା ଏରିଆ କମିଟିରେ ACM ଭାବେ ନିୟୋଜିତ ଥିବା ବେଳେ ରଞ୍ଜିତା ମାଓବାଦୀଙ୍କ AOB କମିଟି ସମ୍ଭାଳୁଥିବା ଜଣାପଡ଼ିଛି । ଏଥି ସହିତ ନକ୍ସଲ ଦମନରେ ଅଭୂତପୂର୍ବ ସାହାସିକତା ପ୍ରଦର୍ଶନ କରିଥିବା ଯୋଗୁଁ 22 ଜଣ କମାଣ୍ଡୋଙ୍କୁ ଅଭୟ ସମ୍ମାନିତ କରିଛନ୍ତି । ଅନ୍ୟପଟେ ଗଞ୍ଜେଇ ଚୋରାଚାଲାଣକୁ ରୋକିବାରେ ସମର୍ଥ ହୋଇଥିବା 5 ଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ଡିଜି ।

ଏହି କାର୍ଯ୍ୟକ୍ରମ ସମୟରେ IG ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାଶ, ଆଇ.ଜି ଏସ.ଡବ୍ଲୁ ଅନିରୁଦ୍ଧ ସିଂ, ଡ଼ିଆଇଜି ଏସ ଡବ୍ଲୁ ଆର ରାଜେଶ ପଣ୍ଡିତ, କୋରାପୁଟ SP ବରୁଣ ଗୁଣ୍ଡୁପାଲିଙ୍କ ସହ ବହୁ ଵରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.