ETV Bharat / state

କୋରାପୁଟରୁ ୧ କୋଟି ମୂଲ୍ୟର ଗଞ୍ଜେଇ ଜବତ

author img

By

Published : Jul 26, 2021, 8:01 PM IST

କୋରାପୁଟରୁ ୧ କୋଟି ମୂଲ୍ୟର ଗଞ୍ଜେଇ ଜବତ କରିଛି ଜୟପୁର ସଦର ଥାନା ପୋଲିସ । ଅଧିକ ପଢନ୍ତୁ...

କୋରାପୁଟରେ ୧ କୋଟି ମୂଲ୍ୟର ଗଞ୍ଜେଇ ଜବତ
କୋରାପୁଟରେ ୧ କୋଟି ମୂଲ୍ୟର ଗଞ୍ଜେଇ ଜବତ

କୋରାପୁଟ: ଜୟପୁର ସଦର ଥାନା ଅଞ୍ଚଳରୁ ୧ କୋଟି ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି । ଏହି ଜବତ ଗଞ୍ଜେଇର ଓଜନ ୧୦୫୦ କିଲୋଗ୍ରାମ ବୋଲି ଜଣାପଡିଛି । ଏକ ପିକଅପ ଭ୍ୟାନରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଏହାକୁ ଅଟକ ରଖି ନିଶାଦ୍ରବ୍ୟ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ବୋଲି କହିଛନ୍ତି ଜୟପୁର SDPO ଅରୁପ ଅଭିଷେକ ବେହେରା ।

କୋରାପୁଟରେ ୧ କୋଟି ମୂଲ୍ୟର ଗଞ୍ଜେଇ ଜବତ

ରାଜ୍ୟରେ ଧୀରେ ଧୀରେ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି । କୋରୋନା ମହାମାରୀ ସମୟରେ ଲକଡାଉନରେ ମଧ୍ୟ ନିଶାଦ୍ରବ୍ୟ କାରବାର ହେଉଛି । କୋରାପୁଟ ଜିଲ୍ଲାରେ ମଧ୍ୟ ନିଶାଦ୍ରବ୍ୟ କାରବାର ହେଉଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇବା ପରେ ଚାଲାଣକାରୀଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ତେବେ ଜିଲ୍ଲାର ପଟାଙ୍ଗିରୁ ଏକ ପିକଅପ ଭ୍ୟାନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା ।

ଏହାପରେ ପୋଲିସ ଆଗରୁ ସଜାଗ ରହି ଗଞ୍ଜେଇ ଚାଲାଣ ହେଉଥିବା ଏହି ପିକଅପ ଗାଡିକୁ ଜୟପୁର ଘାଟିରେ ସଦର ପୋଲିସ ଅଟକ ରଖିଥିଲା । ଏଥିରେ ଜଣେ ଗିରଫ ହେବା ସହ ତା ନିକଟରୁ ଏକ ଲକ୍ଷ ଅଶି ହଜାର ଟଙ୍କା ମଧ୍ୟ ଜବତ କରିଥିବା ସୂଚନା ମିଳିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.